କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା । ସାମିଲ ହେବେ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା

ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି । ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେ ଭାରତ ବନ୍ଦକୁ ସଫଳ […]

କୋଟିଆକୁ ନେଇ ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । କହିଲେ, କୋଟିଆ ପାଇଁ ଏକ ବଡ ଡିଲ ହୋଇଛି

କୋଟିଆ ପ୍ରସଙ୍ଗକୁ ନେଇ ଓଡିଶାକୁ ସତର୍କ କରାଇ ଦେଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି, ନିଜ ଲୋକଙ୍କ ସୁବିଧା ପାଇଁ କାମ ନକରି ଆନ୍ଧ୍ର କାହିଁକି ଓଡିଶା ଲୋକଙ୍କ ପାଇଁ କାମ କରିବାକୁ ଆଗଭର ହେଉଛି । ଶୁଣିବାକୁ ମିଳୁଛି କୋଟିଆ ପାଇଁ ଏକ ବଡ ଡିଲ ହୋଇଛି । କେତେକ କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ କରି ଏପରି ଷଡଯନ୍ତ୍ର […]

କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପରାମର୍ଶକୁ ନେଇ ପ୍ରକାଶ ପାଇଥିବା ଖବର ଉପରେ ମତ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚାଷୀ ଉତ୍ପାଦକୁ ସଠିକ ଆଉ ସ୍ୱଛ ବ୍ୟବସ୍ଥାରେ କିଣିବାକୁ ରାଜ୍ୟଗୁଡିକ ଚାଷୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଫଳରେ ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୦ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଅଷ୍ଟମୀ ଦିବା ଘ ୦୧/୪୦ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- କୃତ୍ତିକା ପ୍ରାତଃ ଘ ୦୬/୪୭ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର -ବୃଷଯୋଗା-ଵୈଧୃତିକରଣ-ବବସୌରମାସ-କୁମ୍ଭ ୦୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୭/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଗ୦୧/୪୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେବିଛା ରାଶି ର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶି ର ଘାତବାରଅଷ୍ଟମୀ ର ଏ କୋଦିଷ୍ଟ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୪୩ ମଧ୍ୟେ ଓ ଘ୦୪/୨୦ଗତେ ଘ୦୫/୪୯ ମଧ୍ୟେବାରବେଳା […]

ବାଲ୍ୟ ବିବାହ ରୋକିଲେ କନ୍ଧମାଳ ଚାଇଲଡ ଲାଇନ କର୍ତ୍ତୃପକ୍ଷ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଚାଇଲଡ ଲାଇନ ପକ୍ଷରୁ ଆଉ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଛି। ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଥାନା ବ୍ରାହ୍ମଣପାଦ ପଞ୍ଚାୟତର ଜନୈକା ନାବାଳିକା ଝିଅ ସହ ସେହି ଅଞ୍ଚଳର ଜଣେ ଯୁବକର ବିବାହ ପାଇଁ ଉଭୟ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ଆଉ ଗୋଟିଏ ଦିନ ପରେ ସେମାନଙ୍କର ବିବାହ ହୋଇଥାନ୍ତା। ତେବେ ଚାଇଲଡ ଲାଇନ କର୍ମକର୍ତ୍ତା କୌଣସି ସୂତ୍ରରୁ ଖବର ପାଇ ଏ ନେଇ ସ୍ଥାନୀୟ […]

ଆଠଗଡରେ ବିଜେପି ଚାଷୀ ମେଳି,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲେ ଆଠଗଡ, ବଡମ୍ବା,ବାଙ୍କିର ଚାଷୀ

ଆଠଗଡ(buro news)ରାଜ୍ୟ ସମବାୟ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ବାଚନ ମଣ୍ଡଳୀରେ ବିରାଟ ବିଜେପି ଚାସିମେଳି ଅନୁଷ୍ଠିତ ହୋଇଯାଇଛି, ଆଠଗଡ଼ ଉପଖଣ୍ଡରେ ଧାନମଣ୍ଡିରେ ଧାନର ଅଭାବୀ ବିକ୍ରୀ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ସମବାୟ ଦୁର୍ନୀତି କୁ ନେଇ ଆଠଗଡ ତିଗିରିଆ, ବଡମ୍ବା ,ବାଙ୍କୀ ବିଜେପି କୃଷକ ମୋର୍ଚା ପକ୍ଷରୁ ଆଠଗଡ ବିଜେପି ବିଧାୟକ ପାର୍ଥୀ ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଆଠଗଡ଼ […]

ବାଲିଗୁଡା ଠାରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକକରଣ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯିବା ସହ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଉପଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପନ କରାଯାଇଥିବା ଟୀକା କରଣ କେନ୍ଦ୍ରକୁ ଯାଇ ସେଠାରେ ପ୍ରଥମ କୋଭିଡ ଟୀକା ନେଇଥିଲେ ପରେ ବାଲିଗୁଡା ବି.ଡି.ଓ […]

ବାଲିଗୁଡା ପୋଲିସର ଚୋରା ଦେଶୀ ମଦ ଜବତ : ୫ ଜଣ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ କତେରଭଟା ଗ୍ରାମରେ ବାଲିଗୁଡ଼ା ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଚଢ଼ାଉ କରି ୯0 ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣକୁ ଗିରଫ କରିଛି | ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ବନ ମଳିକ, ବୁଲୁ ସୁବୁଦ୍ଧି ଓ ଅନନ୍ତ ଗୌଡ଼, ଏମାନଙ୍କ ନାମରେ ଏକ ମାମଲା କେଶ ନଂ. 21,22,23/2021 ପ୍ରକାରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୧୮ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଷଷ୍ଠୀ ଦିବା ଗ୦୮/୩୩ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର- ଦ୍ଵିଜା ଘ ରାତ୍ରି ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର -ମେଷଯୋଗା-ବ୍ରହ୍ମକରଣ-ତୈତିିଳସୌରମାସ-କୁମ୍ଭ ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୮/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୪୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ୦୮/୩୩ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେମେଷ ରାଶି ର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – ଦିବା ଘ୦୨/୫୫ଗତେ ଘ ୦୫/୪୫ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- […]

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ମେଡ଼ିକାଲ୍ ରାସ୍ତାରେ ଥିବା ଏକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୋକାନ ମାଲିକ ସୁଶାନ୍ତ ମହାପାତ୍ର ସକାଳୁ ଦୋକାନ ଖୋଲିବା ପରେ କିଛି କ୍ଷଣ ପାଇଁ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଦୋକାନ ସୋ କେସ୍‌ରେ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରି ଚାଲିଥିବା ନେଇ ଅଭିଯୋଗ ହୋଇଛି। ଏନେଇ […]