ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୦୯ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ରାତ୍ରି ଘ୦୪/୪୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର- ଶତଭିଷ। ପ୍ରାତଃ ଘ୦୫/୪୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭ।ଦ୍ରଚନ୍ଦ୍ର- କୁମ୍ଭ ରାତ୍ରି ଘ୧୨/୫୮ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଶୁକ୍ଳକରଣ-ଗରସୌରମାସ-ମୀନ ୨୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୪/୩୫ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା- […]

କନ୍ଧମାଳ:ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓବାଦୀଙ୍କ ଛତ୍ରଭଙ୍ଗ: ଏନକାଉଣ୍ଟର ସ୍ଥଳରେ କମ୍ବିଂଜାରୀ : ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ,୦୮ /୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ୪ ତାରିଖରେ ପୁଣି ଗୋଚ୍ଛାପଡା ଅଞ୍ଚଳରେ ୨୫ ମିନିଟ୍‍ ଧରି ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟ। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସିଗଲେ ୨୦ରୁ ଅଧିକ ମାଓବାଦୀ। ଗୁଳି ବିନିୟମରେ କିଛି ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଆଜି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନିତ ଅଗ୍ରୱାଲ। ଏସ୍‍ପିଙ୍କ ସୂଚନା ପ୍ରକାରେ, […]

ସ୍ମାର୍ଟ ସିଟିରେ ପ୍ରିମିୟମ୍‍ ଲଣ୍ଡ୍ରି ସେବା ଆରମ୍ଭ

ଭୁବନେଶ୍ୱର, ୮ା୪ : ସ୍ମାର୍ଟ ସିଟି ଭୁବନେଶ୍ୱରରେ ବ୍ରାଣ୍ଡ୍‍ ନ୍ୟୁ ପ୍ରିମିୟମ ଏବଂ ଇକୋ-ଫ୍ରେଣ୍ଡଲି ଲଣ୍ଡ୍ରି ତଥା ଅତ୍ୟାଧୁନିକ ଡ୍ରାଏ କ୍ଲିନିଂ ସେବା ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।ମେଟାନୋଇଆ ଏଣ୍ଟରପ୍ରାଇଜେସ୍‍ ତରଫରୁ ପଟିଆଠାରେ ଉଦ୍‍ଘାଟିତ ହେବାକୁ ଯାଉଛି ‘ଦି ଟମ୍ବଲଡ୍ରାଏ’ । ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପୂର୍ଣ୍ଣ ଏହି ସଂସ୍ଥାନ ଓଡ଼ିଶାରେ ଷ୍ଟାର୍ଟଅପ୍‍ଅଭିଯାନକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ । ‘ଷ୍ଟେଟ୍‍ ଅଫ୍‍ ଦ ଆର୍ଟ’ ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ ଏହି ୟୁନିଟ୍‍ ସଫେଇ କ୍ଷେତ୍ରରେ […]

ଆଠଗଡ, ବ୍ରହ୍ମପୁର ବାରୁଣୀ ଘାଟ ଠାରେ ହେବାକୁ ଥିବା ବାରୁଣୀ ସ୍ନାନ ଉପରେ ପ୍ରଶାସନ ଜାରି କଲା ୧୪୪ ଧାରା, ଆଜି ସନ୍ଧ୍ୟାରୁ ଆସନ୍ତାକାଲି ରାତି ୧୦ ଟା ପର୍ଯ୍ୟନ୍ତ ମହାନଦୀରେ ବାରୁଣୀ ସ୍ନାନ ଉପରେ ରୋକ ଲଗାଇଲା ପ୍ରଶାସନ,ଶ୍ରଦ୍ଧାଳୁ ବୁଡ଼ ନପକାଇବା ପାଇଁ ପୋଲିସ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ସଚେତନ କଲା

ସମାଜସେବୀ,ଜେଲ ସଂସ୍କାରକ ପ୍ରାଣକୃଷ୍ଣ ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ସମାଜସେବା ତଥା ରାଜ୍ୟରେ ଜେଲ ସଂସ୍କାର କାର୍ଯ୍ୟ କରି ଜେଲ ଅନ୍ତେବାସୀ ପିଲାଙ୍କ ମୁହଁରେ ହସ ଫୁଟେଇଥିବା ପ୍ରାଣକୃଷ୍ଣ ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଆଠଗଡ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି,ରାମ ନାରାୟଣ ମହାନ୍ତିଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟର ବିଭିନ୍ନ ଜେଲରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ କର୍ମଚାରୀ,ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,

ତରଡିଙ୍ଗ ରେ ହାତୀ ଆକ୍ରମଣ ରେ ଜଣେ ଗୁରୁତର,ଚାଷୀଙ୍କୁ ସହାୟତା ଦାବିରେ ରେଞ୍ଜର ଅଫିସ ଆଗରେ ଧାରଣା

ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ତରଡିଙ୍ଗ ଗ୍ରାମର ଏକ ବିଲରେ ଆଜି ସକାଳେ ଜଣେ ଚାଷୀ ମୁଗ ତୋଳୁ ଥିବା ବେଳେ ଏକ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ମେଡିକାଲ ରେ ଚିକିସ୍ଥାଧିନ ଥିବା ଜଣାପଡିଛି, ଗୁରୁତର ଚାଷୀ ଜଣକ ହେଲେ ତ୍ରିଲୋଚନ ସାହୁ,ସକାଳୁ ସକାଳୁ ବିଲରେ ମୁଗ ତୋଳୁଥିବା ସମୟରେ ବୁଦା ମୂଳରେ ଲୁଚିଥିବା ହାତୀଟି ହଟାତ ଚାଲିଆସି ତ୍ରିଲୋଚନକୁ ଶୁଣ୍ଢରେ ଟେକି ଫୋଫାଡ଼ି ଦେଇଥିଲା,ହାତୀଟି ଚାଷୀ ଜଣଙ୍କ ମରିଗଲା ଭାବି […]

ନରସିଂହପୁର ଓକିଲ ସଂଘର ଶପଥ ପାଠ ଉତ୍ସଭ ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ଓକିଲ ସଂଘର ଶପଥ ପାଠ ଉତ୍ସବ ଅନୁଷ୍ଠିତ। କୋର୍ଟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଓକିଲ ସଂଘର ନିର୍ବାଚନ ଅଧିକାରୀ ବୀର କିଶୋର ଦେହୁରୀ ନବନିର୍ବାଚିତ ଓକିଲ ସଂଘର ସଭାପତି ନିର୍ମଲେନ୍ଦୁ ମିଶ୍ର, ଉପ ସଭାପତି ଗୋଲକ ବିହାରୀ ସାହୁ, ସମ୍ପାଦକନର ନାରାୟଣ ବାରିକ, ସହ ସମ୍ପାଦକ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୦୮ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ଦ୍ୱାଦଶୀ ରାତ୍ରି ଘ୦୩/୨୦ ସର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ଶତଭିଷ।ଚନ୍ଦ୍ର- କୁମ୍ଭଯୋଗ-ଶୁଭକରଣ-କୌଳବସୌରମାସ-ମୀନ ୨୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୩୯/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦/୫୯✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ରି ଘ ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା- ଦିବା ଘ ୦୨/୫୬ଗତେ ଘ୦୬/୦୨ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା-ଦିବା ଘ୧୦/୧୬ ଗତେ ଘ୧୧/୪୮ […]

ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବିରେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା

ବାଲିଗୁଡ଼ା,୦୭/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ପ୍ରକାରେ ୨୦୧୬ ନଭେମ୍ବର ମାସଠାରୁ ୨୦୧୭ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ତିନି ତିନି ଥର କନ୍ଧମାଳ ଜିଲ୍ଲାପାଳ ଡ଼ଃ. ବୃନ୍ଦା ଡି ଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ […]

ପୋଲିସ୍ ବେଶରେ ଡକାୟତି ଉଦ୍ୟମ ଘଟଣା… ଅସଲି ପୋଲିସ ପଞ୍ଝାରେ ପୁଣି ଦୁଇଜଣ ନକଲି ପୋଲିସ

ବାଲିଗୁଡ଼ା,୦୭/୦୪(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ […]