ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ ଅଭିଯୋଗ, ମିଛରେ ନାଲକୋର ଡେପୁଟୀ ମ୍ୟାନେଜର କହି ତାଙ୍କୁ ତାଙ୍କ ସ୍ବାମୀ ବିବାହ କରିଛନ୍ତି।ଏହାକୁ ନେଇ ବିବାଦ ଉପୁଜିବା ପରେ ସଂପୃକ୍ତ ମହିଳା ଅଧିକାରୀ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ଏନେଇ ଏକ […]

ଅମୃତମଣୋହି ଜମି ମହାପ୍ରଭୁଙ୍କୁ ଫେରାଇବା ଅଭିଯାନ। ବେଦାନ୍ତ ବିରୋଧୀଙ୍କ ନାଲିହଣା ରେ ସଭା

ପୁରୀ( ଉଲ୍ଲାପ୍ର ) ପୁରୀ- କୋଣାର୍କ ବେଳାମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇଥିଲା । ବେଦାନ୍ତ କମ୍ପାନୀକୁ ଏହି ଜମି ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦର୍ଶାଇ ସରକାରୀ ଜମି, ସ୍ଥିତିବାନ ଜମି ସହ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ମଧ୍ୟ ହସ୍ତାନ୍ତର କରିଥିଲେ […]

ସରକାରୀ ହାଇସ୍କୁଲ ସୁନାବେଡ଼ା ମାଟ୍ରିକ ୧୯୯୦ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

କୋରାପୁଟ/ସୁନାବେଡ଼ା ( ବସନ୍ତ କୁମାର ସ୍ବାଇଁ) କୋରାପୁଟ ଜିଲ୍ଲା ସୁନାବେଡ଼ା-୧ ସ୍ଥିତ ସରକାରୀ ଉଂଚ୍ଚ ବିଦ୍ୟାଳୟ ଅଡିଟୋରିମ ହଲ୍ ଠାରେ ସରକାରୀ ହାଇ ସ୍କୁଲରେ ଅଧ୍ୟୟନ କରିଥିବା ମାଟ୍ରିକ ୧୯୯୦ମସିହା ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଦୀର୍ଘ ୩୩ବର୍ଷ ପରେ ୧୯୯୦ବ୍ୟାଚର ବନ୍ଧୁମାନଙ୍କୁ ବନ୍ଧୁମିଳନ ଠାରେ ପରସ୍ପରକୁ ଦେଖି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ବିଦ୍ୟାଳୟର ଶିକ୍ଷକ ଓ ଉପସ୍ଥିତ ଛାତ୍ରମାନଙ୍କ ଦ୍ଵାର ପ୍ରଦୀପ ପ୍ରଜ୍ଜଳନ କରି […]

ସୁନାବେଡ଼ା ସ୍ଥିତ ୨୦୨ କୋବ୍ରା ବାଟାଲିୟନ ଠାରେ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ/ସୁନାବେଡା (ବସନ୍ତ କୁମାର ସ୍ୱାଇଁ ): କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ୨୦୨ କୋବ୍ରା ବାଟାଲିୟନ ପରିସରରେ ତିନିଦିନ ଧରି ଚାଲିଥିବା ଚିତ୍ର କଳା ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ୨୦୨ କୋବ୍ରା ବାଟଲିୟନର କମାଣ୍ଡାଣ୍ଟ ବୃନୋ ଏଙ୍କ ତତ୍ତ୍ଵାବଧାନରେ ଏହି ପ୍ରଦର୍ଶନୀ ଗତ ୧୧ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ରବିବାର ୧୪ତାରିଖ ପର୍ଯ୍ୟନ୍ତ ଆଡମ୍ବର ସହ ପାଳନ କରାଯାଇଥିଲା। ଏହି ଅବସରରେ ୨୪୧ ବସ୍ତରିଆ ବାଟଲିୟନର କମାଣ୍ଡାଣ୍ଟ ପଦ୍ମ କୁମାର୍, ୪ର୍ଥ ସି.ଆର୍.ପି.ଏଫ୍. ବାଟଲିୟନର […]

ମାନସିକ ଅନଗ୍ରସର ଅଜଣା ବ୍ୟକ୍ତିଙ୍କ ପ୍ରତି ବଦାନ୍ୟତା ଦେଖାଇଲେ ଡାକ୍ତର

ଫୁଲବାଣୀ -12/05 (ସୁନୀଲ ପଟନାୟକ )ଅଜିକାଲି ବ୍ୟସ୍ତବହୁଳ ଜୀବନ ରେ ସମସ୍ତେ ନିଜ ନିଜ ସ୍ୱାର୍ଥ ପଛରେ ଦୌଡୁଥିବା ବେଳେଚକାପାଦ ଅଂଚଳ ର ସନ୍ଦୀପ ଶତପଥୀ ନାମକ ଜଣେ ଡାକ୍ତର ଦେବ ଦୂତ ସାଜି ରାସ୍ତାରେ ଏକାକୀ ଅସହାୟ ଅବସ୍ଥାରେ ପଡିଥିବା ଜଣେ ଅଜଣା ବ୍ୟକ୍ତି ଙ୍କୁ ବାଟରେ ଗଲା ବେଳେ ଦେଖି ତାଙ୍କୁ ଅନ୍ୟମାନଙ୍କ ସହାୟତାରେ ଉଦ୍ଧାର କରିଆଣି ସଫାସୁତର କରି ପୋଷାକ ବଦଳାଇବାସହ ଚିକିତ୍ସା କରିଥିଲେ lସେହିପରି ଖାଦ୍ୟ ଖାଇବାକୁ ଦେଇଥିଲେ, ଫଳରେ ସେ […]

ଫିରିଙ୍ଗିଆ ପୋଲିସ ଚଢ଼ାଉ ୫ ୫ କେଜି ରୁ ଊର୍ଧ୍ଵ ଗଂଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେସାଇତିଙ୍ଗିଆ ନିକଟ ମାଂଗମୁଣ୍ଡା ଘାଟି ନିକଟ ରେ ଏକ ବାଇକ ସହ ୫ ୫ କେଜି ଚାରି ଶହ ଗ୍ରାମ ଗଂଜେଇ ଜବତ କରିଛି l ଏ ସମ୍ପର୍କରେ ରୂପଧର କହଁର ନାମକ ଜଣେ ବ୍ୟକ୍ତି […]

କନ୍ଧମାଳ ଜିଏ ନଏମ ଛାତ୍ରୀ ପାଳିଲେ ବିଶ୍ଵସେବୀକା ଦିବସ

ଫୁଲ ବାଣୀସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବୀକା ଦିବସ । ଏହି ଅବସରରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ରୀ ସାହି ସ୍ଥିତ କନ୍ଧମାଳ ଜିଏନଏମକଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟଅତିଥିଭାବେଫୁଲବାଣୀ ବିଧାୟକ ଅଙ୍ଗଦ କହଁର,,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ବିଜୟ ପ୍ରଧାନ, ଡିପିଏମ ମନୋରଞ୍ଜନ ସାହୁ,ବରିଷ୍ଠ ସାମ୍ବାଦିକ ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଖଜୁରୀପଡ଼ା […]

ପୁଣି ବାଘ ଛାଲ ଜବତ, ୨ ଗିରଫ

ଫୁଲବାଣୀ(ସୁନୀଲ ପଟନାୟକ )ପୁଣି କନ୍ଧମାଳ ରୁ କଲରାପତରିଆ ବାଘ ଛାଲ ଜବତ । ବାଘ ଛାଲ ଚୋରାଚାଲାଣ ବେଳେ ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ବନ ବିଭାଗ ।ଖବର ରୁ ପ୍ରକାଶ ଯେ, ଚକାପାଦ ଥାନା ପସରା ପଂଚାୟତ ଅନ୍ତର୍ଗତ ପଖାଳ ଖିଆ ଗ୍ରାମ ରେ ବାଘ ଛାଲ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଫୁଲବାଣୀ ବନ ବିଭାଗ ଡି ଏଫ ଓ ପ୍ରଶାନ୍ତ ପଟେଲ ଙ୍କ ନିର୍ଦେଶ କ୍ରମେ […]

ମାଓ ଇଲାକାରେ ଡିଜିପି

ଫୁଲବାଣୀ(ସୁନୀଲ ପଟନାୟକ )ଶନିବାର ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତ ରେ ଆସିମାଓ ଅଧ୍ୟୁଷିତ ତୁମୁଡିବନ୍ଧ ବ୍ଲକ ର ଭଣ୍ଡରଙ୍ଗୀ ଯାଇ ସେଠାରେ ଥିବା ସିଆରପିଏଫ କ୍ୟାମ୍ପ କୁ ଯାଇ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ l ଡିଜିପି ବଂଶଲ ପହଂଚିବା ପରେ ସିଆରପିଏଫ ଯବାନମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ lଡିଜିପି ବଂଶଲ ଯବାନ ମାନଙ୍କ କାର୍ଯ୍ୟ ଶୈଳୀ କୁ ପ୍ରଶଂସା କରିବାସହ ସର୍ବଦା ନିଷ୍ଠା, ଆନ୍ତରିକତାର ସହ ଉତ୍ସର୍ଗୀକୃତ […]

ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ ଅଭିଯୋଗ ରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନା ଅନାଦେୟ ଅଭିଯୁକ୍ତ ମାନଙ୍କୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ବ୍ଲକ ଘାଟିତଳ ନୂତନ […]