ନାରାୟଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୋକସଭା

କନ୍ଧମାଳ,୧୩/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ହାଟପଦା ସ୍ଥିତ ଶ୍ରୀ ଶ୍ରୀ ମା ନାରାୟଣୀ ଯାତ୍ରା ପରିଚାଳନା କମିଟି ସଭାଗୃହରେ କୋଭିଡ଼୍‍ ନିୟମ ପ୍ରକାରେ ପରିଚାଳନା କମିଟିର ସଭାପତି ଅଶୋକ ପଟ୍ଟନାୟକଙ୍କ ପୌରହିତ୍ୟରେ ପୁର୍ବତନ ସାଂସଦ ତଥା ଯାତ୍ରା ପରିଚାଳନା କମିଟିର ବରିଷ୍ଠ ଉପଦେଷ୍ଟା ସ୍ୱର୍ଗତ ସୁଗ୍ରୀବ ସିଂପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗ ଦେଇଥିବା କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଗ୍ରିବ ସିଂଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରବା ସହିତ ତାଙ୍କର ଅମର ଆତ୍ମାର […]

କରୋନା ଛଡାଇ ନେଲା ଇଦର ଖୁସି:ନିଜ ନିଜ ଘରେ କଲେ ନମାଜ ପାଠ

କନ୍ଧମାଳ,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ବର୍ଷ ପ୍ରଥମ ଥର ପାଇଁ ମସଜିଦ ପରିସରରେ ଶୁଭିଲାନି ଇଦ୍ ମୁବାରକ ଗୁଞ୍ଜରଣ ।ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା କିଏ କାହାକୁ ଜଣେଇ ପାରିଲେନି । ଏହି ଇଦ ରେ ମସଜିଦ କିମ୍ବା ମୁସଲମାନ ବସ୍ତିରେ ମୁସଲମାନ ଭାଇ ମାନଙ୍କ ଭିଡରେ ଚଳଚଞ୍ଚଳ ହେଉଥିବାର ଦେଖିବାକୁ ମିଳିଲା ନାହିଁ କିମ୍ବା ମସଜିଦ ସମ୍ମୁଖରେ ଗରିବ, ଅସହାୟ ,ଦୁଃଖୀ ରଙ୍କିଙ୍କ ଲମ୍ବା ଲାଇନ ବି ଲାଗିଲାନି । ମହାମାରୀ କରୋନା କଟକଣା […]

କନ୍ଧମାଳ:ସଙ୍ଗୋରୋଧରେ ଥିବା ବ୍ୟକ୍ତିଙ୍କ ସହଯୋଗ ପାଇଁ ହାତ ବଢାଇଲା ଟିମ୍ ହ୍ୟୁମାନିଟ୍

କନ୍ଧମାଳ,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି। ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଙ୍ଗିନ୍ ହେଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି। ଗତ ୨ ଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ବ୍ଳକ ରେଡ଼୍ ଜୋନରେ ପହଞ୍ଚିଥିବା ବେଳେ ବ୍ଳକର ଫୁଲବାଣୀ ପୌର ପରିଷଦର ମଧ୍ୟ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମିତକୁ ଦୃଷ୍ଟିରେ ରଖି […]

ଦୁଇ ଦୁଇଟାପ୍ରକଳ୍ପ ଦାୟୀତ୍ଵରେ ଜଣେ ପିଆଇଏ. ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ

ଫୁଲବାଣୀ-( ସୁନୀଲ ପଟନାୟକ) କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷକରି କୃଷି ଓ କୃଷକର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଛନ୍ତି । ଜଳଛାୟା ଉନ୍ନୟନ୍ନ ପ୍ରକଳ୍ପ ମାଧ୍ୟମରେ ଚାଷଜମିର ଉନ୍ନତି ହୁଡା ମରାମତି, ଚେକଡ଼୍ୟାମ ନିର୍ମାଣ, କୃଷକ ସଚେତନ,ଚାଷୀଙ୍କ ଜମିରେ ବନ୍ଧ ନିର୍ମାଣ, ପ୍ଲାଣ୍ଟେସନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏ ସବୁ କାର୍ଯ୍ୟର ସୁପରିଚାଳନା ଓ ତଦାରଖ ପାଇଁ ପ୍ରତି […]

ନରସିଂହପୁରରେ ଦୈନିକ ପରିବା ବଜାର ଉପରେ ଚଢ଼ାଉ

ନରସିଂହପୁର-(ଉ ଲା ପ୍ର)ନରସିଂହପୁର ଦୈନିକ ପରିବା ମାର୍କେଟ ଉପରେ ଅତିରିକ୍ତ ତହସିଲଦାର ଓ ନରସିଂହପୁର ପୋଲିସ ଚଢ଼ାଉ କରିଥିଲେ ମାତ୍ର ସାମାଜିକ ଦୂରତ୍ୱ କେଉଁଠି ରହୁନାହିଁ।ପୂର୍ବବର୍ଷ ପରି ଚଳିତ ଲକ ଡାଉନ ସମୟରେ କ୍ଳବ ପଡ଼ିଆରେ ପରିବା ବଜାର ବ୍ୟବସ୍ତା କରାଗଲେ କାରୋନା ନିୟନ୍ତ୍ରଣ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ମାଛ ବଜାର ଓ ପରିବା ବଜାର ଏକାଠି ହୋଇ ଦୈନିକ ମାର୍କେଟରେ ବସୁଥିବାରୁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।ନରସିଂହପୁର ବ୍ଲକ କୋଭିଡ୧୯ପରିଚାଳନା କମିଟି ଅଧକ୍ଷ,ନରସିଂହପୁର ବିଡ଼ିଓ, […]

ଆଜି ପବିତ୍ର ଇଦ୍‌, ଲକ ଡାଉନ ଯୋଗୁଁ ମସଜିଦ ଖାଁ ଖାଁ

.ଫୁଲବାଣୀ- (ସୁନୀଲ ପଟନାୟକ) ଆଜି ପବିତ୍ର ଇଦ୍‌ । ଏହି ଇଦ୍‌ ପର୍ବକୁ ପ୍ରତିବର୍ଷ ମୁସଲମାନ ଭାଇ ଭଉଣୀ ମାନେ ବେଶ ହସଖୁସି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବା ସହ ମସଜିଦ କୁ ଆସିପବୀତ୍ର କୋରାନ ପାଠ କରିବା ସହ ପରସ୍ପରକୁ ଇଦ ମୁବାରକ ଜଣାଇଥାନ୍ତି ତେବେ ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ସରକାର ଲକ ଡ଼ାଉନ ସଟ ଡାଉନ ଘୋଷଣା କରିବା ଫଳରେ ଇଦ ପର୍ବ ଫିକା ପଡିଯାଇଥିଲା […]