ନରସିଂହପୁର ରେ ନିର୍ମାଣ ଶ୍ରମିକ ସଙ୍ଘତରଫରୁ ଶ୍ରମିକ ଦିବସ ପାଳନ

ନରସିଂହପୁର(ଉଲାପ୍ର)ନରସିଂହପୁର ମିଳିତ ନିର୍ମାଣ ଶ୍ରମିକ ସଂଘ ର ସଭାପତି ବୈକୁଣ୍ଠ ବିହାରୀ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଶ୍ରମିକ ଦିବସ,ଏଥିରେ ,ନିଜିଗଡ ସରପଞ୍ଚ ପ୍ରଭାକର ମିଶ୍ର, ଶିକ୍ଷାବିତ ଦେବରାଜ ସ୍ୱାଇଁ, ଆଇନଜୀବୀ ଦେବଦତ୍ତ ବରାଳ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ବ୍ଲକ ରେ ଶ୍ରମ ଅଧିକାରୀ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ପ୍ରେମାନନ୍ଦ ଦଳେଇ, ସୁବର୍ଣ୍ଣ କେଶରୀ ମିଶ୍ର, କଳିଙ୍ଗ କେଶରୀ ପ୍ରଧାନ, ଦୁର୍ଗା ମାଧବ ମିଶ୍ର, ରଘୁନାଥ ସ୍ୱାଇଁ, […]

ନରସିଂହପୁର ରେ କାର୍ ଦୁର୍ଘଟଣା,ଚାରି ଆହତ

ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଠାରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ କାରରେ ବସିଥିବା ଚାରିଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନରସିଂହପୁର ଡାକ୍ତର ଖାନକୁ ନିଆଯିବା ସହିତ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି। ଜଣଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ନବୀନ । ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କିତ ଖବର ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି । ମହାମାରୀ ମୁକାବିଲାରେ ସାମ୍ବାଦିକ ମାନେ ଅନେକ ସହାୟତା କରୁଥିବା କହିଛନ୍ତି ନବୀନ । […]

ସଟ ଡାଉନ ବେଳେ ଫୁଲବାଣୀ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ,

ଫୁଲବାଣୀ (ସୁନୀଲ ପଟନାୟକ)- ସଟ ଡାଉନ ର ଫାଇଦା ନେଇ କିଛି ଦୁର୍ବୁତ୍ତ SBI କ୍ୟାସ୍ ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ | ଫୁଲବାଣୀ ସଦର ମହକୁମା ପିଅନପଡl ର ଗୁଡିପିଟା ସାହି ଗତ ବିଳମ୍ବିତ ରାତିରେ SBI କେଶ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ | ତାଲା ନ ଭାଙ୍ଗି ବାରୁ SBI କ୍ୟାସ୍ ଗାଡି କୁ ନିଆ ଲଗେଇ […]

ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ସ୍କୁଟି ଖସି ୨ ଯୁବକ ଆହତ

ବାଲିଗୁଡା,୦୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଗୁଡ଼୍ରିଗାଁରେ ଏକ ଅଭାବନିୟ ଘଟଣା ଘଟିଛି। ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସେହି ସ୍କୁଟିରେ ଥିବା ଚାଳକ ଓ ଯାତ୍ରୀ ଏକ ପୋଲର ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି।ପ୍ରକାଶ ଯେ,ଟିକାବାଲି ଥାନା ଅନ୍ତର୍ଗତ ଭଂଜପଦର ଗ୍ରାମର ଦୁଇଜଣ ଯୁବକ ଏକ ସ୍କୁଟିରେ ଯାଉଥିବା ବେଳେ ଗୁଡ଼୍ରିଗାଁ ପୋଲ ନିକଟରେ ସ୍କୁଟିଟି ଭରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ […]

ପୁର୍ତ୍ତ ବିଭାଗର ମନମାନୀ ବର୍ଷବର୍ଷ ଧରି କାମ ନ ହୋଇ ପଡି ରହିଛି

।ଫୁଲ ବାଣୀ- (ସୁନୀଲ ପଟନାୟକ) ସହରର ଉନ୍ନତମାନର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ପୁର୍ତ୍ତ ବିଭାଗ ର ଦାୟୀତ୍ଵ । ହେଲେ ପୁର୍ତ୍ତ ବିଭାଗର ଅବହେଳା ଓ ମନ ମାନୀ ଯୋଗୁଁ ସହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଗୋପବନ୍ଧୁ ଛକ ଠାରେ ଥିବାଡି ଭାଇଡର କାମ ବର୍ଷ ବର୍ଷ ଧରି ଭାଙ୍ଗିରୁଜି ପଡି ରହିଛି ଯେ ତିଆରିହେଉନି । ଅଭିଯୋଗ କଲେ ଶୁଣିବାକୁ ନାହିଁ ଯନ୍ତ୍ରୀମାନେ।ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ସମାବେଶ […]

ସହରର ୫୦ ଗଭୀର କୁ ଅ ଜବରଦଖଲ ରେ, ଲୋକଙ୍କୁ ପିଇବାକୁ ପାଣି ମିଳୁନି

ଫୁଲ ବାଣୀ-(ସୁନିଲ ପଟନାୟକ ) ଏବେ ଖରାଦିନ। ପାଣିପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।ପାଇପରେ ବି ଦିନ ଦିନ ଧରି ପାଣି ଆସୁନି । ଫୁଲବାଣୀ ସହରର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ପାଇଁ ୫୦ ବର୍ଷ ତଳେ ବିଭିନ୍ନ ସାହିରେ ପ୍ରାୟ ୭୦ଟି ଗଭୀର କୁପ ଖୋଳାଯାଇଥିଲା। ହେଲେ ଏବେ ସେ ସବୁ କୁ ଅର ଏବେ ଚିହ୍ନ ବର୍ଣ୍ଣ ମିଳୁନି। କିଏ କୁଅକୁ ନିଜ ଦଖଲକୁ ନେଇ ତା ଉପରେ ଘର କଲାଣି ଆଉ କିଏ […]

ଅବହେଳିତ ତୁମୁସିଙ୍ଗିଆ ଘାଇ : ଜନସାଧାରଣ ସୁବିଧା ପାଇବେ କେବେ ?

ବାଲିଗୁଡା,୦୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ I ଏହି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ହେବ I ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ୧୪ଟି ୱାର୍ଡର ରଟିଙ୍ଗିଆ, ଡଡାପଡ଼ା, ସରସୁନିଙ୍ଗିଆ, ତୁମୁସିଙ୍ଗିଆ, କଲାନାଜୁ, ଜେ.ପଡ଼ିକିଆ, ଝିମାଙ୍ଗିଆ, ଡକେଡ଼ି, ସାରଂଗଧର ପୁର, ଆର.ପଡ଼ିକିଆ, କାଲିନାଜୁ, ଧାଙ୍ଗାଡ଼ାମା ଗ୍ରାମକୁ ନେଇ ଗଠିତ I ଏହି ଅଞ୍ଚଳବାସୀଙ୍କ ଜଳ ସମସ୍ୟାକୁ ଦୁର କରିବା ପାଇଁ ତୁମୁସିଙ୍ଗିଆ ଠାରେ ଏକ […]

ଓଡିଆ ହାସ୍ୟକବି ସମ୍ମିଳନୀ ପକ୍ଷରୁ ବ୍ୟଙ୍ଗକାର ଡମ୍ବରୁ ବାବାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର/ କେବଳ ବ୍ୟଙ୍ଗ ନୁହେଁ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ସଫଳ ଲେଖନୀ ଚାଳନା ସହିତ ସାହିତ୍ୟ ସଂଗଠନ ଏବଂ ସାବିତ୍ରୀ ପାଠାଗାର ଓ ସଂଗ୍ରହାଳୟ ସ୍ଥାପନ ଜରିଆରେ ଉପାନ୍ତ ଜିଲ୍ଲାମାନଙ୍କରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦିବଂଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକ(ଡମ୍ବରୁବାବା) ସମର୍ପିତ ଥିଲେ ବୋଲି ଆଜି ଆୟୋଜିତ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ଆବାହକତ୍ବରେ […]

ଗୁମାଗଡ଼ରେ ଟ୍ରାକ୍ଟର ଓଲଟି ଜଣେ ଗୁରୁତର

ବାଲିଗୁଡା,୦୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୋଇଥିବାରୁ ଡାକ୍ତର ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଟ୍ରାକ୍ଟରରେ ଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ଗୁରୁତର ଆହତ ହୋଇଥିବା ଶ୍ରମିକ ଜଣକ ହେଲେ […]