ଦାରିଙ୍ଗିବାଡି ଦବେରି ଗ୍ରାମରୁ ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ବଡ଼ଗଡ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଟୁନା ସ୍ୱାଇଁ । ପୋଲିସର ସୂଚନା ମୁତାବକ ଟୁନା ସ୍ୱାଇଁ ଏକ […]

ସମଗ୍ର କନ୍ଧମାଳ ଜିଲ୍ଲାରେ କରୋନାକୁ ରୋକିବା ପାଇଁ ଜୋରଦାର ପ୍ରୟାସ, ଅମାନିଆଙ୍କୁ ତାଗିଦ୍

ବାଲିଗୁଡା,(ଉଲାପ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦେଶନାମା ଜାରି ହେବା ପରେ ସମଗ୍ର କନ୍ଧମାଳ ରେ ସତର୍କ ରହିବାକୁ ପୂର୍ବରୁ ଜିଲ୍ଲା, ଉପଖଣ୍ଡ, ବ୍ଲକ ତଥା ଏନଏସି ତରଫରୁ ଘୋଷଣା କରାଯାଇଥିଲା । ଆଜି ସରକାରୀ ଅଧିକାରୀ ସାଧାରଣରେ ସଚେତନତା ସୃଷ୍ଟି କରିବା ସହିତ ଅମାନିଆଙ୍କୁ ତାଗିଦ୍‌ କରିଥିବା ଦେଖିବାକୁ ମିଳିଛି। ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ତହସିଲଦାର ଅବିନାଶ ମାହାର ଜନସାଧାରଣଙ୍କୁ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୩ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ପଞ୍ଚମୀ ରାତ୍ରି ଘ ୦୧/୦୦ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର-ସ୍ଵାତୀ ରାତ୍ରି ଘ ୦୨/୪୪ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର -ତୁଳାଯୋଗା-ବୃଦ୍ଧିକରଣ-କୌଳବସୌରମାସ-କୁମ୍ଭ ୨୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୯/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୧/୦୦ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେକର୍କଟ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୯/୦୪ଗତେ ଘ୧୦/୩୨ ମଧ୍ୟେବାରବେଳା – ଦିବା ଘ୧୧/୫୫ଗତେ ଘ୦୧/୩୭ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୭ଗତେ […]

ମୋବାଇଲ୍ ଟାଓ୍ବାର୍ ସ୍ଥାପନର ୧୩ ବର୍ଷ ବିତିଗଲାଣି,: ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନର ଚେତାବନି

ବାଲିଗୁଡ଼ା,(ଉଲାପ୍ର): ମୋବାଇଲ ଟାୱାର ସ୍ଥାପନର ୧୩ ବର୍ଷ ବିତିଗଲାଣି, ତଥାପି ସେବାରୁ ବଞ୍ଚିତ ୪ ପଞ୍ଚାୟତବାସୀ । ଯଥାଶୀଘ୍ର କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ମାର୍ଲାଙ୍ଗା ପଞ୍ଚାୟତରେ । ବର୍ତ୍ତମାନ ସମୟରେ ସବୁ ଅଞ୍ଚଳରେ ମୋବାଇଲ ସେବା ଜରୁରୀ ହୋଇପଡ଼ିଛି । ପାଠପଢ଼ା ଠାରୁ ଆରମ୍ଭ କରି ଚାକିରି ଆବେଦନ, ବ୍ୟାଙ୍କ ସେବା ଭଳି ଅତ୍ୟାବଶ୍ୟକ କାମ […]

ଦୁଇ କାର୍‌ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ସତ୍‌ସଙ୍ଗ କେନ୍ଦ୍ର ନିକଟ ବୁଲାଣି ରାସ୍ତାରେ ଦୁଇକାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରାଇକିଆ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ଏକ ଓଲା କାର୍‌ ଭୂବନେଶ୍ୱର ଆଡ଼କୁ ଯାଉଥିବା ବେଳେ […]

ମାଣିଆବନ୍ଧ ମହାବିଦ୍ୟାଳୟ ଠାରେ ସଂସ୍କୃତ ସେମିନାର ଅନୁଷ୍ଠିତ

ମାଣିଆବନ୍ଧ(ଉଲାପ୍ର)ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣିଆବନ୍ଧ ମହାବିଦ୍ୟାଳୟ ଠାରେ ସଂସ୍କୃତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି,ଏଥିରେ ମୁଖ୍ୟଅତିଥି ବଡମ୍ବା ଓକିଲ ସଂଘର ସଭାପତି କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସଂସ୍କୃତ ଏକ ରାଷ୍ଟ୍ରିୟ ଭାଷା ଓ ସର୍ବପୁରାତନ ଭାଷା ବୋଲି ପ୍ରକାଶ କରିଥିଲେ,ଏହି ସେମିନାରରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଥିଲେ ଖଗେଶ୍ୱର ମହାପାତ୍ର ଇଁରାଜୀ ଅଧ୍ୟାପକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ବିଜୟ କୁମାର ପରିଡା,ସଂସ୍କୃତ ଅଧ୍ୟାପକ ଶାରଦା ନନ୍ଦ ଦାଶ, ଉଦୟ […]

ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି, ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

ଏବେଠୁ ଅସହ୍ୟ ହେଲାଣି ତାତି । ପିଟିଲାଣି ଝାଞ୍ଜି । ଖରାରେ ଆଉଟୁ ପାଉଟୁ ହେଲେଣି ଲୋକେ । ଫେବୃଆରୀ ଶେଷ ନହେଉଣୁ ଏଥର ଆରମ୍ଭ ହୋଇଯାଇଛି ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ ଏତିକିରେ ସରୁନି କଷ୍ଟ । ସତେ ଯେମିତି ସର୍ଯ୍ୟଦେବଙ୍କ କୋପ ଏଥର ଓଡ଼ିଶା ଉପରେ ପଡ଼ିଛି । ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ […]

ମୁମ୍ବାଇ ବିଦ୍ୟୁତ ବିଭ୍ରାଟ ପଛରେ ଚୀନ୍ ହ୍ୟାକର । ଚୀନର ସାଇବର ଆଟାକ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ରିପୋର୍ଟ ।

ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚୀନ୍ ସାଇବର ଆଟାକ ମଧ୍ୟ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମୁ୍ମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଏପରିକି ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ବେପାର ବାଣିଜ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ ଏହା ପଛରେ ଚୀନ୍ର ସାଇବର ଆଟାକର ସମ୍ପୃକ୍ତି ଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ […]

ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ

ବରଗଡ଼ : ଓଡିଶା କ୍ରିକେଟ ଆସୋସିଏସନ୍ ର ଭିଜନ ୨୦-୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅରୁଣ କୁମାର ମହାନ୍ତି ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଅତିଥି […]

ବରଗଡ଼ ରେ କଣ୍ଟ୍ରାକ୍ଟର ଆସୋସିଏସନ ର ବୈଠକ ଅନୁଷ୍ଠିତ

ବରଗଡ ଜିଲ୍ଲା କଂଣ୍ଟାକ୍ଟର ଏସୋସିଏସନ ର ବରିଷ୍ଠ ତଥା ମୂଳଦୁଆ ସଦସ୍ୟ ମାନଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା । ଏସୋସିଏସନ ର କାର୍ଯକଳାପ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଶୂଙ୍ଖଳା ଉପରେ ସମସ୍ତେ ଜୋର ଦେଇଥିଲେ ।ବିଶୃଙ୍ଖଳିତ ଆଚରଣ ପାଇଁ ସୁନୀଲ କୁମାର ମହାପାତ୍ର (ମୁନା) ଏବଂ ତୋଷବନ୍ତ ଦାଶ ଙ୍କୁ ଏସୋସିଏସନ ର ପ୍ରାଥମିକ ସଦସ୍ୟ ପଦ ରୁ ବହିଷ୍କୃତ କରାଗଲା । ଆସନ୍ତା ମାର୍ଚ 14 ରବିବାର ଦିନ ସାଧାରଣ ପରିଷଦ ର […]