ବାଲିଗୁଡା:ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ

ବାଲିଗୁଡା,୦୨/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନା ଦିବସ ସ୍ଥାନୀୟ ବାଟାଲିୟନର ମୁଖ୍ୟାଳୟ ପରିସରରେ କମାଡେଣ୍ଟ ଆନନ୍ଦ ଝାଙ୍କ ଅଧ୍ୟକ୍ଷତାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଏକ ସଭାରେ ପ୍ରଥମେ ଶହୀଦ ଜବାନ ମାନଙ୍କୁ କମାଡେଣ୍ଟ ଶ୍ରୀ ଝା ଙ୍କ ସମେତ ସମସ୍ତ ଜବାନ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଉପସ୍ଥିତ […]

ଫୁଲବାଣୀ ଡାକ୍ତରଖାନା ପରିସରରେ ବିଦ୍ୟୁତ ଟ୍ରାନସ୍ଫରମର ଜଳି ଗଲା

ଫୁଲବାଣୀ-(ସୁନିଲ ପଟନାୟକ ) ଶୁକ୍ରବାର ସମୟ ଥିଲା ଅପରାହ୍ନ ୩ଟା ।ହଠାତ ଦେଖୁ ଦେଖୁ ହୃତ ହୃତ ହୋଇ ଜଳି ଗଲା ଫୁଲ ବାଣୀ ସଦର ମହକୁମା ପରିସରରେ ଥିବା ଏକ ବିଦ୍ୟୁତ ଟ୍ରାନସଫରମର । ତେବେ ପାଖରେ ଦୋକାନ ଥିଲେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ହେଲେ ଲୋକେ ଟ୍ରାନସଫରମର ଜଳୁଥିବା ଦେଖି ଭୟଭୀତ ହୋଇ ପଡିଥିଲେ। ଏନେଇ ପ୍ରଥମେ ବିଦ୍ୟୁତ ବିଭାଗକୁ ଫୋନ କଲେ ମଧ୍ୟ କର୍ମଚାରୀ ପହଞ୍ଚିବାରେ […]

୫ଟି ସଚିବଙ୍କ କନ୍ଧମାଳ ଗସ୍ତ , ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟକ୍ରମର ସମୀକ୍ଷା

,ଫୁଲବାଣୀ_(ସୁନୀଲପଟନାୟକ) ଆଜି ୫ଟି ସଚିବ ଭି କେ ପାଣ୍ଡିଆନହେଲିକ୍ୟାପ୍ଟର ଯୋଗେ ଆସି ଦିନିକିଆ କନ୍ଧମାଳ ଗ୍ରସ୍ତ ରେ ଆସି ସକ।ଳ ଏଗାରଟା ରେ ରେ ଗୂଦାରୀ ସ୍ଥିତ ଏରୋ ଡ୍ରମ ପଡିଆ ରେ ଓହ୍ଲାଇ ଥିଲେ । ସେଠାରେ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ଲୋକେ ତାର ସୁଫଳ ପାଉଛନ୍ତି କି ନାହିଁ ସେସବୁ […]

ଆଠଗଡ ଗଡଜାତର ଶହ ଶହ ବର୍ଷର ପରମ୍ପରା ଐତିହାସିକ ପଞ୍ଚୁଦୋଳ ଯାତ୍ରା କୋଭିଡ କଟକଣା ଯୋଗୁ ବନ୍ଦ ହେଲା,ସତୁରି ବିମାନ ପରିବର୍ତେ ଦଶଟି ବିମାନ ପରମ୍ପରା ରକ୍ଷା ପାଇଁ ଯାତ୍ରା କରିବେ,ନାଚଗୀତ,ମେଲୋଡି,ବାଣ ବାଜାକୁ ଅନୁମତି ନାହିଁ,ଯାତ୍ରାକୁ କୌଣସି ଭକ୍ତ ଆସି ପାରିବେ ନାହିଁ ବୋଲି ପ୍ରଶାସନ ଜାରି କରିଛି କଟକଣା।

ଓଡ଼ିଶା ଦିବସ ଏବଂ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼:- ବରଗଡ ଜିଲ୍ଲା ସଦରମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଓଡିଶା ଦିବସ ଓ ୨୮ ତମ ବରଗଡ଼ ଜିଲ୍ଲା ପ୍ରତିଷ୍ଠା ପାଳିତ ହୋଇଯାଇଛି। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରାଜ୍ୟ ସରକାର ଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ର ବିକାଶ ଦିଗରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକାରୀ […]

କନ୍ଧମାଳ ଜିଲ୍ଲା ର ୧୦ହାଇସ୍କୁଲ ସ୍କାର୍ଟ ସ୍କୁଲ ତାଲିକାରେ

ଫୁଲ ବାଣୀ_(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାର ୧୦ଟି ହାଇ ସ୍କୁଲକୁ ସ୍କାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ କରାଯାଇଛି ସେଥିମଧ୍ୟରୁ ୪ଟି ବାଳିକା ହାଇସ୍କୁଲ ଥିବା ବେଳେ ୬ ଗୋଟି ହାଇସ୍କୁଲ ରହିଛି ।ଜିଲ୍ଲାରେ ଥିବା ଅନେକ ହାଇସ୍କୁଲ ମଧ୍ୟରେ ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକୁ ନେଇ ଜିଲ୍ଲାପାଳ ଡାବୃନ୍ଦ । ଡି. ପ୍ରକଳ୍ପ ନିର୍ଦ୍ଦେଶକ ଡିଆର ଟିଏ ବିଶ୍ଵରଂଜନ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସଂପୃକ୍ତ ଅଞ୍ଚଳର ବିଡିଓ ମାନେ ବିଭିନ୍ନ ସ୍କୁଲର ଶିକ୍ଷାବ୍ୟବସ୍ଥା, ରେଜଲଟ ,ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା, ଭିତ୍ତିଭୂମୀ […]

ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ-( ସୁନୀଲ ପଟ୍ଟନାୟକ)ଗୁରୁବାର ଫୁଲବାଣୀଠାରେ ବିଜେପିର ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲ।ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ସଭାପତି ତଥା ବିଜେପି ନେତା ଲିଙ୍ଗରା ଜ ଦଳବେହେରା, ବିଜେପି ନେତା ଦେବ ନାରାୟଣ ପ୍ରଧାନ, ଅଜିତ ପଟନାୟକ,ରମେଶ ମହାନ୍ତି, ଓ ବରୀଷ୍ଠ ବିଜେପି ନେତା ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରୁ ବିଜେପିର ସ ସଂଗଠନକୁ ମଜବୁତ କରିବାକୁ ହେଲେ ଗ୍ରାମାଞ୍ଚଳକୁ ଯାଇ ସେମାନଙ୍କର ସୁବିଧା ଅସୁବିଧାରେ ଭାଗିଦାର ହେବା ସହ ସେମାନଙ୍କ ସମସ୍ୟା […]

ପୋଲିସ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ

ଫୁଲ ବାଣୀ_(ସୁନୀଲପଟନାୟକ)ପୋଲିସ ପ୍ରତି ଜନ ସାଧାରଣଙ୍କର ଭରସା ରହିଛି ସେହି ଭରସା ଯେପରି ଅଧିକ ସୁଦୃଢ ହେବ ଆଉ ଲୋକଙ୍କ ଧନଜୀବନଯେପରି ସୁରକ୍ଷିତ ରହିବ ସେଥିପ୍ରତି ପୋଲିସ ସର୍ବଦା ନିଷ୍ଠା ଓ ଆନ୍ତରୀକତାର ସହ ସେବା ମନୋବୃତି ରଖି କାର୍ଯ୍ୟ କରିବାଲାଗି ଫୁଲ ବାଣୀ ସଦର ମହକୁମାପୋଲିସ ରିଜର୍ଭପଡିଆଠାରେ ପୋଲିସ ପ୍ରତିଷ୍ଠା ଦିବସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କ ନ୍ଧ ମାଳ ଏସ ପିଭି ନିତ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ।ସେହିପରି ଜିଲ୍ଲାପାଳ ଡ଼ାବୃନ୍ଦାଡି ସମ୍ମାନିତ […]

ଜି.ଉଦୟଗିରିରେ ୮୬ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ୮୬ତମ ଉତ୍କଳ ଦିବସ ସ୍ଥାନୀୟ ଅତିରିକ୍ତ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ବିଜୟ କୁମାର ପ୍ରଧାନ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ […]

ବାଲିଗୁଡାରେ ୧୪୪ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ ୧୪୪ତମ ଉତ୍କଳ ଦିବସ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ, କବିବର ରାଧାନାଥ ରାଏ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଉଦଘାଟନ କରିଥିଲେ |ଏହାପରେ ଏକ ବୈଠକ ଅନୁଷ୍ଠିତ […]