ପୁଣି କରୋନା ବଢାଇଲା ଚିନ୍ତା : କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଦୋକାନୀ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ; ସକାଳୁ ସକାଳୁ ଜିଲ୍ଲାପାଳ ଦେଖିଲେ ସ୍ଥିତି

କରୋନା ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲାର ଧାର୍ମିକ ଅନୁଷ୍ଠାନ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନରେ କଡାକଡି ଭାବେ ଲାଗୁ ହେବ କୋଭିଡ୍ ନିୟମ । ସମସ୍ତ ସରକାରୀ ଏବଂ ଘରୋଇ […]

ଅନ୍ୟରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଜାଗ

ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନାର ଦ୍ୱିତୀୟ ଲହର ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଜାଗ । ସବୁ ସ୍କୁଲରେ କଡ଼ାକଡ଼ି ଭାବେ ଏସ୍‌ଓପି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅନ୍ୟରାଜ୍ୟରେ ଲକଡାଉନ ଫେରିବାରୁ […]

କରୋନା ନିୟମ କଡାକଡି ଭାବେ ପାଳନ ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଏସପିଙ୍କୁ ଚିଠି । ନିୟମ କଡାକଡି ପାଳନ ପାଇଁ ଚିଠି ଲେଖିଲେ ଏସଆରସି ।

ମାସ୍କ ବ୍ୟବହାର, ସାମାଜିକ ଦୂରତା , ସାନିଟାଇଜ ଉପରେ ଗୁରୁତ୍ୱ ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, କାର୍ଯ୍ୟାଳୟରେ କୋଭିଡ୍ ନିୟମ କଡାକଡି ହେବ ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ ବଜାର, ହାଟରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯିବ ନିୟମ ପାଳନ ଉପରେ ସବୁ କାର୍ଯ୍ୟାଳୟ, ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବିବାହ, କ୍ରୀଡା, ସାଂସ୍କୃତିକ ଉତ୍ସବ ଅନୁମତି ଥିଲେ ବି କୋଭିଡ୍ ନିୟମ ମାନିବେ ଅଙ୍ଗନୱାଡି ଓ ସମସ୍ତ ଶିକ୍ଷାନୁଷ୍ଠାନରେ […]

ବାଇକ ଦୁର୍ଘଟଣାରେ ଶିକ୍ଷକ ଙ୍କ ମୃତ୍ୟୁ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତର ରାଇଖୋଲ ଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଶିକ୍ଷକ ବାଦଲ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ ବାଦଲ କୌଣସି କାର୍ଯ୍ୟରେ ଖଜୁରୀପଡ଼ା ଯାଇ ରାତି ୯ଟ|ରେ ନିଜଘର କଲାଡିକୁ ବାଇକରେ ଫେରୁଥିବା ବେଳେ ରାଇଖୋଲ ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ବାଦଲ ଘଟଣାସ୍ଥଳରେ ମୁହଁମାଡି ପଡିଥିଲେ । କିଛି ସ୍ଥାନୀୟ ଲୋକ ପହଂଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୨ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଦଶମୀ ସଂ ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର-ମୃଗଶିରା ଦିବା ଘ ୧୧/୩୮ ପର୍ଯ୍ୟନ୍ତ ତଦନ୍ତେ ଆଦ୍ରାଚନ୍ଦ୍ର – ମିଥୁନଯୋଗା-ବିସ୍କୁମ୍ଭକରଣ-ଗରସୌରମାସ-କୁମ୍ଭ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୬/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ସଂ ଘ ୦୫/୧୫ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେକନ୍ୟା ରାଶି ର ଘାତଚନ୍ଦ୍ରମିଥୁନ ରାଶି ର ଘାତବାରଦଶମୀ ର ଏ କୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୪୨ଗତେ ଘ୦୯/୦୯ ମଧ୍ୟେବାରବେଳା – ଦିବା ଘ୦୨/୫୨ଗତେ […]

କନ୍ଧମାଳର ମିସେସ ଇଣ୍ଡିଆ ରିତାରାଣୀଙ୍କୁ ଜନ୍ମ ମାଟିରେ ସମ୍ବର୍ଦ୍ଧନା

କନ୍ଧମାଳ,(ଉଲାପ୍ର): ଗୋଆଠାରେ ମିସେସ ଇଣ୍ଡିଆ ମୁକୁଟ ଜିତି ଜିଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଥିବା ରୀତାରାଣୀ ଜାନୀଙ୍କୁ ତାଙ୍କ ନିଜ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରୀତା ଆଜି କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ପିରିକୁଡି ପଞ୍ଚାୟତ ନିଜ ଜନ୍ମମାଟି ଜାଲଙ୍ଗାପଦରରେ ପହଂଚିବା ପରେ ତାଙ୍କୁ ଗାମବାସୀ ମାନେ ବାଜା ବାଦ୍ୟ ସହ ପାଛୋଟି ନେଇଥିଲେ। ଗ୍ରାମର ଅନେକ ଲୋକ ତାଙ୍କ ଘରେ ପହଂଚି ତାଙ୍କୁ ଫୁଲତୋଡା ଓ ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଜଣାଇଥିଲେ। ପରିବାର […]

ମାତୃଭାଷା ଦିବସରେ ମଧୁ ବର୍ଣ୍ଣବୋଧ ବହି ଶିଶୁମାନଙ୍କୁ ପ୍ରଦାନ

ଆଠଗଡ(ଉଲାପ୍ର)ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଜୀବନ ସଂଘର୍ଷ ପରିବାର ପକ୍ଷରୁ ଛୋଟ ଛୋଟ ପିଲା ମାନଙ୍କୁ ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ କରିଛନ୍ତି ସମାଜସେବୀ ନିର୍ମଳ କୁମାର,ମାତୃଭାଷା ଦିବସରେ ଏଭଳି ଚିନ୍ତାଧାରା ନିଶ୍ଚିତଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ,ଶିଶୁ ଆସନ୍ତାକାଲି ର ନାଗରିକ,ହେଲେ ନାଗରିକ ଓଡ଼ିଆ କଣ ଜାଣୁନାହାନ୍ତି କିମ୍ବା ସେମାନଙ୍କ ପିଲାମାନଙ୍କୁ ଓଡ଼ିଆ ସ୍କୁଲରେ ପାଠ ପଢ଼ାଉ ନାହାଁନ୍ତି, ଏଭଳି ପରିସ୍ଥିତିରେ ଛୋଟ ଛୋଟ ଶିଶୁଙ୍କୁ ଏକାଠି କରି ସେମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ […]

ଢେଙ୍କାନାଳ ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ

 ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲା ଓପିଟିସିଏଲ  ପାୱାର ଗ୍ରୀଡ଼ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ଜିଲ୍ଲାର  କଣ୍ଟାବଣିଆ ସ୍ଥିତ ଏହି ଓପିଟିସିଏଳ ପାୱାର ଗ୍ରୀଡ଼ ଷ୍ଟେସନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲ ପାୱାର ଗ୍ରୀଡ଼ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ରବିବାର ସକାଳ ପ୍ରାୟ ସାଢ଼େ ୭ ଟା ସମୟରୁ ଏହି ନିଆଁ ଲାଗିଛି । ନିଆଁ ଅତି ଭୟଙ୍କର ହୋଇ […]

ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟାଧମକ ଦେଇଥିବା ଅଭିଯୁକ୍ତ ଗିରଫ : ଆଶ୍ରମର ପୂର୍ବତନ ଅନ୍ତେବାସୀ ଦେଇଥିଲା ଧମକ : ଘଟଣାର ପର୍ଦ୍ଦାଫାଶ କଲେ ଏସପି

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜାଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ରବିବାର ଗିରଫ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମ କଟକ ନିକଟସ୍ଥ ଚାଟିକଣାରୁ ଅଭିଯୁକ୍ତ ଅଭିଯୁକ୍ତ ମହାଦେବ ମହାରାଜକୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି। ପୁଣି କନ୍ଧମାଳ, ପୁଣି ଜାଲେଶପଟ୍ଟା, ପୁଣି ବାବା । ୨୦୦୮ ପରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ କୁ ଆସିଛି […]

କନ୍ଧମାଳରେ ଗାନ୍ଧୀ ଆସୁଛନ୍ତି ନାଟକର ବହିପୂଜନ

ବାଲିଗୁଡା,(ଉଲାପ୍ର): ରାଜ୍ୟ ସଂଗୀତ ନାଟକ ଏକାଡେମୀ ଏବଂ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ନାଟକ ମଞ୍ଚସ୍ଥ ହେଉଥିବା ବେଳେ କନ୍ଧମାଳରେ ମଧ୍ୟ ଗାନ୍ଧୀଆସିଛନ୍ତି ଓଡିଶା ନାଟକର ବହି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି l ଏହି ନାଟକକୁ ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘ ଓ ଫିରିଙ୍ଗିଆ ସାଂସ୍କୃତିକ କଳାପରିଷଦ ର କଳାକାର […]