ଅଭିଭାବକ ସଂଘର ଅସନ୍ତୋଷ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ଘରୋଇ ସ୍କୁଲ୍

‌ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ସ୍କୁଲ । କୋର୍ଟ ନିର୍ଦ୍ଦେଶକୁ ବେଖାତିର୍ କରି ମନମାନୀ ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମରୀ ପାଇଁ ସ୍କୁଲ ଫି ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ହେଲେ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ରେ ଥିବା ଅଧିକାଂଶ ଘରୋଇ ସ୍କୁଲ ଏହାକୁ ବେଖାତିର କରୁଛନ୍ତି […]

ନିର୍ବାଚନ ତାତି, ଆସାମରେ ନିଜ ସରକାରକୁ ଭୁଲିଗଲେ ରାଜନାଥ

ଆସାମରେ ସର୍ବାନନ୍ଦ ସୋନୋୱାଲଙ୍କ ନେତୃତ୍ୱରେ ବିଜେପିର ସରକାର ରହିଛି । କିନ୍ତୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ଆସାମରେ ସରକାର ବଦଳାଇବା କଥା କହିଛନ୍ତି । ଆସାମର ବିଶ୍ୱନାଥ ବିଧାନସଭା ନିର୍ବାଚନ ମଣ୍ଡଳିର ଏକ ନିର୍ବାଚନୀ ସଭାରେ ରାଜନାଥ କହିଛନ୍ତି- ଆମ ସରକାର ତ୍ରିପୁରାରେ ରହିଛି । ଆପଣମାନଙ୍କ ଆଶୀର୍ବାଦ କ୍ରମେ ବିଜେପି ଆସାମ ଓ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମା ସୁରକ୍ଷାକୁ ନେଇ ରାଜନାଥ […]

ସରକାରୀ ବ୍ୟାଙ୍କର କାହିଁକି ଘରୋଇକରଣ କରୁଛନ୍ତି ମୋଦି ସରକାର ?

ନୂଆଦିଲ୍ଲୀ,ଦେଶର ସବୁଠୁ ବଡ଼ ବ୍ୟାଙ୍କ କର୍ମଚାରୀ ସଂଗଠନ ୟୁନାଇଟେଡ୍ ଫୋରମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହରତାଳ ଆହ୍ୱାନ ଦେଇଛି । ଏଥିରେ ଦେଶର ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କ ୯ଗୋଟି ସଂଗଠନ ସାମିଲ୍ ରହିଛି । ଆଇଡିଆଇବିଆଇ ବ୍ୟତୀତ୍ ଅନ୍ୟ ସରକାରୀ ବ୍ୟାଙ୍କର ଘରୋଇକରଣକୁ ବ୍ୟାଙ୍କ ୟୁନିୟନ୍ ବିରୋଧ କରୁଛି । ୟୁନିୟନ୍ କହିଛି- ଯେତେବେଳେ ସରକାରୀ ବ୍ୟାଙ୍କକୁ ମଜଭୁତ୍ କରି ଅର୍ଥବ୍ୟବସ୍ଥା ତ୍ୱରାନ୍ୱିତ ପାଇଁ ଦାୟିତ୍ୱ ଦିଆଯିବା ଆବଶ୍ୟକ । ଠିକ୍ ସେହି ସମୟରେ ସରକାର […]

ବାଚସ୍ପତିଙ୍କ ଚରମ ବାଣୀ, ‘ଭୁଲ କରିଛନ୍ତି ସୁବାସ’ ,’କ୍ଷମା ମାଗନ୍ତୁ’

ବାଚସ୍ପତିଙ୍କ ଚରମ ବାଣୀ । ‘ଭୁଲ କରିଛନ୍ତି ସୁବାସ’ । ‘କ୍ଷମା ମାଗନ୍ତୁ ସୁବାସ’ । ସରକାରୀ ଦଳ ପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ବେଆଇନ ଦର୍ଶାଇ ଓ ଗୃହ ସ୍ୱାଭାବିକ କରିବା ପାଇଁ ସୁବାସ କ୍ଷମା ମାଗିବାକୁ ବାଚସ୍ପତି କହିଛନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିଜେଡି ସମେତ କଂଗ୍ରେସ ସ୍ୱାଗତ କରିଛି । ବିଜେପି ବିଧାୟକ ଦଳ ବୈଠକ ଡାକି […]

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ମୁଖ୍ୟାଳୟ ଉଦ୍‍ଘାଟିତ

ନୂଆଦିଲ୍ଲୀ,ଓଡ଼ିଶା ବାହାରେ ବସବାସ କରୁଥିବା ଦୁଇ କୋଟି ପ୍ରବାସୀ ଓଡ଼ିଆଙ୍କୁ ଏକ ମଞ୍ଚରେ ଏକତ୍ରିତ କରି ସେମାନଙ୍କର ସର୍ବାଙ୍ଗୀନ ଉନ୍ନୟନ ସାଧନ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପ୍ରବାସୀଓଡ଼ିଆ ପରିବାର (ଆର.ପି.ଓ.ପି)ର କ୍ରମାଗତ ଉତ୍ସର୍ଗୀକୃତ ପ୍ରୟାସ ବେଶ୍‍ ପ୍ରଶଂସନୀୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀଠାରେ ଆର୍‍.ପି.ଓ.ପିର ଜାତୀୟ ମୁଖ୍ୟାଳୟଉଦ୍ଘାଟନ ଅବସରରେ ଉପସ୍ଥିତ ସମ୍ମାନସ୍ପଦ ବକ୍ତାମାନେ ଦିଲ୍ଲୀ, ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏବଂ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ଓଡ଼ିଆମାନଙ୍କର ସମୂହ ହୀତ ସାଧନ ଉଦ୍ଦେଶ୍ୟରେ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୫ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ରାତ୍ର ଘ ୦୭/୧୦ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର-ରେବତୀ ଶେଷରାତ୍ରି ଘ ୦୫/୪୪ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର – ମୀନ ଶେଷରାତ୍ରି ଘ ୦୫/୪୪ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଶୁକ୍ଳକରଣ- ବଳବସୌରମାସ-ମୀନ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୦/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୦୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ ୦୭/୧୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେଧନୁ ରାଶି ର ଘାତଚନ୍ଦ୍ରମିଥୁନ ରାଶି ର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା […]

କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ, ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍

କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ ପ୍ରଥମ ଥର ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ସେମାନଙ୍କର ଥଇଥାନ ତଥା ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଓ […]

କନ୍ଧମାଳ ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ପୁରୁଖା ଜଘନ୍ୟ ଗଞ୍ଜେଇ ମାଫିଆ ପ୍ରକାଶ ଗିରଫ

ବାଲିଗୁଡା,:(ଉଲାପ୍ର):ସମଗ୍ର କନ୍ଧମାଳ ଜିଲ୍ଲା ପୋଲିସ କୁ ବିଭିନ୍ନ ସ୍ଥାନରେ ଚକମା ଦେଇ ନିର୍ଭୟରେ ଗଞ୍ଜେଇ ବେପାରର କାୟା ବିସ୍ତାର କରି ଚାଲିଥିବା ଜଘନ୍ୟ ପୁରୁଖା ଗଞ୍ଜେଇ ମାଫିଆ କୁ ରବିବାର ବାଲିଗୁଡା ପୋଲିସ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି l ପ୍ରକାଶ ଯେ, ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଓ ପୋଲିସ ସଦଳ ବଳ ମାଓ ପ୍ରବଣ ଅଞ୍ଚଳ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପାଟ୍ରୋଲିଂ […]

ପୋଲିସ୍ ବିଭାଗ ପକ୍ଷରୁ ଆଇନ ସଚେତନତା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୨ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଯୁବ ସଙ୍ଗଠନ, ସ୍ବେଚ୍ଛାସେବୀ, ପ୍ରମୁଖ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି ଶିବିରରେ ସମୁଦାୟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଜିଲ୍ଲାରେ କେହି ରକ୍ତ ଅଭାବରୁ ମୃତ୍ୟୁବରଣ ନକରୁ ଏଥିପାଇଁ ଆମର ଏହି ପ୍ରୟାସ […]

କନ୍ଧମାଳର ବାଲନ୍ଦାପଡ଼ା ମାଗୃହ ଏଏନ୍‌ଏମ୍‌ ପୁଷ୍ପିତା ସାହୁଙ୍କ କାମ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାରେ ମା’ଗୃହ ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ ପୁଷ୍ପିତା ସାହୁ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ କରୁଥିବା କାମ ଉଦାହରଣୀୟ। ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଏବଂ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧାସୁଯୋଗକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏତଦ ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପରବର୍ତ୍ତୀସ୍ତରକୁ ନେବା ଉଦେଶ୍ୟରେ ଆସନ୍ତା […]