ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ ସହ ଜୋରିମାନା ଆଦାୟ
ବାଲିଗୁଡା,୦୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ କରାଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ। ଏପରିକି ପୋଲିସ କାର୍ଯ୍ୟକ୍ରମ ଆୟୋଜକ ଙ୍କଠାରୁ ୧୦ ହଜାର ଏବଂ ତହସିଲ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଜନଜାତିଙ୍କ ପାରମ୍ପରିକ (କଲା) ହେଉଛି ପୁଅ ବାହାଘରର […]