ସପ୍ତାହନ୍ତ ସଟ ଡାଉନ ର ପ୍ରଭାବ: ମେଡିକାଲରେ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ବିଜୁ ଯୁବ ଜନତା ଦଳ

ବାଲିଗୁଡା,୨୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଶନିବାର ଓ ରବିବାର ଦୁଇଦିନ ସହରାଞ୍ଚଳ ସପ୍ତାହନ୍ତ ସଟଡାଉନର ପ୍ରଭାବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ତିନୋଟି ସହରାଞ୍ଚଳ ରେ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତ୍ରୀବାହୀ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି l ଯାହା ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ମେଡ଼ିକାଲ କୁ ଆସିଥିବା ରୋଗୀ ଙ୍କ ସମ୍ପର୍କୀୟ […]

ବାଲିଗୁଡାରେ ଦୁଇ ଦିନିଆ ସପ୍ତାହାନ୍ତ ବନ୍ଦ: ଯାନବାହାନ ଚଳାଚଳ ବନ୍ଦ : ବଜାର ଅଞ୍ଚଳ ଜନଶୂନ୍ୟ

ବାଲିଗୁଡା,୨୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ଶନିବାର ଓ ରବିବାର ଏହି ଦୁଇଦିନ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ ଘୋଷଣା କରାଯାଇଛି ।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ଏନଏସି ରେ ସଟ୍ ଡାଉନ୍ ଓ ନାଇଟ୍ କର୍ଫ୍ୟୁ କୁ ନେଇ ବାଲିଗୁଡା ତହସିଲ ପକ୍ଷରୁ ଅଞ୍ଚଳର […]

ପ୍ରତିଶୃତିରେ ବଞ୍ଚିଛନ୍ତି ଚକାପାଦ ବ୍ଳକର ଗୁରୁ ସାହୀ ଲୋକେ, ପ୍ରଶାସନ ର ଦୃଷ୍ଟି ପଡିବ କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ),ସ୍ଵାଧୀନତାର ଦୀର୍ଘ ୭୪ ବର୍ଷ ପରେ ବି ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଳକ ବ୍ରାହ୍ମଣପାଦ ପଞ୍ଚାୟତର ଗୁରୁ ସାହୀ ଲୋକେ। ଏଠାରେ ରହୁଥିବାଲୋକଙ୍କ ପ୍ରତି ପ୍ରଶାସନ ର ଦୃଷ୍ଟି ପଡିନି ଏଯାଏ ? ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ସରକାରଙ୍କ ସମସ୍ତ ମୌକିକ ସୁବିଧାରୁ ବଞ୍ଚିତ ଏମାନେ । ଶିକ୍ଷା । ସ୍ଵାସ୍ଥ୍ୟ ଗମନାଗମନ ବିଦ୍ୟୁତ ଆଲୋକ ଓ ପାନୀୟ ଜଳ ଆଦି ସୁବିଧାରୁ ବଞ୍ଚିତ ଏମାନେ […]

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା: ତଦନ୍ତ ଅବ୍ୟାହତ

ବାଲିଗୁଡ଼ା,୨୪/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ସାମନ୍ତରାମ ଶୁକ୍ରବାର ଧୂଙ୍ଗିଆପଖାଲ ଗ୍ରାମର କମିଟି ଘରେ କିଛି ଯୁବକଙ୍କ ସହ ମିଶି ଶୋଇଥିଲେ । ସେ ସମୟରେ ବିଷପାନ କରିଥିବା ଜାଣିପାରି ପାଖରେ ଶୋଇଥିବା ଯୁବକ ପରିବାର ଲୋକଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ପରିବାର […]

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା,୨୪/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହି ରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ବିଷଧର ଅହିରାଜ ସାପକୁ ଦେଖିଥିଲେ ଓ ସଙ୍ଗେ ସଙ୍ଗେ କୋଟଗଡ଼ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ୍ୟ ଜନ୍ତୁ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଂଚି […]

ୟୁଥ ଅଫ କନ୍ଧମାଳର ଅଭିନଵ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଦାନା ବଣ୍ଟନ

କନ୍ଧମାଳ,୨୪/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି l କରୋନା ର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ରେ ଦିନ ବିତାଉଛନ୍ତି। କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି , ଆଉ ଏବେ ମୂଲ ମଜୁରୀ ବି ବନ୍ଦ […]

ବାଲିଗୁଡା:କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ

ବାଲିଗୁଡା,୨୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆ ପାଖରେ ଥିବା ଜମିକୁ ଶବ ଦାହ କରିବା ପାଇଁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ କୁତୁବାଡି ନିକଟରେ ଥିବା ଜଙ୍ଗଲରେ କରୋନା ଆକ୍ରାନ୍ତଙ୍କ ଶବ ଦାହ କରିବା ପାଇଁ ଗତ ବର୍ଷ ଏପ୍ରିଲ ୧୩ ତାରିଖରେ ଜମି […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୨୫ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ଦିବା ଘ୦୪/୩୨ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଧଶୀନକ୍ଷତ୍ର- ହସ୍ତା ରାତ୍ରି ଘ ୦୨/୫୦ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାଚନ୍ଦ୍ର-କନ୍ୟାଯୋଗ- ବ୍ୟାଘାତକରଣ-କୌଳବସୌରମାସ- ମେଷ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୪୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ୦୪/୩୨ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେବୃଷ ରାଶିର ଘାତ ଚନ୍ଦ୍ରମେଷ ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳା- ଦିବା ଘ ୧୦/୧୦ ଗତେ ଘ୦୧/୨୨ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତବେଳା- […]

ଆଦିବାସୀଙ୍କ ଜୀବନ ଜିବିକାର ମାଧ୍ୟମ ପାଲଟିଛି ବରଡ଼ା ଶାଗ

ଫୁଲବାଣୀ- (ସୁନୀଲ ପଟନାୟକ)ସହରଠୁ ଆରମ୍ଭ କରି ଗାଁ ଯାଏ ଏବେ ସବୁଠି ଧାଡିକି ଧାଡ଼ି ବରଡା ଶାଗର ପସରା ଦେଖିବାକୁ ମିଳୁଛି । ଲୋକେ ବରଡ଼ା ଶାଗ ଖାଇ ବେବୋଲି ଏହି ସମୟକୁ ଅନାଇ ରହିଥାନ୍ତି ।ଶାଗ ବଜାରକୁ ଆସିବା ମାତ୍ରେ ଲୋକେ ତତକ୍ଷଣାତ ନେଇ ଯାଆନ୍ତି। ପ୍ରଥମେ ପ୍ରଥମେ ଦର ଅଧିକ। ଥାଏ ଓ ପରେ ଆସ୍ତେ ଆସ୍ତେଟିକିଏ ଖସିଥାଏ । ତଥାପି ବରଡ଼ାଶାଗଭାଗ ୧୦ଟଙ୍କାରୁ କମୁନି । ଅତିକମରେ ୨/୩ଟି ଭାଗ ନେଲେ ଯାଇଗୋଟିଏ […]

ବାଲିଗୁଡା:ଟ୍ରାକ୍ଟର ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ତିନିଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ

ବାଲିଗୁଡ଼ା,୨୪/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବରପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ […]