ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୦୧ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ଚତୁର୍ଥୀ ରାତ୍ରି ଘ୦୬/୪୧ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ଉତ୍ତରା: ଫା ରାତ୍ରି ଘ୧୨/୪୮ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର – ସିଂହ ଦିବା ଘ୦୭/୫୦ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ଅତିଗଣ୍ଡକରଣ-ବବସୌରମାସ -ମକର ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୦୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୪୯✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ର ଘ ୦୬/୪୨ ଗତେ ଦକ୍ଷିଣେବୃଷ ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା – ଦିବା୦୭/୪୯ ଗତେ ଘ୦୯/୧୩ ମଧ୍ୟେବାରବେଳା […]

ଆଗାମୀ ତିନିଦିନ ପ୍ରବଳ ଶୀତ ଜାରିରହିବ

ଭୁବନେଶ୍ୱର(ଉଲାପ୍ର)ଫେବ୍ରୁଆରି ୩ ତାରିଖ ସକାଳ ଯାଏ ପ୍ରବଳ ଶୀତ ଲହରି ଆଶଙ୍କା, ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୧୧ ଜିଲ୍ଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ବି ପ୍ରବଳ ଶୀତ ଲହରି ଆଶଙ୍କା ରାତିରେ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ, ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଖସିବ ପାରଦ, ଆହୁରି ୨-୩ ଡିଗ୍ରୀ […]

ଏଣିକି ଯାତ୍ରୀବାହୀ ଯାନ ବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ

ରାଜ୍ୟରେ କାର୍ଯ୍ୟକାରୀ ହେବ VTS ବ୍ୟବସ୍ଥା । ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଯାନବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ହେବ ବାଧ୍ୟତାମୂଳକ । ଏହାଦ୍ବାରା ଗାଡ଼ିର ଅବସ୍ଥିତି ସହିତ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ମିଳିପାରିବ ତଥ୍ୟ । ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ […]

ପିପୁଲସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ: ଖାକି ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ

ପିପୁଲସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ । ରାଜ୍ୟ ମାନବାଧିକାର କମିଶନରେ ପଡିରହିଥିବା ୧୫ ହଜାର ମାମଲା ମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ ରହିଛି । ୨୦୨୦ ମସିହାରେ ରୁଜୁ ହୋଇଥିବା ୨୯୧୦ ଟି ମାମଲା ମଧ୍ୟରୁ ପୋଲିସ ବିରୋଧରେ ୭ ଶହରୁ ଅଧିକ ମାମଲା ରହିଛି । ରାଜ୍ୟ ମାନବାଧିକାର କମିଶନରେ ନ୍ୟାୟ ଅପେକ୍ଷାରେ ୧୫ ହଜାର ମାମଲା । ସେଥିରୁ କେବଳ ୮ ହଜାର ମାମଲା ପୋଲିସ ବିରୋଧରେ । ଗତବର୍ଷ […]

୧୯୭୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ ୧୯୭୩ ମାଟ୍ରିକ ବ୍ୟାଚ୍ ର ବାର୍ଷିକ ଵଂଧୁ ମିଳନ କନ୍ତୋଲ ମା ଦକ୍ଷୀଣଚଣ୍ଡୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ହେମନ୍ତ ମହାନ୍ତି, ପ୍ରତାପ ପଣ୍ଡା, କୁଳମଣି ନାୟକ, ନରେଶ ଚମ୍ପତିରାୟ, ବିଜୟ ଦାଶ, ସ୍ମୃତିଳଞ୍ନନ ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର ସହିତ ମୋଟ ୩୫ ଜଣ ପୂର୍ବତନ ଛାତ୍ର ଯୋଗ ଦେଇଥିଲେ।

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ- ଆଜି ଉଦଯାପନ ହେବ

ଭୁବନେଶ୍ୱର ସ୍ଥିତ କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ‘ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ’ ଉଦଘାଟିତ ହୋଇଯାଇଛି | ଦ୍ବିଦିବସୀୟ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ | ସାଧାରଣତଃ ଚ୍ୟାନେଲ ଗୁଡିକ ଟିଆରପି ଦୌଡ଼ରେ ସାମିଲ ହୋଇ ପରସ୍ପର ପ୍ରତି ପ୍ରତିଦ୍ବନ୍ଦୀମୂଳକ ଆଭିମୁଖ୍ୟ ପ୍ରତିପୋଷଣ କରିଥାନ୍ତି | ହେଲେ ଆଜି କିନ୍ତୁ ବନ୍ଧୁତ୍ୱପୂର୍ଣ୍ଣ ତଥା ଭାଇଚାରାର ଯେଉଁ ନିଦର୍ଶନ ଦେଖିବାକୁ ମିଳିଛି ତାହା ବେଶ ପ୍ରଶଂସନୀୟ | […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୩୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ତୃତୀୟା ରାତ୍ରି ଘ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ପୂର୍ବା: ଫା ରାତ୍ରି ଘ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା: ଫାଚନ୍ଦ୍ର – ସିଂହଯୋଗ-ଶୋଭନକରଣ-ବାଣିଜ୍ୟସୌରମାସ -ମକର ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୧୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୫୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ର ଘ ୦୮/୩୬ ଗତେ ନୈରୁତେକର୍କଟ ଓ ମକର ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ୧୦/୩୫ ଗତେ ଘ୦୧/୨୨ […]

ଭୁବନେଶ୍ୱରରେ ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିଵ

ଭୁବନେଶ୍ୱର(ଉଲାପ୍ର)ଭାରତର ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ତଥା ‘ଜାୱେଦ ହବିଵ ଏକାଡେମୀ’ର ପ୍ରତିଷ୍ଠାତା ଜାୱେଦ ହବିଵ ଆଜି ଭୁବନେଶ୍ୱର ଆସିଛନ୍ତି | ‘ଜାୱେଦ ହବିଵ ହେୟାର ଆଣ୍ଡ ବ୍ୟୁଟି ଲି.’ ଅଧୀନରେ ଭାରତର 115ଟି ସହରରେ ମୋଟ 900ଟି ସାଲୁନ ଏବଂ 70ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟରତ ରହିଛି | ଭୁବନେଶ୍ୱରର ଅଶୋକନଗର ସ୍ଥିତ ‘ଜାୱେଦ ହବିଵ ଏକାଡେମୀ’ରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଜାୱେଦ ହବିଵ କରୋନା ପରବର୍ତ୍ତୀ ସୌନ୍ଦର୍ଯ୍ୟା ଓ ରୂପଚର୍ଯ୍ୟାର ପରିସରକୁ କରୋନା ବେଶ […]

ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା

ଭୁବନେଶ୍ୱର(ଉଲାପ୍ର)ରାଜ୍ୟରେ ପ୍ରଭାରୀ, ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି ପ୍ରଭାରୀ ଓଡିଶାରେ ପହଁଞ୍ଚିଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ପୁରୁଣା ନେତାଙ୍କୁ ଖୋଜୁଥିବା ବେଳେ ଅନ୍ୟ କିଛି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରାଙ୍କ ସମେତ ଦେବେନ୍ଦ୍ର ଶର୍ମା ଗତ ୨୬ ତାରିଖରୁ ଦିଲ୍ଲୀରେ ଅଛନ୍ତି । ରାଧାକାନ୍ତ ଦିଗାଲ, ରବୀନ୍ଦ୍ର କୁମାର ସେଠୀଙ୍କ ଭଳି ରାଜ୍ୟ କଂଗ୍ରେସର ନେତା ମଧ୍ୟ […]

👉କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର,ଚଳିତ ବର୍ଷ ଭିତରକନିକାରେ କୁମ୍ଭୀର ସଂଖ୍ୟା ୪୮୮କୁ ହ୍ରାସ ରାଜକନିକା(ଉଲାପ୍ର)ତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି । କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା କୁମ୍ଭୀର ଗାଏବ ହୋଇଥିବାର ତଥ୍ୟ । ଚଳିତମାସ ୧୫ରୁ ୨୩ ତାରିଖ ଯାଏଁ ବନବିଭାଗ ପକ୍ଷରୁ ହୋଇଥିବା […]