ପଦ୍ମଶ୍ରୀ ପୁର୍ଣ୍ଣମାସୀ ଯାନୀ ସୁସ୍ଥ ହୋଇ ଫେରିଲେ

ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ତଥା ଓଡିଶା ର ଗର୍ବ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ବୟସାଧିକ ଯୋଗୁଁ ରବିବାର ହଠାତ ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ପୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ସିଡିଏ ମଓ ଡା.ରାଜଶୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ପୂର୍ଣ୍ଣମାସୀଙ୍କ ଚିକିତ୍ସା କରୁଥିଲେ। ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଫଳରେ ପଦ୍ମଶ୍ରୀପୂର୍ଣ୍ଣମାସୀ ୫ ଦିନ ମଧ୍ୟରେ ସଂପୁର୍ଣ୍ଣ ସୁସ୍ଥ ହୋଇଘରକୁ ଫେରିଥିବା ସିଡ଼ିଏ ମଓ ରାଜଶ୍ରୀ ପଟନାୟକ […]

କନ୍ଧମାଳ ଛାତ୍ର କଂଗ୍ରେସର ଅଭିନଵ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଖାଦ୍ୟ ପ୍ରଦାନ

କନ୍ଧମାଳ,୨୯/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି l କରୋନା ର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ମଧ୍ୟରେ ଦିନ ବିତାଉଛନ୍ତି। କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି , ଆଉ ଏବେ ମୂଲ ମଜୁରୀ […]

ଆକାଶ ମାର୍ଗରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବାତ୍ୟା ଅଂଚଳ ପରିଦର୍ଶନ

ଭୁବନେଶ୍ୱର: ୨୮/୦୫ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀ ଆଜି ଆକାଶ ମାର୍ଗରୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଉଭୟ ନେତା ବାତ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ଚାନ୍ଦିପୁର ନିକଟସ୍ଥ ଆଇଟିଆର […]

ନରସିଂହପୁର ଏକଡାଳ ପଞ୍ଚାୟତ ରେ ୩ ଶହ ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ କରୋନା ଟୀକା

ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ ଏକଡାଳ ଗ୍ରା:ପ ଆନୁକୂଲ୍ୟରେ ଏକଡାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗ ରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନେଇ 300ଟି ପ୍ରଥମ ଡୋଜ କରୋନା ଟୀକା ଦିଆଯାଇଛି । ଶେଷରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଶାନ୍ତି ଶୃଙ୍ଖଳା ସହ ଏ ଟୀକାକରଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ଘର ଖଣ୍ଡେ ପାଇଁ ନିବେଦନ କଲେ ୮୨ ବର୍ଷର ବୃଦ୍ଧ

ବଡ଼ମ୍ବା- ନରସିଂହପୁର (ଉଲାପ୍ର)କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦିବ୍ୟାଙ୍ଗ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା ରହିଛି କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ବଡ଼ମ୍ବା ବ୍ଳକ୍ ଅନ୍ତର୍ଗତ ରତାପାଟ ଗ୍ରାମ ପଞ୍ଚାୟତ ରେ ଜନ୍ମ ରୁ ଜଣେ ଦିବ୍ୟାଙ୍ଗ( ଅନ୍ଧ)ହେଉଛନ୍ତି। ନାମ- ବାଇଧର ମଲ୍ଲିକ ୮୨ ବର୍ଷ ଓ ତାଙ୍କ ପତ୍ନୀ ରତ୍ନାବତୀ ମଲ୍ଲିକ ୭୨ ବର୍ଷ । ଆଜି ଯାଏଁ ସରକାରଙ୍କ ପକ୍ଷରୁ କେବଳ ଭତ୍ତା ଓ ଚାଉଳ ବ୍ୟତୀତ ଅନ୍ୟ କୌଣସି ଯୋଜନା […]

ପାଳ ଗଦାରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲା ଘର

ନରସିଂହପୁର (ଉ ଲା ପ୍ର)କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନିମସାହି ଗ୍ରାମର ରବି ମୁଦୁଲି ଙ୍କ ପାଳ ଗଦାରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲା ଘର । ସୂଚନା ରୁ ପ୍ରକାଶ ଯେ, ତାଙ୍କ ପୁଅ ଏକ ଅଳିଆ ଗଦା ପୋଡୁଥିବା ସମୟରେ ହଠାତ ଭୁଲ ବଶତଃ ବାରିପଟେ ଥିବା ପାଳ ଗଦାଟି ଜଳି ପୋଡି ଧୂଳିସାତ ହୋଇଯାଇଛି। ପାଳ ଗଦାଟି ବହୁ ଜୋରରେ ଜଳୁ ଥିବାର ଦେଖି କିଛିଲୋକ ନିଁଆକୁ ଲିଭାଇବାକୁ ଚେଷ୍ଟା କରିଥିଲେ। […]

ନରସିଂହପୁର ଥାନାରେ ନୂତନ ଥାନା ଅଧିକାରୀ ଙ୍କର ଯୋଗଦାନ

ନରସିଂହପୁର (ଉ ଲା ପ୍ର)ନରସିଂହପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ ଅଲେଖ ଗରଦିଆ ଯୋଗଦାନ କରିଛନ୍ତି। ନରସିଂହପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନରସିଂହପୁର ଯୁବ ପରିଷଦର ସମ୍ପାଦକ ସୁବ୍ରତ କୁମାର ମିଶ୍ର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ସ୍ଥାନୀୟ ଅଂଚଳର ସୁରକ୍ଷା ପାଇଁ ନିବେଦନ କରିଥଲେ। ନରସିଂହପୁର ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।

ନରସିଂହପୁର ବାଘୁଆପାଳ ହରିଜନ ସାହିରେ ପାନୀୟ ଜଳର ଘୋର ଅଭାବ

ନରସିଂହପୁର-(ଉ ଲା ପ୍ର)କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଂଚାୟତ ର ବାଘୁଆପାଳ ହରିଜନ ସାହିରେ ଦେଖା ଦେଇଛି ପାନୀୟ ଜଳର ଅଭାବ। “ଜଳ ହିଁ ଜୀବନ “ଜଳ ବିନା ମନୁଷ୍ୟ ବଂଚିବା ଅସମ୍ଭବ। ସକାଳ ହେବା ମାତ୍ରକେ ପାଣି ନେବା ପାଇଁ ଲାଗିଥାଏ ଲୋକଙ୍କ ଲମ୍ବା ଲାଇନ। ଗୋଟିଏ ନଳକୂପ ଥିବାରୁ ଲୋକମାନେ ପାଣି ଟିକେ ନେବା ପାଇଁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।ସେଠାକାର ଲୋକ ସଂଖ୍ୟା ପ୍ରାୟ ଦୁଇଶହ […]

ନିୟମ ଭଲଙ୍ଘନ କରି ଭୋଜି ରାନ୍ଧି ୨୫ ହଜାର ତଣ୍ଡ ଗଣିଲେ

ଫୁଲ ବାଣୀ ,-(ସୁନୀଲପଟନାୟକ)ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୨୫ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ଓ ବସ ମାଲିକ ।ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ବ୍ଳକର ଶ୍ରୀରାମପୁର ପଞ୍ଚାୟତରେ ।କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ପ୍ରୋସେସନ,ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ମଧ୍ୟଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ କୋଟଗଡତହସିଲଦାର ଲକ୍ଷ୍ମୀଧର […]

ଉଦୟ ଲାବଣ୍ୟର ପ୍ରଭାବ- ଘର ଓ ରାସନ କାର୍ଡ଼ ଦେବାଲାଗି ପ୍ରକ୍ରିୟା ଆରମ୍ଭ

ଫୁଲ ବାଣୀ- (ସୁନୀଲ ପଟନାୟକ/ଚକାପାଦ ଲାଲବାହାଦୁର ବେହେରା)ଉଦୟ ଲାବଣ୍ୟରେ ଖବର ପ୍ରସାରଣ ପରେ ଚକାପାଦ ବ୍ଳକ ପ୍ରଶାସନ ଚେତିଛି।ଚକାପାଦ ବ୍ଲକ ବିଡିଓ ଅନଲପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବ୍ଳକ୍ ଏମଆଇ ମଳୟ କୁମାରମେହର ବ୍ରାହ୍ମଣପାଦପଞ୍ଚାୟତର କୁନା ଡାକୁଆ ଓ ରୁନୁ ଡାକୁଆ ଙ୍କ ଘରକୁ ଯାଇ ରାସନ କାର୍ଡ଼ ଦେବାଲାଗି ତଦନ୍ତ କରିଛନ୍ତି । ଅତି ଶିଘ୍ର ଏହି ଗରିବ ପରିବାରକୁ ରାସନ କାର୍ଡ଼ ଯେପରି ମିଳିବ ସେ ନେଇ ବ୍ୟବସ୍ଥା କରାଯାଉଥିବା କଥାଚକାପାଦ ଏମଆଇ ମଳୟ କୁମାରମେହର କହିଛନ୍ତି […]