ନିର୍ଭୁଲ ଜନଗଣନା ପାଇଁ ବରଗଡ଼ ଜିଲ୍ଲାର ୫ କର୍ମଚାରୀ ସମ୍ବର୍ଦ୍ଧିତ

ବରଗଡ଼(ଉଲାପ୍ର) ଜନଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ଯ୍ୟ ସମ୍ପାଦନା କରିଥିବାରୁ ବରଗଡ଼ ଜିଲ୍ଲାର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସମସ୍ତ ଙ୍କୁ ସମ୍ମାନିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଜିଲ୍ଲା ର ଜନଗଣନା ଠିକ୍ ଭାବେ କରିଥିବା କର୍ମଚାରୀ […]

ପଞ୍ଚାୟତ ଦିବସ ପୂର୍ବରୁ ବରଗଡ଼ ରେ ସହାୟତା ପାଇଲେ କସ୍ତୁରୀ

ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ପଞ୍ଚାୟତ ଦେହେରୀପାଲି(ଦେକୁଲବା) ର ନିଃସହାୟ ଓ ନିରାଶ୍ରୟ ଅବସ୍ଥା ରେ ଥିବା ୬୧ ବର୍ଷିୟା ବୃଦ୍ଧା କସ୍ତୁରୀ ଭେସ୍ରାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲାପ ଦାଶଙ୍କ ପ୍ରୟାସ ରେ ଆଜି ତାଙ୍କୁ ତାଙ୍କ ଘରେ ଭତ୍ତା ପ୍ରଦାନ କରାଯାଇଥିଲା।ପଞ୍ଚାୟତ ରାଜ ଦିବସ ପୂର୍ବରୁ ପଞ୍ଚାୟତ କର୍ମଚାରୀ ଙ୍କ ପ୍ରୟାସ ରେ ବିକଳାଙ୍ଗ ଭାବେ ପଡ଼ିଥିବା ବୃଦ୍ଧା କସ୍ତୁରୀ ଙ୍କ କାଗଜ ପତ୍ର ତୁରନ୍ତ କାର୍ଯ୍ୟକାରୀ କରାଇ ତାଙ୍କ ଘରେ […]

ଆଠଗଡ ଐତିହାସିକ ପଞ୍ଚୁଦୋଳ ଯାତ୍ରାରେ କଟକଣା ଜାରିକଲା ଆଠଗଡ ପ୍ରଶାସନ,ପଞ୍ଚୁଦୋଳ ମେଳଣ ହେବ କିନ୍ତୁ ହେବନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ, ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ହେବ ପଞ୍ଚୁଦୋଳ ଯାତ୍ରା,ହୋଲି ଉପରେ ରହିବ ସ୍ୱତନ୍ତ୍ର ନଜର,ଆଠଗଡ ଉପଖଣ୍ଡ ଦୋଳଯାତ୍ରା ପାଇଁ ଜାରିହେଲା ଗାଇଡ଼ ଲାଇନ,କୌଣସି ସ୍ଥାନରେ ହେବନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ

ପ୍ରବାଦ ପୁରୁଷ ବିଜୁବାବୁଙ୍କ ମୂର୍ତ୍ତି ତଳେ ଲାଗିଲା ସିଡ଼ି

ଆଠଗଡ(ଉଲାପ୍ର)ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦୁଇ ଦୁଇଟି ମୂର୍ତି ନିର୍ମାଣ କରି ବିଜେଡି ଓ ଆଠଗଡ ଏନଏସି ତାର କାର୍ଯ୍ୟ ସାରି ଦେଇଥିଲା,ହେଲେ ଭୁଲି ଯାଇଥିଲା ଏତେ ବଡ଼ ସାତଫୁଟିଆ ମୂର୍ତିରେ କେମିତି ଫୁଲ ମାଳ ପଡିବ ବୋଲି,ଯୋଉମାନେ ବି ଫୁଲମାଳ ପକାଉଥିଲେ ବିଜୁବାବୁଙ୍କ ମୁର୍ତିରେ ବାଉଁଶ ଅଗରେ ଫୁଲମାଳ ଦେଇ ଆଠଗଡ ରେ ଏମିତି ବିଜୁବାବୁଙ୍କୁ ସମ୍ମାନ କରାଯାଇଥାଏ,ଆଠଗଡ ର ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ଚାନେଲ ଏହି ଘଟଣାକୁ […]

ଆଠଗଡର ଐତିହାସିକ ପଞ୍ଚୁଦୋଳ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡର ଐତିହାସିକ ପଞ୍ଚୁଦୋଳ ଓ ଦୋଳ ଯାତ୍ରାର ପ୍ରସ୍ତୁତି ବୈଠକ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସହକାରୀ ଉପଜିଲାପାଳ ପ୍ରିୟବ୍ରତ ଦାସ,ଆଠଗଡ ଉପଖଣ୍ଡ ମୁଖ୍ୟ ଚିକିସ୍ଥା ଅଧିକାରୀ ବିଜୟ ମିଶ୍ର,ଦେବୋତ୍ତର ବିଭାଗ ପରାମର୍ଶ ଦାତା ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଆଠଗଡ ବିଡ଼ିଓ ଅରୁଣ କୁମାର ଦାସ,ଧବଳେଶ୍ବର ପୂଜକ ସମାଜ ପ୍ରତିନିଧି,ଆଠଗଡ ର ଗଣ୍ୟମାନ୍ୟ ବ୍ୟକ୍ତି,ସାମ୍ବାଦିକ,ଓକିଲ,ବିଭିନ୍ନ ବଜାର କମିଟି ମୁଖ୍ୟ,ବିଭିନ୍ନ ସାହି କମିଟିର ମୁଖ୍ୟ,ସରକାରୀ ଅଫିସର ବିଭିନ୍ନ ପଦାଧିକାରୀ ମାନେ ଏହି ଆଲୋଚନାରେ […]

ସୌରଚଳିତ ଜଳଯୋଗାଣ ପ୍ରହସନ: ଡ଼ଡଙ୍ଗ ରେ ଉତ୍କଟ ହେଇଛି ପାଣି ସମସ୍ୟା

ବାଲିଗୁଡା,(ଉଲାପ୍ର):ମାର୍ଚ୍ଚ ପହିଲା ଠାରୁ ହିଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ଉତ୍କଟ ରୂପ ନେଲାଣି । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ ଏବେ ଠାରୁ ହିଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ୧୧ପଞ୍ଚାୟତ ରେ ଉତ୍କଟ ହେଲାଣି ପାଣି ସମସ୍ୟା। ଏଠାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସ୍ଥାଣୁ ପାଲଟି ଯାଇଛି କହିଲେ ଅତିୟୁକ୍ତି ହେବ ନାହିଁ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୪ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ଷଷ୍ଠୀ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର-ବିଶାଖା ରାତ୍ରି ଘ ୦୧/୦୧ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାଚନ୍ଦ୍ର -ତୁଳା ରାତ୍ରି ଘ ୦୭/୨୮ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ବ୍ୟାହତକରଣ- ଗରସୌରମାସ-କୁମ୍ଭ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୮/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୫୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ରାତ୍ରି ଘ ୧୦/୩୭ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେତୁଳା ଓ କୁମ୍ଭ ରାଶିର ଘାତବାରଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – […]

ସିଆରଏଫ ଦ୍ୱାରା ଜନ ସଚେତନତା ତଥା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଆୟୋଜିତ

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତର ସ୍କୁଲ ଖେଳ ପଡିଆରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ତଥା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା l କାରଣ ହେଉଛି ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ […]

ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବାଲିଗୁଡା,୩/୩.(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ ଅଟୋ ନଂ.OD-12-9425 କୁ ଯାଞ୍ଚ କରିଥିଲେ | ସେଥିରୁ ୧୯୨ ବୋତଲ ବିଅର ଓ ନିପ୍ ବିଦେଶି ମଦ ବାହାରିଥିଲା l ଯାହାର ଓଜନ 49.500 ଲିଟର ବୋଲି ଜଣାପଡିଛି l ଏହି ବିଦେଶୀ ମଦ ବାଲିଗୁଡ଼ା ରୁ ବାରଖମା ଯାଉଥିଲା |ଅଟୋ କୁ ଜବତ କରିବାସହ ୩ଜଣଙ୍କୁ ଗିରଫ […]

ମା’ ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କନ୍ଧମାଳ,(ଉଲାପ୍ର):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାଠାରେ ମା’ ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ଉଦଘାଟନୀ ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ଵୟ ମନ୍ତ୍ରୀ ପଦ୍ମନାଭ ବେହେରା । ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ସଦଭାବ ଓ ଭାତୃତ୍ଵ ଭାବ ସୃଷ୍ଠି କରିବ ବୋଲି କହିଥିଲେ। କେବଳ ସେତିକି ନୁହେଁ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଚାପମୁକ୍ତ କରିଥାଏ ଖେଳ। ଏଣୁ ଯୁବକ ଯୁବତୀ […]