ବାଲିଗୁଡା ରେ ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ: ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ ଅଭିଭାବକ ଓ ଗ୍ରାମବାସୀ

ବାଲିଗୁଡ଼ା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣଶି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ବୋଲି କହିଛନ୍ତି ଅଭିଭାବକ । ଏଣୁ ଆଜି ପୁଣି ଛାତ୍ରଛାତ୍ରୀଙ୍କୁ ସାଥିରେ ନେଇ ଅଭିଭାବକ ଓ ଗ୍ରାମବାସୀ ବାଲିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ […]

ବାଲିଗୁଡା ରେ କାର ସହ ଗଞ୍ଜେଇ ଜବତ :ଜଣେ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର କାରକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ ୩୨କେଜି ୮ ସହ ଗ୍ରାମ ଗଞ୍ଜେଇ ଥିବା ସହ ଡ୍ରାଇଭରକୁ ଗିରଫ କରିଥିଲେ l ଗିରଫ ଡ୍ରାଇଭରର ନାମ ହେମନ୍ତ ଘଡେ଼ଇ […]

ଆଠଗଡ ରେ ପୁଣି ଏସଟିଏଫର ଚଢ଼ାଉ,ଚେରେଇପାଟଣା ଗାଁରୁ ଜବତ କଲା ଦୁଇକେଜି ଗଞ୍ଜେଇ, ଡ୍ରାଇଭର ଗିରଫ,କାର ଜବତ,ମୁଖ୍ୟ ଆସାମୀ ଘରୁ ଫେରାର

ଆଠଗଡ(ଉଲାପ୍ର)କଟକ ଜିଲ୍ଲା ଆଠଗଡ଼ ଏବେ ଏସଟିଏଫ ସ୍କାନରରେ। ଗତ ୨୧ ତାରିଖରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ବିରକିଶୋରପୁର ରାସ୍ତାକଡ଼ରୁ ହୋଟେଲ ପାରିଜାତରୁ ୧୭୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ଏସଟିଏଫ ଟିମ,ଯାହାର ଆନୁମାନିକ ମୂଲ୍ୟ ସାତଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଇଥିଲା,ଆଉ ଆଜି ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଚେରେଇପାଟଣା ଗ୍ରାମର ଗଞ୍ଜେଇ ମାଫିଆ ଅକ୍ଷୟ ପଣ୍ଡାଙ୍କ ଘରେ ଚଢାଉ କରିଥିଲା ଏସଟିଏଫ ଟିମ,ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଆଡିସନାଲ ଏସିପି […]

ବିଜ୍ଞାନ ଯୁଗରେ ଝଡାଫୁଙ୍କା ଭରସା, ୪ ବର୍ଷରେ ଗୁଣିଗାରେଡି ନେଲାଣି ଦୁଇଶହ ଜୀବନ

👉 ଆଜିବି ଅନ୍ଧକାରରେ ମଣିଷ । ବିଜ୍ଞାନ ଯୁଗରେ ଅନ୍ଧବିଶ୍ବାସକୁ ଆଶ୍ରା । କାରଣ ଅନ୍ଧବିଶ୍ବାସ ଯୋଗୁ ୪ ବର୍ଷରେ ଗଲାଣି ୨ ଶହ ଜୀବନ । କ୍ରାଇମବ୍ରାଞ୍ଚର ଏଭଳି ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ଧବିଶ୍ବାସର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନ ଲାଗୁ କରିବା ପାଇଁ ହେତୁବାଦୀ ଦାବି କରିଛନ୍ତି । ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସକୁ ନେଇ ଏବେବି ଦ୍ଵନ୍ଦରେ ଲୋକେ । କାହିଁକି ନା ଗୁଣିଗାରେଡି ଓ […]

OTT ଓ ସୋସିଆଲ ମିଡିଆ ପାଇଁ ନିୟମ ଜାରି, ଓଟିଟି ପାଇଁ ସେନସର ବୋର୍ଡ

ଭାରତରେ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ନିୟମ । ନିୟମ ଜାରି କରିଛି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ । ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଦେଶୀ ସୋସିଆଲ ମିଡିଆ କମ୍ପାନୀ ଭାରତକୁ ଆସନ୍ତୁ କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହରା ଉପରେ ଅଭିଯୋଗ ପାଇଁ ଫୋରମ ରହିବାର ଆବଶ୍ୟକତା ରହିଛି । ସୋସିଆଲ ମିଡିଆର ଦୁରୁପଯୋଗକୁ ନେଇ ବ୍ୟାପକ ଆଲୋଚନା ପରେ ୨୦୧୮ ଡିସେମ୍ବର ମାସରେ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଚତୁର୍ଦ୍ଦଶୀ ଦିବା ଘ ୦୩/୫୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାନକ୍ଷତ୍ର-ଅଶ୍ଳେଷା ଦିବା ଘ ୦୧/୧୬ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର – କର୍କଟ ଦିବା ଘ ୦୧/୧୬ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗା-ଅତିଗଣ୍ଡକରଣ-ବାଣିଜ୍ୟସୌରମାସ-କୁମ୍ଭ ୧୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୩/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୪୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୦୩/୫୫ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେକର୍କଟ ଓ ମକର ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତ ବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ […]

ତୁମୁଡିବନ୍ଧ ବନାଞ୍ଚଳରେ ବଣୁଆ ହାତୀ ଉପଦ୍ରଵ : ହାତୀ ଦଳିଦେବାରୁ ଜଣଙ୍କ ମୃତ୍ୟୁ :ତଦନ୍ତ ଅବ୍ୟାହତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳର ଶିର୍ଲା ନିକଟସ୍ଥ ଟାହିପଡା ନିକଟ ଜଙ୍ଗଲରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ହେବା ଯୋଗୁଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଗତ ଦୁଇ ଦିନ ହେଲା ଟାହି ପଡା ଗ୍ରାମର ସୁକାଲା ପାଟମାଝୀ(୬୨) ନିଖୋଜ ଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲ ରୁ ମୃତ ଦେହ ଉଦ୍ଧାର କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ […]

ନାବାଳିକା ଦୁଷ୍କର୍ମକାରିକୁ ଜୋରିମାନା ସହ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ବେଲଘର ଥାନା ଅଞ୍ଚଳର ଶଙ୍କର ପ୍ରଧାନୀ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଫୁଲବାଣୀ ପୋକସୋ କୋର୍ଟ ସ୍ୱତନ୍ତ୍ରଜର୍ଜ ସମର ବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ଛମାସ ସଶ୍ରମ କାରାଦଣ୍ଡ […]

ମହିମାସ୍ୱାମୀ ବେତବାଡି ଛାଡି ଯାଇଥିବା ଦୋରଡ଼ ଗ୍ରାମରେ ଉଠିଲା ଝାଡ଼

ଆଠଗଡ(ଉଲାପ୍ର)ମହିମାସ୍ୱାମୀ ଙ୍କ ଆଦ୍ୟପୀଠ ହେଉଛି ଆଠଗଡ ନିକଟସ୍ଥ ବାଙ୍କିର ମାଳବିହାରପୁର ଗ୍ରାମ,ଯେଉଁ ଗ୍ରାମରେ ମହିମାସ୍ୱାମୀ ପ୍ରଥମେ ୧୮୬୪ ମସିହାରେ ଶୂନ୍ୟମନ୍ଦିର ପ୍ରତିଷ୍ଠା କରି ମାଘମାସ ଚତୁର୍ଦ୍ଦଶୀ ରେ ଝାଡ଼ ଜାଲିଥିଲେ,ଆଉ ମହିମାସ୍ୱାମୀ ଏଠାରୁ ପାଦରେ ଚାଲିଚାଲି ଯିବାବେଳେ ଆଠଗଡ ସହର ଦେଇ ଯାଇଥିଲେ,ସନ୍ଧ୍ୟା ହୋଇଯିବାରୁ ମହିମାସ୍ୱାମୀ ଆଠଗଡ ନିକଟସ୍ଥ ଦୋରଡ଼ ଗ୍ରାମରେ ଏକ ଚାଳିଆ ଘରେ ରାତ୍ରିଯାପନ କରିଥିଲେ,ମହିମାସ୍ୱାମୀ ହାତରେ ଧରିଥିବା ବେତବାଡିଟିକୁ ସେହି ଚାଲିଘରେ ଛାଡ଼ିଦେଇ ଜୋରନ୍ଦା ଅଭିମୁଖେ ଚାଲିଯାଇଥିଲେ,ହେଲେ ଗ୍ରାମବାସୀ ଏହା ମହିମାସ୍ୱାମୀଙ୍କ ବେତବାଡି […]

ମହିମାସ୍ୱାମୀଙ୍କ ଆଦ୍ୟପୀଠ ମାଳବିହାରପୁର ଗ୍ରାମରେ ମାଘମାସ ଚତୁର୍ଦ୍ଦଶୀରେ ଉଠିଲା ଝାଡ଼

ଆଠଗଡ(ଉଲାପ୍ର)ମହିମାସ୍ୱାମୀ ଭାରତ ପରିଭ୍ରମଣ ସମୟରେ ଆଠଗଡ ନିକଟସ୍ଥ ବାଙ୍କିର ମାଳବିହାରପୁର ଗ୍ରାମରେ ଶୂନ୍ୟମନ୍ଦିର ପ୍ରତିଷ୍ଠାକରି ୧୮୬୪ ମସିହାରେ ପ୍ରଥମେ ମାଘମାସ ଚତୁର୍ଦ୍ଦଶୀ ରେ ପ୍ରଥମେ ବିଶ୍ୱବାସୀଙ୍କ ଶାନ୍ତି ଉଦେଶ୍ୟରେ ଝାଡ଼ ଜାଳିଥିଲେ,ସେହିଦିନ ଠାରୁ ଅଦ୍ୟାବଧି ୧୫୮ ବର୍ଷ ଧରି ଏହି ଆଦ୍ୟାଧାମ ରେ ଚତୁର୍ଦ୍ଦଶୀ ରେ ଝାଡ଼ ଜଳି ଆସୁଛି,ସେଥିପାଇଁ ଏହି ଆଦ୍ୟାଧାମର ପୀଠରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ,ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଏହି ଝାଡ଼ ଜଳି ଆସୁଛି,ମହିମାସ୍ୱାମୀଙ୍କ ଏହି ଆଦ୍ୟପୀଠରେ ଝାଡ଼ ଜଳି ସାରିବା […]