କଟକ ରେ ଜଳ କଷ୍ଟ,ପାଇପ ଫାଟି ପାଣି ବୋହି ଯାଉଛି,ସହରାଞ୍ଚଳ ଜଳଯୋଗାଣ ବିଭାଗର ନିଘା ନାହିଁ

କଟକ(ଉଲାପ୍ର)କଟକ ପିଲିଗ୍ରୀମ ରୋଡ ଦାଶ ସାହି ପାଖ ରୁ ଆରମ୍ଭ କରି ଛ୍ହତ୍ରବଜାର୍ ଯାଏ ଅନବରତ ପାଣି ବହି ଯାଉଛି ରାସ୍ତାରେ, ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏପରି ପାଞ୍ଚଟି ପାଇପ ରୁ ଅନବରତ ପାଣି ଯାଇ ରୋଡ ରେ ଭାସୁଛି,ଏପଟେ ସାହି ସାହିରେ ଲୋକେ ଜଳକର ଦେଉଛନ୍ତି ହେଲେ ପାଣି ପାଉ ନାହାନ୍ତି,ସାଧାରଣ ଲୋକେ ପାଣି ଟୋପାଏ ପାଇଁ ପିଏଚଡି ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସାହି ମାନଙ୍କ ରେ ପାଣି ପହଞ୍ଚୁ ନାହିଁ, […]

ମାରୁତିମଣ୍ଡପ ରେ ରାମଚରିତ ମାନସ ପାଠ ଅନୁଷ୍ଠିତ

କଟକ(ଉଲାପ୍ର)କଟକ ରାମଲୀଳା ସମିତି ତରଫରୁ ଚୌଧୁରୀ ବଜ଼ାର ମାରୁତିମଣ୍ଡପ ଠାରେ ରାମଚରିତ ମାନସ ପାଠ ଅନୁଷ୍ଠିତ ହୋଇଯାଇଛି, ରାମନବମୀ ଠରୁ ଆରମ୍ଭ ହୋଇଥିବା ଏହି ରାମଚରିତ ମାନସ ଆଜି ଶେଷ ହୋଇଛି ,ଏହି କାର୍ଯ୍ୟକ୍ରମ ରେ ଅନେକ ସାଧୁସନ୍ଥ ଦେଇଥିଲେ ଏବଂ ରାମଙ୍କ ଉପରେ ବକ୍ତୁର୍ତ୍ତା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା , ସ୍କୁଲର ଛୋଟ, ବଡ଼ ପିଲାମାନେ ଭାଗ ନେଇଥିଲେ , ଏହାକୁ ଅନୁଷ୍ଠାନର ସମ୍ପାଦକ ଦେବାନନ୍ଦ ସିଂ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ନେତୃବୃନ୍ଦ […]

ମାଠୁ ପୁଅକୁ ଅଲଗା କଲା ବାପ,ଲୋକ ଲଗେଇ ଅପହରଣ କଲା ଛୁଆକୁ,ଅପହରଣ କରିଥିବା ତିନିଜଣ ଯୁବକ ଥାନାରେ ଅଟକ,ପୋଲିସ ପୁଅକୁ ଉଦ୍ଧାର ନକଲେ ପରିବାର ସହିତ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି କହିଲେ ପରିବାର ଲୋକେ

ଆଠଗଡ(ଉଲାପ୍ର)ଆଠଗଡ ଥାନା କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ପାଟଲିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ମାଠୁ ୩ବର୍ଷର ପୁଅକୁ ଅଲଗା କରିବାକୁ ଯାଇ ବାପ ଅଲଗା ଲୋକ ଲଗେଇ ଗାଁ ଦାଣ୍ଡରେ ଖେଳୁଥିବା ୩ବର୍ଷର ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ଆଠଗଡ ଥାନାରେ,ଆଠଗଡ ଥାନା ପୋଲିସ ଏହି ଘଟଣାରେ ତିନିଜଣଙ୍କୁ ଥାନାରେ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି,ପୋଲିସ ଯଦି ଅଭିଯୋଗ କାରି ମହିଳାଙ୍କ ପୁଅକୁ ଉଦ୍ଧାର ନକରେ ତେବେ ସେମାନେ […]

.କନ୍ଧମାଳ ରେ ପୁଣି ୪୫ ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୮ ପଜିଟିଭ .ମୋଟ ପଜିଟିଭ ସଂଖ୍ୟା ୩୨୫

.ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯାକନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ବୁଧବାର ଜିଲ୍ଲାରେ ପୁଣି ୫୩ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗୁରବାର ୪୫ପଜିଟିଭ ଚିହ୍ନଟ ହୋଇ ଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୮ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ସହରର୧୮କରେ। ନା ପଜିଟିଭ ମଧ୍ୟରୁ ସରକାରୀ ଅଟେ । ନମସକଲେଜର ୨ଜଣ, କେନ୍ଦୁପଦର ୨,ନାରାୟଣୀ ସାହି ୨,ନୂଆସାହି ରୁ ୨,ହାଉସିଂ ବୋର୍ଡରୁ ୨ […]

ବଜ୍ର ପାତ ରେ ୬ଗାଇଗୋରୁ ମୃତ

,ଫୁଲବାଣୀ- (ସୁନୀଲ ପଟନାୟକ)ଗୁରୁବାର ଅପରାହ୍ନରେ କନ୍ଧମାଳ ଜିଲ୍ଲା ଆରାବ କା ପଞ୍ଚାୟ.ତଅନ୍ତର୍ଗତ କାମ୍ବ୍ରିକିଆ ଗ୍ରାମରେ କାଳବୈଶାଖୀବର୍ଷା ଓ ବଜ୍ରପାତରେ୬ଗୋଟି ଗାଇ ଓ ବଳଦ ଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟଯେ ବର୍ଷା ହେବା ଫଳରେ ଏ ସବୁ ଗାଇ ବଳଦ,ଗଛମୂଳରେ ଆଶ୍ରୟ ନେଇଥିଲେ । ସେତେବେଳେ ହଠାତ ବଜ୍ରପାତ ହେବା ଫଳରେ ଆଶ୍ରୟ ନେଇ ଥିବା୬ଟି ଯାକ ଗାଇଗୋରୁଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁବରଣ କରିଥିବାଏସବୁ ଗାଇଗୋରୁ କାମ୍ବ୍ରିକିଆ ଗ୍ରାମର ସୁଶାନ୍ତ ହଂସ, ବନମଳିକ, ବସନ୍ତ ହଂସ, […]

ବାଲିଗୁଡା:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଇକିଆ ତହସିଲଦାର

ବାଲିଗୁଡା,୨୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ତହସିଲଦାର ଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଟିମ l ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ତାଙ୍କର ରାଇକିଆ ସ୍ଥିତ ସରକାରୀ ବାସଭବନରୁ ଭିଜିଲାନ୍ସ ଟିମ ଗିରଫ କରିଛି l ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ରାଇକିଆ ତହସିଲଦାର ରାଇକିଆ ଥାନା ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନ […]

ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ

ବାଲିଗୁଡା,୨୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍‌ଚାଳିତ ସାମଗ୍ରୀ ନଷ୍ଟ ହେବା ସହ ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ସେହେଲେ ପେତାରବାଡ଼ି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଝିଅ ଦିପାଳୀ(୧୧)। ଗ୍ରାମବାସୀ ଲୋକଙ୍କ କହିବା ଅନୁଯାୟୀ, ଦିପାଳୀ ତାଙ୍କ ଘର ଠାରୁ ମାତ୍ର ୨ ଶହ […]

ବାଲିଗୁଡା ଡାକ ବିଭାଗର ଅଜବ ନୀତି ଯୋଗୁଁ ଗ୍ରାହକ ହନ୍ତସନ୍ତ : ଇଣ୍ଟରନେଟରେ ବ୍ୟାଘାତ ସୃଷ୍ଟି ହେଲେ ଗ୍ରାହକ କାହିଁକି ଦାୟୀ ହେବେ ?

ବାଲିଗୁଡା,୨୮/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଏକମାତ୍ର ପୋଷ୍ଟ ଅଫିସରେ ମାସରେ ୨୦ ରୁ ୨୫ ଦିନ ଇଣ୍ଟରନେଟ ସେବା ରହୁନଥିବାରୁ ଜନସାଧାରଣ ତଥା ନିୟମିତ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଉକ୍ତ ଅଫିସରେ ଦୂର ଦୁରାନ୍ତକୁ ଚିଠିର ଆଦାନ ପ୍ରଦାନ କ୍ଷେତ୍ରରେ ହେଉଥିବା ସ୍ପୀଡ଼ ପୋଷ୍ଟ , ରେଜିଷ୍ଟ୍ରସନ ପୋଷ୍ଟ , ମନି ଅର୍ଡ଼ର , ଭଳି ବିଭିନ୍ନ […]

ପ୍ରଶାସନ ଶୁଣିଲାନି । ଶେଷରେ ରାଜକୁମାରୀ ଙ୍କୁ ସହାୟତାର ହାତ ବଢ଼ାଇଲେ ବିଜେପି ନେତ୍ରୀ

ଫୁଲବାଣୀ- (ସୁନୀଲ ପଟନାୟକ) ଗୁହାରୀ କରି କରି ଥକିଗଲେ ସିନା ପ୍ରଶାସନ ଶୁଣିଲା ନି,ଶେଷରେ ନିଜ ଭାଗ୍ୟକୁ ଆଦରି ଆଖିରୁ ଲୁହ ଗଡାଇ ରହିଥିଲେ ରାଜକୁମାରୀଙ୍କ ସ୍ଵାମୀ। ତେବେ କେଉଁଠି ଥିଲେ କେଜାଣି ହଠାତ ଦେବ ଦୁତ ପରି ମାଡି ଆସି ସହାୟତାର ହାତ ବଢାଇଛନ୍ତି ଜଣେ ମହିଳା। ମହିଳା ଜଣଙ୍କ ଆଉ କେହି ନୁହନ୍ତି ବାଲିଗୁଡ଼ା ଅଞ୍ଚଳର ଜଣେ ସମାଜସେବୀ ତଥା ବିଜେପିନାରୀନେତ୍ରୀ କୁସୁମପ୍ରଧାନ।ସୂଚନାଯୋଗ୍ୟଯେ , କନ୍ଧମାଳ ବାଲି ଗୁଡ଼ାର ମୁଣ୍ଡାସାହି ଅଞ୍ଚଳର ରାଜକୁମାରୀ ନାୟକ […]