କନ୍ଧମାଳରେ ଦ୍ୱିତୀୟ ଥର ପାଇଁ ପୁଣି ୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,(ଉଲାପ୍ର): ଦ୍ୱିତୀୟ ଥର ପାଇଁ କରୋନା ମୁକ୍ତ ଘୋଷଣାର ଆଠ ଦିନ ପରେ କନ୍ଧମାଳ ଜିଲାରେ ପୁଣି ତିନି ଜଣ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଜିଲାରେ ତିନି ଜଣ ନୂଆ ରୋଗୀ ବାହାରିଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ଜିଲାରେ ୫,୯୫୦ ଜଣ ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ୫୯୧୪ ଜଣ ସୁସ୍ଥ ହୋଇଛନ୍ତି। ତିନି ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ସମୁଦାୟ ୩୩ […]

ଟିମ୍ ହ୍ୟୁମାନିଟ ର ଆଉ ଏକ ବଳିଷ୍ଠ ପଦକ୍ଷେପ ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫେଇ କଲା

କନ୍ଧମାଳ,(ଉଲାପ୍ର): ବିଗତ ଦିନରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଥିବା ବେଳେ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ପକ୍ଷରୁ ଆରମ୍ଭ ହୋଇଥିଲା ଅନ୍ୟ ଏକ ନୂତନ ପଦକ୍ଷେପ। ସହରରେ ଥିବା ସମସ୍ତ ଆବର୍ଜନାପୂର୍ଣ୍ଣ ଶ୍ମାସନକୁ ପରିସରକୁ ସଫେଇ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ନାରାୟଣୀ ମନ୍ଦିର ରାସ୍ତାରେ ଥିବା ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫା କରାଯାଇଛି।ଏ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି l

ଟିକାକରଣ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ଚାଲିଛି । ପ୍ରଥମ ଡୋଜରେ ୮୮% ଓ ଦ୍ବିତୟରେ ୮୬% ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ୭୮ ପ୍ରତିଶତ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‌ ନେଇଛନ୍ତି

ନୂଆଦିଲ୍ଲୀ,ସାରା ଦେଶରେ ମାର୍ଚ ୩୧ ଯାଏ ବଢ଼ିଲା କୋରୋନା କଟକଣା ।କୋରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗର ନିଷ୍ପତ୍ତି । ପୂର୍ବଭଳି ଜାରି ରହିବ କଣ୍ଟେନ୍‌ମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ମାର୍ଚ ୩୧ ଯାଏ ବଳବତ୍ତର ରହିବ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ।ଟିକାକରଣ ତ୍ବରାନ୍ବିତ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ

ଭୁବନେଶ୍ୱର,ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା। ସି-ସୋର୍‌ କମ୍ପାନିର ସମସ୍ତ ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦେଶ ଦେଲେ ସ୍ବତନ୍ତ୍ର OPID କୋର୍ଟ। ୧୯୭ ଏକର ଜମି, ୨୦୦ କେଜି ରୁପା, ୧.୮୯ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୧୩୮୫ ଗ୍ରାମ ସୁନା ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୯୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୫୬ ଓ ସ୍ଥାନୀୟ ଅଞ୍ଚଳରୁ ୩୮ ଚିହ୍ନଟ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୮କୁ ବୃଦ୍ଧି । ୩ ଲକ୍ଷ ୩୪ ହଜାର ୪୦୦ ସୁସ୍ଥ, ୬୫୦ ଆକ୍ରାନ୍ତ ଚିକିତ୍ସାଧୀନ*

ଭୁବନେଶ୍ବର ବିମାନବନ୍ଦରରେ ଯାତ୍ରୀଙ୍କର ଚାଲିଛି କୋରୋନା ସ୍କ୍ରିନିଂ । ୧୨ ରାଜ୍ୟ ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ପଞ୍ଜାବ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଚଣ୍ଡୀଗଡ଼ରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ହେଉଛି

ଭୁବନେଶ୍ବର ବିମାନବନ୍ଦର ନିର୍ଦେଶକ ଭି. ଭି. ରାଓଙ୍କ ପ୍ରତିକ୍ରିୟା । ଯାହାର କିଛି ଲକ୍ଷଣ ଦେଖାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ । କାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ପତ୍ର ମିଳିଛି । ବର୍ତ୍ତମାନ ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ୪ ହଜାର ଯାତ୍ରୀ ଆସୁଛନ୍ତି

ଭୁବନେଶ୍ୱର,ଆନ୍ଦୋଳନରତ ANM ମାନଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି । ବିଧାନସଭାରେ ବିବୃତି ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୧୦୯୯ ଏଏନ୍‌ଏମ୍‌ ପଦବୀ ଖାଲି ରହିଛି କହିଲେ ମନ୍ତ୍ରୀ । କୋରୋନାକୁ ଦୃଷ୍ଟିରେ ରଖି ସର୍ତ୍ତାବଳୀ ନିଯୁକ୍ତି ଦିଆଯାଇଥିଲା*

ଫୁଲବାଣୀ ଜାମା ମସଜିଦର ନୂତନ କର୍ମକର୍ତ୍ତା ନିର୍ବାଚନ

କନ୍ଧମାଳ,26/02.(ଉଲାପ୍ର ): କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ମସଜିଦ ଜାମା ମସଜିଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଜାମା ମସଜିଦ ଠାରେ ଫୁଲବାଣୀ ବାସିନ୍ଦାର ମୁସଲିମ୍ ସମ୍ପ୍ରଦାୟ ଲୋକଙ୍କୁ ନେଇ ସ୍ଥାନୀୟ ଫୁଲବାଣୀ ଜାମା ମସଜିଦର ସଭାପତି ଭାବେ ଅବଦୁଲ ରଜାକ ଗାଁ ମନୋନୀତ ହୋଇଥିଲା ବେଳେ ସମ୍ପାଦକ ଭାବେ ମହମ୍ମଦ ଲତିଫ ବେଶ୍ ଏବଂ କୋଷାଧ୍ୟକ୍ଷ ଭାବେ ଇମତିଆଜ ଖାଁ ଙ୍କୁ ଚୟନ କରାଯାଇଛି । ଏଥି ସହିତ ମସଜିଦର ଉପଦେଷ୍ଟା ଭାବେ ବରିଷ୍ଠ […]