ଅଭିଯୁକ୍ତ ଦୁଇ ଆଇଆରବି ଜବାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କଲେ କନ୍ଧମାଳ ଏସପି

କନ୍ଧମାଳ,(ଉଲାପ୍ର): ପର୍ଯ୍ୟଟକଙ୍କୁ ମାଡ଼ ମାରି ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଡ଼କାୟତି ଭଳି ସଙ୍ଗୀନ ଅଭିଯୋଗରେ ସମ୍ପୃକ୍ତ ଥିବା ଦୁଇ ଆଇଆରବି ଜବାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ୍‌। ଏହି ଦୁଇ ଜବାନ ହେଲେ ଡ଼େପୁଟି ସୁବେଦାର ଶିବବ୍ରତ ବେହେରା ଓ ହାବିଲଦାର ଶ୍ରୀନିବାସ କହଁର। ଏମାନଙ୍କ ବିରୋଧରେ ନିଜକୁ ପୁଲିସ କର୍ମଚାରୀର ପରିଚୟ ଦେଇ ବାହାରୁ ଆସିଥିବା ଲୋକଙ୍କୁ ଧମକାଇବା ସହିତ ମାଡ଼ ମାରି ଟଙ୍କା ଲୁଟି ନେଇଥିବା […]

ବସକୁ ପଛ ଆଡ଼ୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମ ଗୁମାପଦର ଛକରେ ଗୋଟିଏ ବସ ବାଇକ ପଛଆଡ଼ୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି ପ୍ରକାଶ ଯେ, ମଙ୍ଗଳ ବାର ରାତି 8ଟା ସମୟରେ କାମଧେନୁ ନାମକ ଏକ ଘରୋଇ ବସ ବ୍ରହ୍ମପୁରରୁ ରାଇପୁର ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ହୋଇଥିବା ଜଣାପଡ଼ିଛି |ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରା ଯାଇଛି l ଘଟଣା […]

ପାଇକମାଲ ଚାଷୀ ମୃତ୍ୟୁକୁ ନେଇ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ନିରବ ପ୍ରାର୍ଥନା

ବରଗଡ଼(ଉଲାପ୍ର) ଧାନ ବିକ୍ରୀ କରି ନ ପାରି ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ସମ୍ବଲପୁରୀ ଗ୍ରାମରେ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଳା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇଛି । ଏହି ମର୍ମରେ ବରଗଡ଼ ଜିଲ୍ଳା କଂଗ୍ରେସ ତରଫରୁ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୃତ ଚାଷୀଙ୍କ ବିୟୋଗର ନିରବ ପ୍ରାର୍ଥନା କରିବା ସହ କଲା ବ୍ୟାଜ ପରିଧାନ କରି ସରକାର କୁ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ […]

ବିଧାନ ସଭାରେ ଖାଦ୍ଯ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ,ନିନ୍ଦନୀୟ ,ପ୍ରଦିପ ପୁରୋହିତ

ବରଗଡ଼(ଉଲାପ୍ର)ଗତ କାଲି ବିଧାନ ସଭାରେ ମାନ୍ୟବର ଖାଦ୍ଯ ଯୋଗାଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିବୃତି ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ବୋଲି ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏକ ପ୍ରେସ ଇସ୍ତାହାର ରେ ପ୍ରକାଶ କରିବା ସହ ଚାଷୀ ମାନଙ୍କୁ ମଧ୍ୟସ୍ଥି ( ଦଲାଲ ) ଆକ୍ଷା ଦେଇଥିବାରୁ ମନ୍ତ୍ରୀ ମହୋଦୟ ଓଡିଶାର ଚାଷୀ ସମାଜକୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ରାଜ୍ୟର […]

ଟଙ୍କା ଲୁଟ ଓ ମାରଧର ଅଭିଯୋଗ ରେ ଫୁଲବାଣୀ ର ପୂର୍ବତନ ବିଜେଡି ବିଧାୟକ ଜେଲ ହାଜତକୁ ଗଲେ

କନ୍ଧମାଳ,(ଉଲାପ୍ର): ଜେଲ ଗଲେ ବିଜେଡିର ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ମଙ୍ଗଳବାର ଫୁଲବାଣୀ ପୁଲିସ୍ ଗିରଫ କରିଛି। ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଫୁଲବାଣୀ ଟାଉନ୍ […]

ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ସର୍ବ ପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗର 2021-22 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବlଚନ ଏଗ୍ରୋବେଦିକର ସଭା ଗୃହ ପରିସରରେ ସର୍ବ ସମତି କ୍ରମେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସଭାପତି ଭାବେ କୌଶିକ ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି -ଦେବବ୍ରତ ସିଂଦେଓ, ସମ୍ପାଦକ -କେଦାରନାଥ ନାୟକ, ସହ ସମ୍ପାଦକ-ବିଶ୍ୱଜିତ ସାହୁ, ପରିଚାଳନା ସମ୍ପାଦକ -ଚରଣ ବିନ୍ଧାଣୀ, ଗୋପାଳ କୃଷ୍ଣ ନାୟକ, ଅବନୀକାନ୍ତ […]

କନ୍ଧମାଳ ଜିଲ୍ଲା କୁଇକୁଳ ସମିତିର ବାର୍ଷିକ ଉତ୍ସବ ଆୟୋଜିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ସ୍ଥିତ କୁଇକୁଳ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୁଇ ସମାଜ ସମନ୍ୱୟ ସମିତିର ମହାସଚିବ ତଥା ଆଇନଜୀବୀ ଲମ୍ବୋଦର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜନଜାତି ଉନ୍ନୟନ ପରିଷଦ ର ପୂର୍ବତନ ଅଧକ୍ଷ ରୋଦନ ମଳିକ, ସାଧାରଣ ସମ୍ପାଦକ ପ୍ରଦୀପ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ପାରମ୍ପରିକ […]

ଆଠଗଡରେ କୋଭିଡ ଦିତୀୟ ଲହର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ରାଜ୍ୟରେ କରୋନାର ଦିତୀୟ ଲହର ନେଇ ସରକାର ଜିଲା ଠାରୁ ଆରମ୍ଭ କରି ଉପଖଣ୍ଡ ପର୍ଯ୍ୟନ୍ତ ସବୁ ଜିଲାପାଳ,ଉପଜିଲାପାଳ ମାନଙ୍କୁ ଚିଠି କରିବା ପରେ କଟକ ଜିଲ୍ଲା ଆଠଗଡ ପ୍ରଶାସନ ତପ୍ତର ହୋଇ ଉଠିଛି,ଆଠଗଡ ଉପଜିଲାପାଳଙ୍କ ଅଫିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଠଗଡ ଡ଼ିଏସପି ଆଲୋକ ରଞ୍ଜନ ରାୟ,ଏସଡିଏମଓ ବିଜୟ ମିଶ୍ର,ଆଠଗଡ ବିଡ଼ିଓ ଅରୁଣ କୁମାର ଦାସ ତଥା ବିଭିନ୍ନ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଏକାଦଶୀ ସଂ ଘ ୦୬/୦୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀନକ୍ଷତ୍ର-ଆର୍ଦ୍ରା ଦିବା ଘ ୦୧/୧୨ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର – ମିଥୁନଯୋଗା-ପ୍ରୀତିକରଣ-ଵିଷ୍ଟିସୌରମାସ-କୁମ୍ଭ ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୫/୫୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୦୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ସଂ ଘ ୦୬/୦୪ପର୍ଯ୍ୟନ୍ତ ତଦନ୍ତେ ନୈଋତେକନ୍ୟା ରାଶି ର ଘାତଚନ୍ଦ୍ରମକର ରାଶି ର ଘାତବାରଏକାଦଶୀ ର ଏ କୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୧/୩୦ଗତେ ଘ୦୨/୫୭ ମଧ୍ୟେବାରବେଳା – ଦିବା ଘ୦୭/୪୨ଗତେ […]

କଳିଙ୍ଗାଘାଟିରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ବାଲିଗୁଡା,(ଉଲାପ୍ର): କୋଇଡା ବଡବିଲରୁ ଲୁହାପଥର ବୋଝେଇ ଟ୍ରକ ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆଜି ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର ଉସ୍ତାବୁଲ୍ ଅନସାରୀ(୨୫) ଓ ହେଲପର ମୋବିନ୍ ଅନସାରୀ(୧୯) ସୁନ୍ଦରଗଡରେ ରହି ଆସୁଥିବା ବେଳେ ଆଜି ଲୁହାପଥର ବୋଝେଇ କରି ଗୋପାଳପୁର ପୋର୍ଟକୁ ନେଉଥିବା ସମୟରେ କଳିଙ୍ଗା ଘାଟି ଭିଲିଆପଟା ଠାରେ ଦୁର୍ଘଟଣା ଘଟି ଟ୍ରକଟି ଓଲଟି ଯାଇଥିଲା। […]