ଆଜିର ରାଶିଫଳ

ଅଦ୍ୟ ମଇ ମାସ ୦୭ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ ୦୩/୪୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ ୦୧/୧୯ ପର୍ଯ୍ୟନ୍ତ ତଦନ୍ତେ ଉତ୍ତର ଭ।ଦ୍ରଚନ୍ଦ୍ର-କୁମ୍ଭ ଦିବା ଘ ୦୬/୪୯ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ- ବୈଧୃତିକରଣ-ବ।ଳବସୌରମାସ- ମେଷ ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୩୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୪୩ ପର୍ଯ୍ୟନ୍ତ ତଦନ୍ତେ ନୈରୁ ତେଧନୁ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା […]

କଳାବଜାରୀ କୁ ରୋକିବା ପାଇଁପ୍ରଶାସନ ଓ ପୋଲିସର ଚଢାଉ

ଫୁଲ ବାଣୀ- (ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୫ ରୁ୧୯ଯାଏ ୧୪ଦିନିଆ ଲକ ଡ଼ାଉନ ଘୋଷଣା କରିବା ଫଳରେ ଏହାର ସୁଯୋଗ ନେଇ ହାତଗଣତି କିଛି ମୁନାଫା ଖୋର ବ୍ୟବସାୟିମାନେ ଡ଼ାଲି ଚାଉଳ, 6 ତଲ,ଆଳୁ ଓ ପିଆଜ ଆଦିର ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚ଼ଢ଼ା ଦରରେ ବିକ୍ରି କରିବାଲାଗି ମସୁଧ ।କରୁଥିବା ଅଭିଯୋଗ ହେବା ଫଳରେ ଗୁରୁ ବାର ପୋଲିସ ପ୍ରଶାସନ ପକ୍ଷରୁ ସହର […]

କନ୍ଧମାଳ ଜିଲ୍ଲା ସାମ୍ବାଦିକ କୋଭିଡ଼ ଟିକା ନେଲେ

ଫୁଲ ବା ଣୀ- (ସୁନୀଲ ପଟନାୟକ) ନିକଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ କୋର୍ଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଆଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଘୋଷଣା କରିଥିଲେ। ଫଳରେ, ଆଜି ସ୍ଥାନୀୟ ସଦରମହକୁମା ଡାକ୍ତରଖାନାରେ ଫୁଲବାଣୀ ସହରର ୧୮ର ୪୪ ବର୍ଷ ମଧ୍ୟରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ଼ର ପ୍ରଥମ ଡୋଜ ଟିକା ନେଇଥିଲେ।ଜିଲ୍ଲାପାଳ ଡାବୃନ୍ଦ । ଡିଓ ସିଡି ଏମ ଓ ଡାରାଜଶ୍ରୀପଟନାୟକଙ୍କ ଆନ୍ତରୀକ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ୱାବଧାନ […]

ବିନା ପୂର୍ବ ସୂଚନାରେ ଟିକା କେନ୍ଦ୍ର ଆସିବାକୁ ମନା । କେବଳ ମୋବାଇଲ ଫୋନରେ ମେସେଜ କିମ୍ବା ପୂର୍ବ ସୂଚନା ଥିଲେ ଟିକାକରଣ ପାଇଁ ଆସିବାକୁ ପରାମର୍ଶ

ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲକଡାଉନର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ଏହି ନିଷ୍ପତି ନିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ଲକଡାଉନ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓଜରୁରୀ ସେବା ସହ ସଂପୃକ୍ତ […]

୯ ଯାଏ ଜାରି ରହିବ କାଳବୈଶାଖୀ, ବଢ଼ିବନି ତାତି… କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା । କିଛି ସ୍ଥାନରେ ଅପରାହ୍ନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏଣୁ ଏହି ସମୟ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏହି ସବୁ […]

ପଶ୍ଚିମବଙ୍ଗ ଗଲେ ବାଧ୍ୟତାମୂଳକ ନେଗେଟିଭ ରିପୋର୍ଟ

Covid19 ର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି | ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍ ଯାତ୍ରୀମାନଙ୍କୁ RTPCR ନେଗେଟିଭ୍ ରିପୋର୍ଟ ଥିବା ଆବଶ୍ୟକ | ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର | ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ […]

କରୋନା ଚିକିତ୍ସାରେ ବ୍ୟବହାର ପାଇଁ ରସ୍ ରେଜେନରନ ଆଣ୍ଟବଡି କକଟେଲକୁ ଅନୁମତି

ରସ୍ ରେଜେନରନ ଦ୍ୱାରା ପ୍ରସ୍ତୁତି ଆଣ୍ଟିବଡି ଡ୍ରଗ୍ କକଟେଲକୁ ଭାରତରେ କରୋନା ଚିକିତ୍ସାରେ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଦେଶ କରୋନାର ଦ୍ୱିତୀୟ ପ୍ରବାହରେ ଯୁଝି ହେଉଥିବା ବେଳେ ବୁଧବାର ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ୍ସ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଅନୁମତି ଦେଇଛି । ୟୁଏସ୍ ରେଗୁଲେଟର୍ସ ଏବଂ ୟୁରୋପିଆନ୍ ରେଗୁଲେଟରୀ ପ୍ୟାନେଲର ବିଶେଷଜ୍ଞଙ୍କ ମତାମତ ଆଧାରରେ ଅନୁମତି ଦିଆଯାଇଛି । ଭାରତରେ କିପ୍ଲା ଏହି ଡ୍ରଗ ବିତରଣ କରିବ । ଆଣ୍ଟିବଡି କକଟେଲ୍ କାସିରିଭିମବ୍ […]

ନିଲମ୍ବିତ ହେଲେ ୨ ତହସିଲଦାର, ଲାଞ୍ଚ ନେଇ ଗିରଫ ହୋଇଥିଲେ

ଭୁବନେଶ୍ୱର(ଉଲାପ୍ର)ଲାଞ୍ଚୁଆ ଓଏଏସଙ୍କୁ ନିଲମ୍ବନ ଛାଟ । ଲାଞ୍ଚ ନେଇ ଗିରଫ ହୋଇଥିବା ୨ ଜଣ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବନ କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । କଟକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ବିଚିତ୍ରାନନ୍ଦ ବାରଙ୍ଗ ତହସିଲଦାର ଥିବା ବେଳେ ଗତ ଏପ୍ରିଲ୍ ୬ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍ ଯାଇଥିଲେ । ଭିଜିଲାନ୍ସ ବିଚିତ୍ରାନନ୍ଦଙ୍କ […]

ଖବର ପ୍ରକାଶ ପରେ ପୁର୍ତ୍ତ ବିଭାଗର ରାତି ଅଧିଆ ମରାମତି

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ପରେ ଫୁଲବାଣୀ ପୁର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ଗତକାଲି ବୁ ଧବାର ରାତିରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧାପନୁରିଆ ତଥା ଉପରଠାଉରିଆଭାବେ କେବଳ ପିଚୁମିଶ୍ରିତ ଗୁଡ଼ି ଗଣ୍ଡା ଏ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ […]