ଅବକାରୀ ଗୁଇନ୍ଦା ବିଭାଗର ଅଚାନକ ଚଢ଼ାଉ : ବିଦେଶୀ ମଦ ଜବତ,୨ ଗିରଫ

କନ୍ଧମାଳ,୧୮/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ)ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଦଳ ଅଚାନକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରାରେ ଓ ବେଆଇନ ଭାବେ ବିକ୍ରି ହେଉଥିବା ୧୩୧ ଲିଟର ବିିଭିନ୍ନ ବିଦେଶୀ ମଦ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛନ୍ତି। ଗିରଫ ମାନେ ହେଲେ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ କାମଟଣା ଗ୍ରାମର ରିନା କହଁର ଓ ଅନ୍ୟଜଣେ ହେଲେ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଭେଟଖୁଲ୍‍ ଗ୍ରାମର ପଦ୍ମଚରଣ ସାହୁ। […]

କନ୍ଧମାଳ ଜିଲ୍ଲାରେ କିମ୍ସ ଖୋଲିବ କୋଭିଡ୍ ହସପିଟାଲ:ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

କନ୍ଧମାଳ,୧୮/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଲହରରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାରେ ବୃଦ୍ଧି ପାଉଥିବା ଫଳରେ ଗତ କିଛି ମାସ ହେଲା ବନ୍ଦ ଥିବା କୋଭିଡ଼ ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରାଯିବ […]

ଆଜିର ରାଶିଫଳ

୧୯ ଏପ୍ରିଲ ୨୦୨୧ ମେଷ ରାଶିନିଜ ରାଶିରେ ଗ୍ରହସନ୍ନିବେଶଜନିତ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି, କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟ ଲାଭରୁ ମନ ଖୁସି ରହିବ। ଆନୁଷ୍ଠାନିକ କାମ ପରିପ୍ରେକ୍ଷୀରେ ବନ୍ଧୁମିଳନ ସାଙ୍ଗକୁ ହସ ଖୁସିରେ ମସଗୁଲ୍‌ ରହିପାରନ୍ତି। ବୃଷଆଜି ନୂତନ ସ୍ଥାନ ପରିଦର୍ଶନ ସାଙ୍ଗକୁ ମିତ୍ରତାର ସମ୍ପର୍କ ଯୋଡ଼ି ହୋଇଯିବ। କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି […]

ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମା’ର ଜୀବନ ଗଲା

ବାଲିଗୁଡା,୧୭/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ୩ ବର୍ଷର ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମାଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସୋନପୁର ଗ୍ରାମରେ। ମୃତକ ଜେଜେମା ହେଲେ ୬୦ ବର୍ଷୀୟ ବୃଦ୍ଧା ସନ୍ଧ୍ୟାବାଲି ବେହେରାଦଳେଇ। ଦାରିଙ୍ଗବାଡି ପୋଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ ସୋନପୁର ଗ୍ରାମର ଉପରସାହିରେ ରହୁଥିବା ତେମଶ ବେହେରାଦଳେଇଙ୍କ ୩ […]

କନ୍ଧମାଳ ଜିଲ୍ଲାରେ ୧୬ନୁତନ ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତ ଙ୍କ ସଂଖ୍ୟା ଛୟାନବେ ରେ ପହଂଚିଲା

ଫୁଲବାଣୀ-( ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲାରେ ପୁଣି ୧୬ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଆଜି ର ୧୬ ପଜିଟିଭ କୁ ମିଶାଇଜ଼ିଲା ରେ ମୋଟ ପଜିଟିଭ ସଂଖ୍ୟା ୯୬ରେ ପହଞ୍ଚିଛି । ସେହିପରି ଫୁଲବାଣୀ ସହର ସମେତ ଜିଲ୍ଲାରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲିମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ […]

ବିଜୁ ଶ୍ରାଦ୍ଧ ଦିବସରେ କରେ। ନା ସଚେତନତା କରିବା ସହ ମାସ୍କ ପିନ୍ଧାଇଲେ ବିଧାୟକ

ଫୁଲବାଣୀ- (ସୁନୀଲ ପଟନାୟକ) ଆଜି ଥିଲା ପ୍ରବାଦ ପୁରୁଷ ତଥ। କଳିଙ୍ଗ ବୀର ବିଜୁବାବୁଙ୍କ ୨୪ ତମ ଶ୍ରାଦ୍ଧ ଦିବସ।ଏହି ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫୁଲବାଣୀର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ସେଠାରେ କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷାକରିବା ଲାଗି ପରାମର୍ଶ ଦେଇଥିଲେ ।ମାସ୍କପିନ୍ଧି ନ ଥିବା ଲୋକଙ୍କୁ ନିଜେ ମାସ୍କ ପିନ୍ଧାଇ ଦେଇଥିଲେ ।. ମାସ୍କ ପିନ୍ଧି […]

ଫୁଲବାଣୀ ସମେତ ସମଗ୍ର ଜ଼ିଲା ରେ ବିଜୁ ବାବୁ ଙ୍କ ଶ୍ରାଦ୍ଧ ଦିଵସ ପାଳିତ

ଫୁଲବାଣୀ -(ସୁନୀଲ ପଟନାୟକ )- ଶନିବାର ସାରା ରାଜ୍ଯରେ ବିଜେଡି ତରଫରୁ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା |ଏହି ଅବସର ରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଫୁଲବାଣୀ ସଦର ମହକୁମା ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ୍ ଅଙ୍ଗଦ କହ୍ନର ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏକାଠି ହୋଇ ବିଜୁ ପଟ୍ଟନାୟକ ପ୍ରତିମୁର୍ତି ରେ ପୁଷ୍ପ […]

ବାଲିଗୁଡା:କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା : କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ସହ ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା,୧୭/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ଦ୍ବିତୀୟ ଲହରୀରେ ସାରା ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଅଞ୍ଚଳରେ ସାମାଜିକ ଦୂରତା ଓ […]

ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

ବାଲିଗୁଡ଼ା,୧୬/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାରହା ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ସୂଚନା ପ୍ରକାରେ ସାଲକି ସିତାଗୁଡ଼ି ଗାଁ ର ରୋହିତ ପାଟମାଝୀ ନାମକ ୩୦ ବର୍ଷୀୟ ଜଣେ ଯୁବକ ନିଜ ପରିବାର ଲୋକଙ୍କ ସହ ହଳଦୀ ଖୋଳିବା ପାଇଁ ପଦରକୁ ଯାଇଥିଲେ […]

କନ୍ଧମାଳ:କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ, ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ

କନ୍ଧମାଳ,୧୬/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ଶନିବାରଠାରୁ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ କୋଭିଡ଼୍‌ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। କୋଭିଡ଼୍‌ ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। […]