ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ କରୋନା : ୩ ଦିନ ପାଇଁ ବନ୍ଦ

କନ୍ଧମାଳ,୧୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରବେଶ କରିଛି କରୋନା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡ଼ାକ୍ତର କରୋନା ସଂକ୍ରମିିତ ଚିହ୍ନଟ ପରେ ସଂପୂର୍ଣ୍ଣଭାବେ ଡ଼ାକ୍ତରଖାନା ପରିସରକୁ ସାନିଟାଇଜ କରିବା ସହିତ ତିନିଦିନ ପାଇଁ ଡ଼ାକ୍ତରଖାନାକୁ ବନ୍ଦ ଘୋଷଣା କରାଯାଇଛି। ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ […]

କୋଭିଡ ସହାୟତା ପାଇଁ ଜିଲା ପ୍ରଶାସନର ହେଲପ ଲାଇନ ନମ୍ବର ଜାରି, ସାଧାରଣ ଅସୁସ୍ଥତା ପାଇଁ ଡାକ୍ତରଖାନା ନ ଯିବାକୁ ପରାମର୍ଶ

କନ୍ଧମାଳ,୧୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟ ସମେତ କନ୍ଧମାଳ ଜିଲାରେ ମଧ୍ୟ ସଟଡାଉନ ଓ ଲକଡାଉନ ଲାଗୁ ହୋଇଛି। ଦୋକାନ ବଜାର ଖୋଲିବା ସହିତ ଜନସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି। ଏଭଳି ପରିସ୍ଥିିତିରେ ବିଭିନ୍ନ ଅସୁସ୍ଥତାର ଶୀକାର ହେଉଥିବା ଲୋକେ ଡାକ୍ତରଖାନାକୁ ଯିବାରେ ଅସୁବିଧା ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିକୁ ଲକ୍ଷ୍ୟ କରି କନ୍ଧମାଳ ଜିଲା ପ୍ରଶାସନ ଦ୍ୱାରା ସାଧାରଣ ରୋଗ ବ୍ୟାଧି ପାଇଁ ଡାକ୍ତରଖାନା ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଅବସ୍ଥାରେ ଲୋକଙ୍କୁ […]

କୋଭିଡ୍‌ ନିୟମକୁ ବେଖାତିର: ଦୋକାନ ସିଲ୍‌ କଲା ପ୍ରଶାସନ

ବାଲିଗୁଡା,୧୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ତେବେ କୋଭିଡ ନିୟମକୁ ବେଖାତିର କରି ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ବୁଧବାର ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବେରେଡାକିଆଠାରେ ଏକ ଗ୍ରୋସରୀ ଦୋକାନକୁ ସିଲ୍‌ କରି ଦିଆଯାଇଛି।ଏ ନେଇ ରାଇକିଆ ପ୍ରଶାସନ ପକ୍ଷରୁ ବାରମ୍ବାର ଡାକବାଜୀ ଯନ୍ତ୍ର […]

ସାମାଜିକ ଦୂରତ୍ୱ ନିୟନ୍ତ୍ରଣ ରେ ପ୍ରଶାସନ ବିଫଳ

ନରସିଂହପୁର (ଉ ଲା ପ୍ର) ନରସିଂହପୁର ବ୍ଲକ ପ୍ରଶାସନ , ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ପ୍ରାୟ ଆଠଟି ବୋଲେରୋ ସହ ଏକ ସଚେତନତା ଗାଡି ବୁଲୁଥିଲେ ହେ ବାଲିଖରୀ ଠାରୁ କମଳାଡିହ ପଯ୍ୟନ୍ତ ସବୁ ଜାଗାରେ ଗହଳି ଦେଖିବାକୁ ମିଳୁଛି ।ନରସିଂହପୁର ସଦର ମହକୁମାରରେ ଦୈନିକ ମାର୍କେଟ , ଗ୍ରୋସରି ଦୋକାନ ,ମାଛ ମାଂସ ଦୋକାନ ଗୁଡିକରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ସାମାଜିକ ଦୁରୁତ୍ୱ ରକ୍ଷା କରାଯାଇ ପାରୁନାହିଁ । […]

ନରସିଂହପୁର ରେ ଗାଈ ଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ

ନରସିଂହପୁର (ଉଲାପ୍ର)ନରସିଂହପୁରରେ ଗାଈ ଗୋରୁ ଓ ବୁଲା କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଅଛି। ନରସିଂହପୁର ବିଡ଼ିଓ ପ୍ରଦୀପ କୁମାର ସାହୁ, ନରସିଂହପୁର ତହସିଲଦାର ଆଲୋକ ରଞ୍ଜନ ଦେହୁରୀ , ନରସିଂହପୁର ଯୁବ ପରିଷଦରସମ୍ପାଦକ ସୁବ୍ରତ କୁମାର ମିଶ୍ର , ଥାନା ଅଧିକାରୀ ଓ ନରସିଂହପୁର ଯୁବ ପରିଷଦର ସଦସ୍ୟ ମାନେ ଏଥିରେ ସାମିଲ୍ ହେବା ସହ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ lockdown ଉଠିଲା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଯୁବ ପରିଷଦର ସମ୍ପାଦକ ସୂଚନା […]

ସାମାଜିକ ଦୂରତ୍ୱ ନିୟନ୍ତ୍ରଣ ରେ ପ୍ରଶାସନ ବିଫଳ

ନରସିଂହପୁର (ଉ ଲା ପ୍ର) ନରସିଂହପୁର ବ୍ଲକ ପ୍ରଶାସନ , ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ପ୍ରାୟ ଆଠଟି ବୋଲେରୋ ସହ ଏକ ସଚେତନତା ଗାଡି ବୁଲୁଥିଲେ ହେ ବାଲିଖରୀ ଠାରୁ କମଳାଡିହ ପଯ୍ୟନ୍ତ ସବୁ ଜାଗାରେ ଗହଳି ଦେଖିବାକୁ ମିଳୁଛି ।ନରସିଂହପୁର ସଦର ମହକୁମାରରେ ଦୈନିକ ମାର୍କେଟ , ଗ୍ରୋସରି ଦୋକାନ ,ମାଛ ମାଂସ ଦୋକାନ ଗୁଡିକରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ସାମାଜିକ ଦୁରୁତ୍ୱ ରକ୍ଷା କରାଯାଇ ପାରୁନାହିଁ । […]

ଲକ୍ଷାଧିକ ଟଙ୍କା ମୂଲ୍ୟର ଗଛ କାଟିଦେଲେ ଦୁର୍ବୁତ୍ତ , ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଫୁଲବାଣୀ- (ସୁନୀଲ ପଟନାୟକ)ବନବିଭାଗର ବ୍ୟାପକ ସଚେତନତା ସତ୍ଵେ ଗ୍ରାମବାସୀଙ୍କ ମଧ୍ୟରେ କୌଣସି ଫରକ ପଡୁନି । ଲୋକେ ବେ ଆଇନ ଭାବେ ମୂଲ୍ୟବାନ ଶାଳଗଛ ମାନ କାଟି ପକାଉଛନ୍ତି । ଫଳରେ ଫୁଲବାଣୀ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ସବୁ ଦିନକୁ ଦିନ ପଦା ହେବାରେ ଲାଗିଛି । ଏପଟେ କୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛି ବିଭାଗ। ତେବେ ଗତକାଲି ଲକଡ଼ା ଉନର ସୁଯୋଗ ନେଇ କୁ ଆଡେ ଫୁଲବାଣୀ […]

କାଳବୈଶାଖିରେ ଗଛପଡି ଘର ଭାଙ୍ଗିଲା,ସହାୟତା ଦାବି

.ଫୁଲବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଏବଂ ଦାରିଙ୍ଗବାଡିର ଆଖପାଖ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ଼ ତୋଫାନରେବଡ଼ବଡ଼ଗଛମାନଉପୁଡିପଡିବା ସହିତ ପ୍ରବଳ କୁ ଆ ପଥର ସହ ବର୍ଷା ହୋଇଥିଲ।ଗଛ ଉପୁଡି ପଡିବା ଫଳରେ ଫିରିଙ୍ଗିଆ ବ୍ଲକର ରତଙ୍ଗ । ପୋଡ଼ା ପଡ଼ା,କୁଟିବାରି, ଗୋଛା ପଡ଼ା ପାଙ୍ଗା ଆଦି ଅନେକ ସ୍ଥାନରେ ଚାଳ ଓ ଟିଣଛପର ଘରଗୁଡିକର ଛାତ ଉଡିଯାଇଛି । ଆଉ କେତେକ ସ୍ଥାନରେ ଗଛ ଉପୁଡି ପଡିବା ଫଳରେ ଘର […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୨ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ରାତ୍ରି ଘ୦୩/୧୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର-କୃତ୍ତିକା ରାତ୍ରି ଘ ୦୩/୨୮ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର-ମେଷ ଦିବା ଘ ୦୦୭/୦୯ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ- ଶୋଭନକରଣ-କିଂସ୍ତୁଘ୍ନସୌରମାସ- ମେଷ ୨୯ ଦିନ ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୫୮✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ୦୩/୧୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେବିଛା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୨୭ ଗତେ […]

ଦୁଇ ଚକିଆ ଅମ୍ଳଜାନ ଏକ୍ସପ୍ରେସ ଆରମ୍ଭ

କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ଦେଖାଦେଇଥିବାରୁ ଓଡ଼ିଶା ସରକା‌ର ପ୍ରଥମେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଇଥିଲେ। ଏହି ସମୟରେ ଅମ୍ଳଜାନ ମହଜୁଦ ଥିଲେ ମଧ୍ୟ ଠିକ୍ ସମୟରେ ରୋଗୀମାନଙ୍କୁ ଯୋଗାଇଦେବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଅମ୍ଳଜାନର ଅଭାବ ନେଇ ଗୁଜବ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଘରେ ଏକାନ୍ତବାସରେ ରହୁଥିବା କରୋନା ରୋଗୀ ମାନଙ୍କ ନିକଟରେ ଆପାତ କାଳୀନ ସ୍ଥିତିରେ ଅମ୍ଳଜାନ ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶା ରକ୍ତଦାତା ମହାସଂଘ। ପ୍ରଥମ […]