ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୯ ତାରିଖ ୨୦୨୦ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ୧୨/୪୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-କୁର୍ତ୍ତିକା ଚନ୍ଦ୍ର-ମେଷ ଦିବା ଘ୧୦/୪୨ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ-ପରିଘକରଣ-ବାଣିଜ୍ୟସୌରମାସ – ବିଛା ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୧୨/୪୮ ଗତେ ବାୟବ୍ୟେବିଛା ରାଶିର ଘାତଚନ୍ଦ୍ରମେଷ ରାଶି ର ଘାତବାରପୂର୍ଣ୍ଣିମାର ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା ଓ ବାରବେଳ। – ଦିବା ଘ୧୦/୧୩ ଗତେ ଘ୧୨/୫୯ ମଧ୍ୟେ✧═════•❁❀❁•═════*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୦ଗତେ ଘ୦୮/୫୨ମଧ୍ୟେ […]

ଆଠଗଡ କୋରଙ୍ଗା,ତିଗିରିଆ ଭୀରୁଡ଼ାରୁ ଏତେ ମଦ ଆସୁଛି କୋଉଠୁ,ମଦ ମାଫିଆ ମାନଙ୍କ ସହିତ ଅବକାରୀ ବିଭାଗ କର୍ମଚାରୀ ଙ୍କ ମଧୁ ଚନ୍ଦ୍ରିକା ଅଭିଯୋଗ

ଆଠଗଡ(ଉଲାପ୍ର)କଟକ ଜିଲ୍ଲାର ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଅବକାରୀ ବିଭାଗର ସୁପରିଟେଣ୍ଡ ଶାନ୍ତନୁ କୁମାର ଦାସ ଙ୍କର ଆଦେଶ କ୍ରମେ ଆଠଗଡ଼ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା। କଟକ ଅବକାରୀ ବିଭାଗର ଅଧିକାରୀ ଙ୍କ ସହ ଆଠଗଡ଼ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହ ଏକ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାର୍ଡ ର ମିଳିତ ଚଢ଼ାଉ ରେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର କୋରଙ୍ଗା ଗ୍ରାମରେ ଚଢ଼ାଉ କରି ସାତ ହଜାର ପାଞ୍ଚ ଶହ […]

ଆଜି ବଡଓଷା, ମଧ୍ୟରାତ୍ରି ରେ ଲାଗିହେବ ଗଜଭୋଗ,କିରାତ ଅର୍ଜ୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଧର୍ମର ମାସ କାର୍ତ୍ତିକ, ଆଉ ଏହି ମାସରେ ଅନୁଷ୍ଠିତ ହୁଏ ଓଷା ଭିତରେ ଓଷା ବଡଓଷା,ଏହି ବଡଓଷା ପାଇଁ ଚଳଚଂଚଳ ହୋଇଉଠେ ଆଠଗଡ ର ପ୍ରସିଦ୍ଧ ଧବଳେଶ୍ବର ପୀଠ,ଯାହାକି ପ୍ରତେକ ବର୍ଷ ଏହି ବଡଓଷା ପାଳିବା ପାଇଁ ପୀଠ ହୋଇଉଠେ ଲୋକାରଣ୍ୟ,ଚଳିତ ବର୍ଷ ମହାମାରୀ କରୋନା ଯେମିତି ସବୁକିଛି ବିଗାଡି ଦେଇଛି,ହେଲେ ଏହାରି ଭିତରେ ଆଜି ଅନୁଷ୍ଠିତ ହେବ ବଡଓଷା,ଆଜି ଧବଳେଶ୍ବର ଙ୍କୁ କିରାତ ଅର୍ଜୁନ ବେଶରେ ସଜ୍ଜିତ କରାଯାଇଛି,୨୫ବର୍ଷରେ ନାଗାର୍ଜୁନ ବେଶ ପଡୁଥିବା ଯୋଗୁ ଆଜି […]

ଡାଳଭାଗ ରିଜର୍ଭ ଫରେଷ୍ଟକୁ ୯୩ ଲକ୍ଷ ଟଙ୍କାରେ ବିକିଦେଲା ଆଠଗଡ ବନବିଭାଗ,କଟାହେବ ୨ହଜାର ଶାଳ ଗଛ

ଆଠଗଡ(ଉଲାପ୍ର)ଥରେ ଦେଖି ନିଅନ୍ତୁ ଏହି ଫଟୋକୁ,ଇଏ ହେଉଛି ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳଭାଗ ରିଜର୍ଭ ଫରେଷ୍ଟ ର ଦୃଶ୍ୟ,ଏଠି ବନସୁରକ୍ଷା ସମିତି ଗତ ୩୦ବର୍ଷ ଧରି ନିଜ ପୁଅପରି ଏହି ଶାଳ ଗଛକୁ ବଢ଼ାଇ ଆସିଥିଲା,ଆଉ ଏହି ଶାଳ ଗଛ ଜଙ୍ଗଲ ବର୍ତ୍ତମାନ ଉଜୁଡିବାକୁ ଯାଉଛି,ଏହାର କାରଣ ହେଲା ଏହାର ସନିକଟ ରେ ନିର୍ମାଣ ହେଉଛି ଶ୍ରୀ ସିମେଣ୍ଟ କାରଖାନା,ଯୋଉ କାରଖାନା କି ଘଣ୍ଟିଖାଲ ନିକଟରେ ନିର୍ମାଣ ଚାଲିଛି,ଆମର କମ୍ପାନୀକୁ ବିରୋଧ ନାହିଁ,ବିରୋଧ କରୁଛୁ କମ୍ପାନୀ କରିବା […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୮ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ଦିବା ଘ୧୦/୨୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୪/୦୮ ପର୍ଯ୍ୟନ୍ତ ତଦନ୍ତେ କୁର୍ତ୍ତିକା ଚନ୍ଦ୍ର-ମେଷଯୋଗ-ବରୀୟ।ନକରଣ-ତୈତିିଳସୌରମାସ – ବିଛା ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୦✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୧୦/୨୪ ଗତେ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶି ର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା ଘ୦୭/୩୯ ମଧ୍ୟେ ଓ ଘ୦୩/୪୨ ଗତେ ଘ୦୫/୦୫ ମଧ୍ୟେବାରବେଳ। […]

ଧବଳେଶ୍ବରଙ୍କ ପୀଠରେ ଅନୁଷ୍ଠିତ ହେଲା ଦୁର୍ଲଭ ନାଗାର୍ଜୁନ ବେଶ

ଆଠଗଡ(ଉଲାପ୍ର)କରୋନା କଟକଣା ମଧ୍ୟରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ଙ୍କ ନିକଟରେ କାର୍ତ୍ତିକ ମାସର ତୃତୀୟ ପଞ୍ଚୁକ ରେ ଅନୁଷ୍ଠିତ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ,ପ୍ରତେକ ଦିନ ବଡ଼ସିଂହାର ବେଶ ଅନୁଷ୍ଠିତ ହେଉଥିବା ବେଳେ ଆଜି ଯୋଡ଼ା ଆଶ୍ୱିନ ଯୋଗୁ ବାବାଙ୍କର ଏହି ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି,ଆଜି ଭୋରରୁ ବାବାଙ୍କ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରାଯିବା ପରେ ପହୁଡ଼ ଖୋଲାଯାଇ ବାବାଙ୍କୁ ମହାନଦୀର ୧୦୮ ଗରା ଜଳରେ ଜଳାଭିଷେକ କରାଯାଇଥିଲା,ଏହା ପରେ ବାବାଙ୍କ […]

ପଞ୍ଚୁକ ତୃତୀୟ ଦିନରେ ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ, ଆସନ୍ତା କାଲି ବଡ଼ଓଷା

ଆଠଗଡ(ଉଲାପ୍ର)କାର୍ତ୍ତିକ ମାସର ଦ୍ୱିତୀୟ ପଞ୍ଚୁକ ରେ ବାବା ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି,କରୋନା ମହାମାରୀ ଯୋଗୁ ଧବଳେଶ୍ବର ପୀଠଟି ଖାଁ ଖାଁ ହୋଇ ପଡ଼ିଥିବା ବେଳେ ଯୋଉ ଝୁଲା ପୋଲରେ ଶହ ଶହ ଶ୍ରଦ୍ଧାଳୁ ବାବାଙ୍କ ବଡ଼ସିଂହାର ବେଶ ଦର୍ଶନ କରିଥାନ୍ତେ ସେହି ଝୁଲା ପୋଲ ଆଜି ଖାଲି ଖାଲି ଲାଗୁଚି, ପୀଠରେ କେବଳ ସେବାୟତ ମାନଙ୍କୁ ଛାଡିଦେଲେ ସୂଚନା ଲୋକ ସମ୍ପର୍କ ଓ ଦେବୋତ୍ତର ବିଭାଗ କର୍ମଚାରୀ ଙ୍କ ଛଡା ଆଉ କେହି […]

ବାହାରିନ ରେ ମୃତ ଓଡ଼ିଆ ମିସ୍ତ୍ରୀ ଦେବାଶିଷଙ୍କ ଶବ ଭୁବନେଶ୍ୱର ପ୍ରେରଣ

ବାହାରିନ,ଏଠାକାର ବାଣିଜାମରାହା ଠାରେ ଗତ ନଭେମ୍ବର ୧୬ ତାରିଖ ଦିନ ଅକାଳ ମୃତ୍ୟୁ ବରଣ କରିଥିବା ଓଡ଼ିଆ ମିସ୍ତ୍ରୀ ଦେବାଶିଷ ସାହୁଙ୍କର ମୃତଶରୀରକୁ ଆଜି ବାହାରିନ ରୁ ମୁମ୍ବାଇ ପଠାଯାଇଛି | ବନ୍ଦେଭାରତ ମିସନ ଅଧୀନରେ ଏୟାର ଇଣ୍ଡିଆ ର ୧୯୪୨ ନମ୍ବର ବିମାନ ରେ ଯାଇଥିବା ଶ୍ରୀ ସାହୁଙ୍କର କଫିନ ଆସନ୍ତାକାଲି ଏୟାର ଇଣ୍ଡିଆ ର ୬୬୯ ନମ୍ବର ସଂଯୋଗକାରୀ ବିମାନ ଯୋଗେ ଅପରାହ୍ନ ୨.୨୫ ମିନିଟ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ ବୋଲି ଜଣାଯାଇଛି […]

କଟକ ସଦରରେ ନକଲି ଘିଅ କମ୍ପାନୀ ଉପରେ ପୋଲିସର ଚଢ଼ାଉ

କଟକ ସଦର ଥାନା ଅଞ୍ଚଳ ରେ ଥିବା ନକଲି ଘିଅ ତିଆରି କାରଖାନା ରେ ପୋଲିସ ର ଚଢ଼ାଉ।ଏ ସି ପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ମାଲଗୋଦାମ ଥାନା ଓ ସଦର ଥାନା ପୋଲିସ ର ମିଳିତ ଚଢ଼ାଉ କରିଛନ୍ତି, ଉକ୍ତ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ଘିଅ ଟିଣ, ନକଲି ଡବା, କମ୍ପାନୀ ଲେବଲ୍, ଓଜନ ଯନ୍ତ୍ର ଏବଂ ଅନ୍ୟାନ୍ୟ ସହକାରୀ ଯନ୍ତ୍ରପାତି ର […]

ସୁନାବେଡ଼ାରୁ ୩,୨୮,୩୦୦ ଟଙ୍କାର ନକଲି ନୋଟ ଜବତ

କୋରାପୁଟ(ଉଲାପ୍ର)କୋରାାପୁୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳରୁ ଗତକାଲି ନକଲି ନୋଟ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କୋରାପୁଟ ପୁଲିସ ର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି। ଏକ ସ୍ବତନ୍ତ୍ର ସୂତ୍ରରୁ ଖବର ପାଇ ପୋଲିସ ସୁନାବେଡ଼ା ବସଷ୍ଟାଣ୍ଡରୁ ସନ୍ଦେହ ଜନକ ସ୍ଥିତିରେ ଅନାମ ଖିଲ ନାମକ ଜଣେ ନକଲି ନୋଟ ବ୍ୟବସାୟୀକୁ ଗିରଫ କରିବା ସହ ତା’ ଠାରୁ ୩ଲକ୍ଷ ୨୮ହଜାର ୩ଶହ ଟଙ୍କାର ଶହେ ଟଙ୍କିଆ ଓ ପଞ୍ଚଶହ ଟଙ୍କିଆ ନୋଟ ଜବତ କରିଛି। […]