ସଂକ୍ଷେପରେ ଖବର

୧-ଖୁବଶୀଘ୍ର ରାଜ୍ୟରେ ପହଞ୍ଚିବ ଟିକା, ଯୋଗାଣକାରୀ ସଂସ୍ଥାରୁ ସିଧାସଳଖ ଆସିବ । ୨-ରାଉରକେଲା ଷ୍ଟିଲ ପ୍ଲାଂଟରେ ଗ୍ୟାସ ଲିକ, ୪ ମୃତ, ଦୁଇ ଡିଜିଏମ ନିଲମ୍ବିତ । ୩-ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ ଉଠିଲା ଶବ । ୩-ଆଗାମୀ ୨ ମାସ ଆମେ ଅଧିକ ସତର୍କ ରହିବା: ମୁଖ୍ୟମନ୍ତ୍ରୀ । ୪-ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି। […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୦୭ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ନବମୀ ରାତ୍ରି ଘ୧୨/୨୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ଚିତ୍ରା ଦିବା ଘ୦୪/୩୯ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀଚନ୍ଦ୍ର -ତୁଳାଯୋଗ-ସୁକର୍ମାକରଣ- ତୈତିିଳସୌରମାସ – ଧନୁ ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୧୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୨୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ ୧୨/୨୧ ଗତେ ଉତ୍ତରେତୁଳା ଓ କୁମ୍ଭ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା- ଦିବା ଘ୦୨/୩୫ ଗତେ ଘ୦୫/୧୭ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା […]

ପଦୋନ୍ନତି କରାନଗଲେ କରୋନା ଟୀକାକୁ ପ୍ରତ୍ୟାଖ୍ୟାନ କରିବେ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ କର୍ମୀ।।

ରାୟଗଡା(ଉଲାପ୍ର) ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ସ୍ୱୀକୃତି ପ୍ରାପ୍ତ 4 ଟି କ୍ଷେତ୍ର କର୍ମଚାରୀ ( ସ୍ୱାସ୍ଥ୍ୟକର୍ମୀ) ଯଥା – ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ( A N M ) ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ( health worker male ) ଓଡିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଓ ସ୍ୱାସ୍ଥ୍ୟ କର୍ମୀ ପ୍ରାୟ 15000, ରାଜ୍ୟର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଯୋଜନା ନିମନ୍ତେ […]

ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ,ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର(ଉଲାପ୍ର)ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି […]

ଲଭ ଜିହାଦ ଅଧ୍ୟାଦେଶ: ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ ସରକାରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ସୁପ୍ରିମକୋର୍ଟ ଏବେ ଏହି ଅଧ୍ୟାଦେଶ ଗୁଡିକର ସାମ୍ବିଧାନିକ ବୈଧତାର ଜାଂଚ କରିବ । କେବଳ ଏଇଥିପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ବୁଧବାର ଦିନ ଶୁଣାଣି କାଳରେ ସୋଲିସିଟର ଜେନରାଲ ସୁପ୍ରିମକୋର୍ଟକୁ କହିଥିଲେ ଯେ, ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେଉଛି । ଏହା ଉପରେ ଅଦାଲତ ପଚାରିଥିଲେ ଯେ,ହାଇକୋର୍ଟ ନଯାଇ ସିଧାସଳଖ ସୁପ୍ରିମକୋର୍ଟ ଆସିବାର କାରଣ କଣ ? ଆବେଦନକର୍ତ୍ତା ହାଇକୋର୍ଟ ବଦଳରେ ସିଧା ସୁପ୍ରିମକୋର୍ଟରେ […]

ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ ଚୀନ୍‌, ଜାଣନ୍ତୁ କାହିଁକି

କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO । ସେଥିପାଇଁ ଚୀନକୁ ଯାଇ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଚାହିଁଥିଲା । ହେଲେ ଚୀନ ତା ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ମାନଙ୍କୁ […]

କୁଳମଣି ଏବଂ ତାଙ୍କ ସହଯୋଗୀଙ୍କ ହତ୍ୟା ହେଉଛି ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର,(ଉଲାପ୍ର)ଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତା ଶ୍ରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଶ୍ରୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ହେଉଛି ଓଡ଼ିଶାର ଶାସକ ଦଳ ବିଜେଡି ଦ୍ୱାରା ତିଆରି ହୋଇଥିବା ହିଂସା ଏବଂ ରାଜନୈତିକ ଅସହିଷ୍ଣୁତାଯୁକ୍ତ […]

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼(ଉଲାପ୍ର)ରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଜାତୀୟ ଉତ୍ସବ କୋଭିଡ କଟକଣା ପାଳନ ପୂର୍ବକ କେବଳ ପୋଲିସ ଦଳଙ୍କୁ ନେଇ ପାଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ୟାରେଡ୍ ଉତ୍ସବ ସିମୀତ ସ°ଖ୍ୟକ ଦର୍ଶକ,ମାକ୍ସ ପରିଧାନ, ସାମାଜିକ ଦୂରତା ଆଦି କୋଭିଡ ନିୟମକୁ କଡ଼ାକଡ଼ି […]

ଆଜିର ରାଶିଫଳ

✧═════•❁❀❁•═════✧ଅଦ୍ୟ ଜାନୁଆରୀ ୦୬ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ଅଷ୍ଟମୀ ରାତ୍ରି ଘଘ୦୨/୨୪ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର- ହସ୍ତା ସଂ ଘ୦୫/୫୫ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାଚନ୍ଦ୍ର -କନ୍ୟାଯୋଗ-ଅତିଗଣ୍ଡକରଣ- ବାଳବସୌରମାସ – ଧନୁ ୨୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୦୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୪୯✧═════•❁❀❁•═════✧ଯୋଗିନୀ ଐଶନ୍ୟେ ରାତ୍ରି ଘ ୦୨/୨୪ ଗତେ ପୂର୍ବେକର୍କଟ ରାଶିର ଘାତ ବାରବୃଷ ରାଶିର ଘାତଚନ୍ଦ୍ରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘଘ୦୯/୦୮ ଗତେ ଘ୧୦/୩୦ ମଧ୍ୟେବାରବେଳା- ଦିବା ଘ୧୧/୫୦ ଗତେ […]

ଢେଙ୍କାନାଳ ରେ ବିଜେପି ର ବିକ୍ଷୋଭ

ଢେଙ୍କାନାଳ(ଉଲାପ୍ର୍)ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳ ଙ୍କ ନିର୍ମମ ଭାବେ ହତ୍ୟା କରାଯାଇଥିବା ଯୋଗୁଁ ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର , ରାମଚନ୍ଦ୍ର ପାତ୍ର ବିଜେପି ଯୁବମୋର୍ଚ୍ଚା ସଭାପତି(ନଗରମଣ୍ଡଳ) ସଙ୍କଳ୍ପ ଦାସ , ବିଶ୍ୱଜିତ୍ ପଣ୍ଡା, ନାଗାର୍ଜୁନ ପାତ୍ର , ସନ୍ତୋଷ ମିଶ୍ର,ଦେବୀ ପ୍ରସାଦ ବେହେରା,ବିଶ୍ୱଜିତ ବେହେରା, ବିଶାଳ ଦାସ, ଆସିଷ କୁମାର ଲେଙ୍କା, ସୁମିତ ବେହେରା, ଆୟୁଷ ନାୟକ,ସୁମେଶ […]