ତଦନ୍ତକୁ ଆସି କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ :ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଚିନ୍ତା ବଢିଲା

ବାଲିଗୁଡା,୦୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ରେ ଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ଥିବା ୫୦ ଅନ୍ତେବାସୀଙ୍କ ଚିନ୍ତା ବଢ଼ିଛି। ଗତ ଶୁକ୍ରବାର ଦିନ ପ୍ରଧାନଶିକ୍ଷୟତ୍ରୀ ଓ ମେଟ୍ରନଙ୍କ ନିର୍ଯ୍ୟାତନା ସହି ନପାରି ୨୬ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ି ଚାଲି ଯାଇଥିବା ଘଟଣାର ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ବ୍ଲକ୍ ମଙ୍ଗଳ […]

ଦାରିଙ୍ଗବାଡି ପୋଲିସର ମାସ୍କ ଚେକିଙ୍ଗ ଅମାନିଆ ତଣ୍ଡ ଗଣିଲେ

ଫୁଲ ବାଣୀ- (ସୁନୀଲ ପଟନାୟକ)କିଛି ମାସ ଧରି ନିରବ ରହିଥିବା କନ୍ଧମାଳ ପୋଲିସ ଏବେ ବେଶ କିଛି ସକ୍ରିୟ ହୋଇ ଉଠିଛି। କରୋନାର ଦ୍ଵିତୀୟ ଲହରପୁଣି ଲମ୍ବା ଡିଆଁମାରି ମାଡିଆସୁଥିବାରୁ ରାଜ୍ୟ ସରକାର ମଧ୍ୟ ବହୁପୂର୍ବରୁ ଜିଲାପୌଲିସ ଓ ପ୍ରଶାସନକୁମାସ୍କ ପିନ୍ଧିବା, ସାମାଜିକ ଦୁରତାବଜାୟ ରଖିବା, ଅଜଥା ଗହଳି କରୁଥିବା ନେଇ ଶକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପୋଲିସ ଚୁପ ବସିଥିଲା।ତେବେ ରବିବାର ରାଜ୍ୟ ପୋଲିସ ଡ଼ିଜି ଅଭୟ ଙ୍କ ଫୁଲବାଣୀ ଗସ୍ତର […]

ବାଙ୍ଗାଲୋର ଓଡ଼ିଶା ସାଂସ୍କୃତିକ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ

ବେଙ୍ଗାଲୁରୁ / ଲଣ୍ଡନ / ନିଉଜର୍ସୀ / କାନବେରା / ଭୁବନେଶ୍ୱର / କଟକ, ୫ା୪ : ବେଙ୍ଗାଲୁରୁର ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ (ଓ.ସି.ଏ) ତରଫରୁଉତ୍କଳ ଦିବସ ଅନ୍‍ଲାଇନ୍‍ ଯୋଗେ ମହାସମାରୋହରେ ପାଳନ କରାଯାଇଛି । ଓ.ସି.ଏ ଦ୍ୱାରା ଏହି ଉପଲକ୍ଷେ ଏକ ଭର୍ଚ୍ଚୁଆଲ ସଭା ଏବଂ ୟୁ.ଟିଉବ୍‍ ଜରିଆରେ ରଙ୍ଗାରଙ୍ଗ୍‍ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭିଡିଓ କନ୍‍ଫରେନ୍ସ ିଂ ଜରିଆରେ ଉପସ୍ଥିତ ବରେଣ୍ୟ ଅତିଥିବୃନ୍ଦ ବେଙ୍ଗାଲୁରୁରେ ଓଡ଼ିଶାର ଭାଷା, ସାହିତ୍ୟ, […]

ବାଲିଗୁଡା:ଖରାଦିନ ଆରମ୍ଭରୁ ଜଳକଷ୍ଟ, ଟାଙ୍କି ଅଛି ହେଲେ ପାଣି ନାହିଁ

ବାଲିଗୁଡା,୫/୪.(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ଖରାଦିନ ଆସିଯାଇଛି , ଟୋପେ ବିଶୁଦ୍ଧ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ହେଲେ ଦୁଃଖ ଶୁଣୁଛି କିଏ..? ସରକାରଙ୍କ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଜିରିଡ଼ିକିଆ ପଞ୍ଚାୟତରୁ । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୧ଟି ୱାର୍ଡକୁ ନେଇ ନୂତନ ଭାବେ ଏହି […]

ଭଙ୍ଗା କୁଡିଆ ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୮୦ ବର୍ଷର ବୃଦ୍ଧା: ପ୍ରଶାସନର ଦୃଷ୍ଟି ପଡିବ କେବେ ?

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ବୃଦ୍ଧା । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମରୁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମର ୮୦ ବର୍ଷୀୟା […]

କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ମୁଖ୍ୟ ବିଚାରପତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା କଟକଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ପରିସରରେ ଏକ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହାକୁ ପ୍ରଥମ ଶ୍ରେଣୀ ବିଚାର ବିଭଗୀୟ ବିଚାରପତି ସୁଶ୍ରୀ ସଙ୍ଗୀତା ଦାସ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ପାୟଲ ଗୁପ୍ତା ଅନ୍ୟାନ୍ୟ କର୍ମାଚାରୀ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବା କେନ୍ଦ୍ର ଦ୍ବାରା ଓକିଲମାନେ ଅନଲାଇନ […]

ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ସଚେତନତା ରାଲୀ ଓ ସଭା

ଫୁଲ ବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ବନ ଖଣ୍ଡ ଅଧିନସ୍ତ.ଫିରଙ୍ଗିଆ 6ରଂଜ ଅଧିନ ବନ୍ଧ ଗଡ ଠାରେ ସୋମବାର ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଗ୍ରାମର ପୁରୁଷ ମହିଳା ଙ୍କ ସମେତ ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟାମାନେ ଜଙ୍ଗଲ ସୁରକ୍ଷା ଜୀବନରକ୍ଷା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ନେଇ ସ୍ଲୋଗାନମାନ ଦେଇ ଗ୍ରାମକୁ ଗ୍ରାମ ବୁଲି ସଚେତନତା ସୃଷ୍ଟିକରିଥିଲେ।ଏହି ଅବସରରେ […]

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା

ଫୁଲବାଣୀ -(ସୁନିଲ ପଟନାୟକ) ରାଜ୍ୟ ସରକାର ନିକଟରେ ବିଦ୍ୟୁତ ଦର ବୃଦ୍ଧି କରିଥିବାରୁ ଏହାର ତୀବ୍ର ପ୍ରତିବାଦ କରି ସୋମବାର କନ୍ଧମାଳ ଜ଼ିଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା ସଭାପତି ଅନାମ ନାୟକ ଓ ଘନ କୁମାର ଶବର ଙ୍କ ନେତୃତ୍ୱ ରେ ଜଙ୍ଗଲ ବିଭାଗ ରେଞ୍ଜ ସାମନା ବିଦ୍ୟୁତ ବିଭାଗ କାର୍ଯ୍ୟା ଲୟ ସମ୍ମୁଖରେ ଧାରଣାରେ ବସି ଥିଲେ l ଦିନ ଦଶଟା ରୁ ଅପରାହ୍ନ ଦୁଇଟା ଯାଏ କର୍ମୀ ମାନେ ଧାରଣା ରେ ବସିଥିଲେ lଏବେ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୦୫ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ନବମୀ ରାତ୍ରି ଘ୦୨/୨୨ ସର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର-ଉତ୍ତରାଷ।ଢା ରାତ୍ରି ଘ ୦୨/୪୫ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର- ଧନୁ ଦିବା ଘ୦୮/୪୨ ସର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ଶିବକରଣ-ତୈତିଳସୌରମାସ-ମୀନ ୨୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୨/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୨୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ ୦୨/୨୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେସିଂହ ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା – ଦିବା ଘ୦୭/୧୪ଗତେ ଘ୦୮/୪୬ ମଧ୍ୟେବାରବେଳା- ଦିବା […]

ନାବାଳକକୁ ନିର୍ମମ ଭାବେ ହତ୍ୟା କରି ପୋତିଦେଇଥିଲେ, ୧୪ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ) ଜଣେ ନାବାଳକକୁ ଅତି ନିର୍ମମ ଭାବେ ପିଟିପିଟି ମାରିଦେବା ପରେ ଦୋଷ ଲୁଚାଇବାକୁ ଯାଇ ମୃତ ଦେହକୁ ଗାତ ଖୋଳି ପୋତିଦେଇଥିଲେ ଅଭିଯୁକ୍ତମାନେ । ଗତ୨୮ ତାରିଖ ହୋଲିଦିନ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଖଜୁରୀ ଗାଁରେ ଘଟିଥିଲା ନିର୍ମମ ହତ୍ୟାକାଣ୍ଡ । ମୃତକ ନାବାଳକ ଜଣଙ୍କ ହେଉଛି ଟି ଟୁନା ଡ଼ିଗଲ । ସୂଚନାଯୋଗ୍ୟଯେ, ଗତ ୨୮ରେ ଟିଟୁନା ତାର ଦୁଇଜଣ ସାଙ୍ଗ ସହ ନିକଟସ୍ତ କ୍ରାଣ୍ଡି ବାଲି ପଞ୍ଚାୟତରଲଣ୍ଡି […]