ମଈ ମାସ ୨୨ ତାରିଖରୁ ଆମଲାମାନଙ୍କର କଳାବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ ଓ ଦାବି ପୂରଣ ନ ହେଲେ ଜୁନ ୧ ତାରିଖରୁ ସାମୁହିକ ଛୁଟି

ଢେଙ୍କାନାଳ ( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଢେଙ୍କାନାଳ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧.୦୫, ୨୦୨୩ ତାରିଖ ସୁଦ୍ଧା ସରକାର ମିଳିତ ଅମଲା ମଞ୍ଚର ଦାବି ପୂରଣ କରି ନ ଥିବାରୁ ଆଜି ତା ୨୨.୦୫.୨୦୨୩ ରଖ ଠାରୁ ରାଜ୍ୟର ତଥା ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଭାଗ ଓ ଅଫିସ ର ସମସ୍ତ ଅମଲାମାନେ କଳାବ୍ୟାକ ପରିଧାନ ପୂର୍ବକ ନିଜର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସ୍ତରୀୟ ଅମଲାମାନଙ୍କ […]

ଅନୁଗୁଳ-ସୁକିନ୍ଦା
ରେଳ ଲାଇନ୍‌ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବୀ

ଢେଙ୍କାନାଳ( ଉଲ୍ଲାପ୍ର )କମଳାଙ୍ଗ ଗ୍ରାମପଂଚାୟତ ଦେଇ ନୂତନ ଭାବେ ନିର୍ମିତ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ଯାଇଥିବା କମଳାଙ୍ଗ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ତରଫରୁ ଫଚାୟତବାସୀ ସରପଂଚ ଜିତେନ୍ଦ୍ର କୁମାର ବେହେରା ଆଜି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଅନେକ ଦିନରୁ ଉକ୍ତ କ୍ଷତିଗ୍ରସ୍ତ ପ୍ରଜା କମଳାଙ୍ଗ ଗ୍ରାମପଂଚାୟତବାସୀ ବହୁ ସମସ୍ୟା ବିଷୟରେ ଜଣାଇ ଆସୁଥିଲେ ମଧ୍ୟ ରେଳ ଲାଇନ୍‌ର ଠିକାସଂସ୍ଥା ଆର୍.ଭି.ଏନ୍.ଏଲ୍. ଏହାକୁ କର୍ଣପାତ କରୁନାହାଁନ୍ତି । ରେଳ ଲାଇନ୍‌ର କାମକୁ ଗଣବତାର […]

ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ନାଟ୍ଯ କଳା ପରିଷଦର ନାଟ୍ଯ ମହୋତ୍ସବ

କଟକ ( ଉଲ୍ଲାପ୍ର )କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗ୍ରାମ ପଞ୍ଚାୟତ ର ଚିନ୍ତାମଣିପୁର ଗ୍ରାମ ରେ ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ପଞ୍ଚମ ବାର୍ଷିକ ନାଟ୍ଯ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ସାମାଜିକ ଏକତା ଓ ସାଂସ୍କୃତିକ ଭାଇଚାରା କୁ ସୁଦୃଢ କରିବା ନିମନ୍ତେ ଆୟୋଜିତ ନାଟ୍ଯ ମହୋତ୍ସବ ରେ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ ଟାଙ୍ଗୀ -ସାଲେପୁର ର ଯୁବ […]

ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଗାଁ ଗହଳିରେ ଥିବା ବିଭିନ୍ନ ମନ୍ଦିରରେ ଶୁକ୍ରବାର ପ୍ରତ୍ୟେକ ସଧବା ନାରୀମାନେ ନିଜ ନିଜ ସ୍ବାମୀଙ୍କ ସୁସ୍ଥ ନିରାମୟ ଜୀବନ ତଥା ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜ୍ୟେଷ୍ଠ ଅମାବାସ୍ୟା ରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରି ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କଲା ପରେ ଶିଳପୁଆରେ ଅଁଳା ହଳଦୀ ଲଗାଇ ନୂତନ ବସ୍ତ୍ର […]

ସ୍ୱାମୀଙ୍କ ମଙ୍ଗଳ ମନାସୀ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ କିନ୍ନର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ସହରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସ୍ୱାମୀଙ୍କ ମଙ୍ଗଳ ମନାସୀ ହଜାର ହଜାର ମହିଳା ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ସମଗ୍ର ଜିଲାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତ୍ୟେକ ସଧବା ନାରୀମାନେ ନିଜ ନିଜ ସ୍ବାମୀଙ୍କ ସୁସ୍ଥ ନିରାମୟ ଜୀବନ ତଥା ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜ୍ୟେଷ୍ଠ ଅମାବାସ୍ୟାରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରି […]

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା। ପ୍ରଥମ ଦିନ ଯାତ୍ରା […]

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ସିପିଉ, କିବୋର୍ଡ଼, ହେଡ଼ ଫୋନ ଥିବା ଜଣାପଡିଛି। ଅନ୍ୟ ପଟେ ଚୋରୀରେ ବ୍ୟବହୃତ ଜିନିଷ […]

ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ( ଉଲ୍ଲାପ୍ର )ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଗୋପବନ୍ଧୁ ଟାଉନହଲଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ମହାନ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ବୈଠକରେ ନୂତନ ଜିଲ୍ଲା କାର୍ଯ୍ୟକାରିଣୀ […]

କାଶିନୀନିପଦର ପଞ୍ଚାୟତ ରେ ହିତାଧିକାରୀ ଙ୍କ ଚାଉଳହଡପ ଅଭିଯୋଗ
ଯୋଗାଣ ସହାୟକ ଙ୍କ ସଂପୃକ୍ତି ଅଭିଯୋଗ

ସରକାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଇଦେଉଛନ୍ତି,ହେଲେ କେଉଁଠି ଯୋଗାଣ ସହାୟକ ଚଞ୍ଚକତା କରି ହରି ଲୁଟ କରୁଥିବା ବେଳେ କେଉଁଠି ବିଭାଗର ଅଧିକାରୀ ମାନେ ମଧ୍ୟ ହରି ଲୁଟ ରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ପଞ୍ଚାୟତ ରେ ଚାଉଳ କାର୍ଡ କୁ ବନ୍ଧା ରଖି ସେମାନଙ୍କ ଚାଉଳ କୁ ଅଭିନଵ ଉପାୟରେ ଲୁଟୁଥିବା ଦେଖିବାକୁ ମିଳୁଛି ।ଏମିତିଏକ ସାଙ୍ଘାତିକ ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ରୁ । ଜାତୀୟ […]

ଡି ଏଲ ଏସ ଏ ପକ୍ଷରୁ ସପ୍ତାହେ ବ୍ୟାପୀ ଭିନ୍ନକ୍ଷମ ସଚେତନ ଶିବିର

ଫୁଲବାଣୀ (ସୁନୀଲ ପଟନାୟକ )ସେମାନେ ଭିନ୍ନକ୍ଷମ lହେଲେ ସେମାନେ ସବୁ କ୍ଷେତ୍ରରେ ଯେପରି ସକ୍ଷମ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେଇପାରିବେ ଆଉ ସରକାରଙ୍କ ଯୋଜନା ର ସୁଫଳ ଯେପରି ସେମାନଙ୍କ ନିକଟରେ ପହଂଚିବ ସେନେଇ ଡିଏଲ ଏସ ଏ ପକ୍ଷରୁ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି lସୋମବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତସଚେତନ ସଭାରେ ଫୁଲବାଣୀବିଡ଼ିଓ ପ୍ରବୀଣ କୁମାର ବା ଣୁଆ, ଡି ଏସ […]