ଝିରିପାଣି ଗ୍ରାମରେ ମାଓ ପୋଷ୍ଟର :ପୋଲିସ ଇନଫର୍ମର ମାନେ ଶୀଘ୍ର ଆତ୍ମସମର୍ପଣ କରନ୍ତୁ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦେଇଛନ୍ତି l ଏଥିରେ କୁଆଡେ ଗଣ୍ଡ ସମାଜ ର ପିଲା ମାନଙ୍କୁ ପୋଲିସ ଇନଫର୍ମର ନ ହେବା ପାଇଁ ଚେତାବନୀ ଦିଆଯାଇଛି । ଯେଉଁମାନେ ପୋଲିସ ଇନଫର୍ମର ବନୁଛନ୍ତି ସେମାନଙ୍କ ତାଲିକା ପୋଷ୍ଟରରେ ମରାଯାଇଛି । ଏହି କାମରୁ […]

ରାଉରକେଲା ରେ ବିଶ୍ୱର ବୃହତ ହକି ଷ୍ଟାଡିଅମ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ

ସୁନ୍ଦରଗଡ(ଉଲାପ୍ର) ସୁନ୍ଦରଗଡ ଜିଲା ରାଉରକେଲା ଠାରେ ବିଶ୍ୱର ବୃହତ ହକି ଷ୍ଟାଡିଅମ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୨୦୨୩ ହକି ବିଶ୍ୱକପ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିବା ସହିତ ସୁନ୍ଦରଗଡ ଜିଲାରେ ଜିଲାର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି,ଏହି ଅବସରରେ ପାନୀୟଜଳ ପାଇଁ ୧୬୧୧ କୋଟି,ଜଳସେଚନ ପାଇଁ ୩୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ୧୧୧ କୋଟି,ରାସ୍ତାଘାଟର ବିକାଶ ପାଇଁ ୧୦୬୦ କୋଟି,ଶିକ୍ଷାପାଇଁ ୩୬୬ […]

ଉଦୟ ଲାବଣ୍ୟ ର ସମସ୍ତ ପାଠକ,ପାଠିକା,ଦର୍ଶକ,ସମ୍ବାଦଦାତା,ବିଜ୍ଞାପନ ଦାତା, ଶୁଭେଛୁ,ଆଉ ଆମକୁ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଶ୍ରୀ ପଞ୍ଚମୀ,ବାଗଦେବୀ ସରସ୍ବତୀଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ

ଟୋଲ ଟେକ୍ସ ଆଦାୟ କଲେ ଆନ୍ଦୋଳନ ଚେତାବନୀ

ବରଗଡ଼(ଉଲାପ୍ର) ଆଜି ମଧ୍ୟ ରାତ୍ରରୁ ବରଗଡ଼ ନିକଟସ୍ଥ ବରାହାଗୁଡା ଟୋଲଗେଟରୁ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଆଦାୟ କରାଗଲେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୃଜର୍ସ ଫୋରମ୍ ଚେତାବନୀ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆଜି ମଧ୍ୟ ରାତ୍ରରୁ ଦେଶର ସମସ୍ତ ଟୋଲ ପ୍ଲାଜା ( ଟୋଲଗେଟ) ରେ ଜାତୀୟ ରାଜପଥ ପ୍ରାଧିକରଣ ସ°ସ୍ଥା ନିଷ୍ପତ୍ତି ଗ୍ରହଣ କରିଛି। ତେବେ ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୁଜର୍ସ ଫୋରମ୍ ଜାତୀୟ ରାଜପଥ ପ୍ରାଧିକରଣ ଏଭଳି […]

ଉତ୍ତର-ପୂର୍ବ ଭାରତର ବିକାଶ ନେଇ ବୈଦେଶିକ ମନ୍ତ୍ରୀ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା

ଭୁବନେଶ୍ବର, ୧୫।୦୨- କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକି ଗତକାଲି ଆସାମ ଗସ୍ତରେ ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସେମାନଙ୍କ ସହ ଉତ୍ତର-ପୂର୍ବ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତରେ ହୋଇଥିବା ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ଆଗକୁ ଅନ୍ୟ ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଏବଂ […]

ଅଦ୍ୟ ଫେବୃଆରୀ ୧୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ପଞ୍ଚମୀ ଶେଷରାତ୍ରି ଘ୦୫/୫୮ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର- ରେବତୀ ରାତ୍ରି ଘ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର -ମୀନ ରାତ୍ରି ଘ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗା- ଶୁଭକରଣ-ବବସୌରମାସ-କୁମ୍ଭ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଶେଷରାତ୍ରି ଘ ୦୫/୫୮ ଗତେ ପଶ୍ଚିମେଧନୁ ରାଶି ର ଘାତଚନ୍ଦ୍ରମକର ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ✧═════•❁❀❁•════*କାଳବେଳା- ଦିବା ଘ୦୧/୨୬ ଗତେ ଘ ୦୨/୫୧ […]

ଅଗ୍ନିକାଣ୍ଡ ବିପନ୍ନ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ବଲସକୁମ୍ଫା ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ର ବାରିଆଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରରେ କୌଣସି ପ୍ରକାର ଅଗ୍ନିକାଣ୍ଡ ଘଟି ଗ୍ରାମର ସିମାଞ୍ଚଳ ସାହୁ, ପ୍ରତାପ ସାହୁ, ବିରଞ୍ଚି ନାରାୟଣ ସାହୁ, କାହ୍ନୁ ଚରଣ ସାହୁଙ୍କ ୪ ବଖରା ଘର ସଂପୂର୍ଣ୍ଣଭାବେ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇଁ ଫୁଲବାଣୀ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଘରର ସମସ୍ତ ଆସବାସ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ସୋମବାର ଅଗ୍ନି ବିପନ୍ନଙ୍କ […]

ଲଭ+ସେକ୍ସ+ଧୋକାର ଆଉ ଏକ ନମୁନା: ଥାନାରେ କନେଷ୍ଟବଳ ନାମରେ ଏତଲା ଦାଏର

କନ୍ଧମାଳ,(ଉଲାପ୍ର):ପୁଣି ଏକ ଘଟଣାରେ କନ୍ଧମାଳ ପୁଲିସର ଖାକି ପୋଷାକରେ ଲାଗିଛି କଳାଦାଗ । ଜଣେ ମହିଳା ହୋମ୍‌ଗାର୍ଡ଼ଙ୍କୁ ୧୦ ବର୍ଷ ହେଲା ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜଣେ ପୁଲିସ କନେଷ୍ଟବଳ ଶେଷରେ ତାଙ୍କୁ ପ୍ରତାରଣା କରିଛନ୍ତି। ୧୦ ବର୍ଷ ଧରି ଉକ୍ତ ପୁଲିସ କନଷ୍ଟେବଳ ସମ୍ପୃକ୍ତ ମହିଳା ହୋମ୍‌ଗାର୍ଡ଼ଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଏହା ମଧ୍ୟରେ ଉକ୍ତ ମହିଳା ହୋମ୍‌ଗାର୍ଡ ବହୁବାର ଗର୍ଭବତୀ ହୋଇଥିବା ଏବଂ କନ୍‌ଷ୍ଟେବଳ ଜଣକ […]

ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଯୁବକକୁ କୋର୍ଟ ଚାଲାଣ

ବାଲିଗୁଡା,(ଉଲାପ୍ର.):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଗାଁ ର ଗୁରୁମାହା ସାହିର ଜୟୀ ପ୍ରଧାନ ଙ୍କ ପୁଅ ଅଚ୍ୟୁତ ପ୍ରଧାନ (୩୦)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାୟୀ ଏକ ୧୦ ବର୍ଷର ନାବାଳିକାକୁ ଅଚ୍ୟୁତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ କୁ ଭିର୍ତ୍ତି କରି କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ କେଶ ନଂ.୧୦/୨୧ ଅଣ୍ଡର ସେକ୍ସନ ୩୪୧/୩୪୨/୫୦୬/୩୨୩/୩୫୪- ଡି […]