ଉଦୟ ଲାବଣ୍ୟର ପ୍ରଭାବ ବନ୍ଧଖମଣ ଗ୍ରାମରେ ଟ୍ରାନସଫରମର ମରାମତି ହେଲା,ଗ୍ରାମବାସୀ ଖୁସି

ଫୁଲବାଣୀ- (ସୁନୀଲ ପଟନାୟକ) ଗତ ମେ୩୧। ୨୦୨୧ରେ ଉଦୟ ଲାବଣ୍ୟରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ଚେତିଲା। ଅଚଳଟ୍ରାନସଫରମର କୁ ବାହାର କରି ସେଠାରେ ନୂଆ ଟ୍ରାନସଫରମର ବସ। ଯିବା ଫଳରେ ଗ୍ରାମରେ ବିଦ୍ୟୁତ ଆଲୋକ ଜଳିଲା । ଦୀର୍ଘମାସ ହେଲା ଅନ୍ଧାରରେ ରହୁଥିବାଲୋକେ ଏବେ ପୁଣିଆଲୋକ ଦେଖିପାରିଛନ୍ତି । ଫଳରେ ଗ୍ରାମବାସୀ ବିଦ୍ୟୁତ ବିଭାଗ କତୃପକ୍ଷ ଓ ଗଣମାଧ୍ୟମ ପ୍ରତିନିଧି କୁ ସାଧୁବାଦ ଜଣାଇଛନ୍ତି ।ସୂଚନା ଯୋଗ୍ୟ ଯେ,କନ୍ଧମାଳ ଜିଲ୍ଲାଚକାପାଦ ବ୍ଳକର ବ୍ରାହ୍ମଣପାଦ […]

କରୋନା ଯୋଗୁଁ ଘରେ ଘରେ ପାଳିଲେ ସାବିତ୍ରୀ ପୂଜା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ସାବିତ୍ରୀ ପୂଜା ଅବସରରେ ସବୁ ଧର୍ମାନୁଷ୍ଠାନରେ ଲାଗିଛି କରୋନା କଟକଣା ।ସେ ନେଇ ସହରର ଥିବା ବିଭିନ୍ନ ମନ୍ଦିର ପରିସର ଗୁଡିକ ପୁରା ଖାଁ ଖାଁ ରହୁଥିବା ଦେଖିବାକୁ ମିଳିଛି । ମହିଳା ଭକ୍ତ ମାନେ ମନ୍ଦିର ବାହାରେ ରହି ପୂଜା କରିଥିଲେ । ବର୍ତ୍ତମାନ କରୋନା କଟକଣା ରହିଥିବାରୁ ସାବିତ୍ରୀ ପୂଜା ଫିକା ପଡିଥିଲା । କରୋନା କଟକଣା ପାଇଁ ସହରର ଧର୍ମାନୁଷ୍ଠାନ ଗୁଡ଼ିକରେ ଲାଗିଛି […]

ବଜ୍ରାଘାତରେ ୬ ଗୋରୁ ମୃତ କ୍ଷତି ପୂରଣ ଦାବୀ

ଫୁଲବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ଯୋଗୁଁ ୬ଗୋରୁଗାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।ଗତ କାଲି ବୁଧବାର ସଂଧ୍ୟାରେ ବାଲିଗୁଡ଼ା ଓ ବାରଖମା ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ଝଡ ତୋଫାନ ହୋଇ ଥିଲା। ଫଳରେ ବାରଖମା ଫାଣ୍ଡି ସମ୍ମୁଖରେ ଚରୁଥିବା କିଛି ଗୋରୁ ବର୍ଷା ଯୋଗୁଁ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ। ତେବେ ହଠାତ ବଜ୍ରପାତଯୋଗୁଁ ସେଠାରେ ଥିବା୬ ଗୋରୁ ପ୍ରାଣ ହରାଇଥିଲେ […]

ପିଲାଙ୍କ ଜୀବନ ସହ ଖେଳୁଛନ୍ତି ଯନ୍ତ୍ରୀ ଓ ଠିକାଦାର, ନିମ୍ନମାନର କାମଯୋଗୁ ବାଲିଗୁଡ଼ା ଆଦର୍ଶ ବିଦ୍ୟାଳୟ ପାଚେରୀ ଭୁଷୁଡିଲା

ଫୁଲବାଣୀ-( ସୁନୀଲ ପଟନାୟକ) ଗୁରୁବାର ବାଲିଗୁଡ଼ା ସ୍ଥିତ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥର କିଛି ଅଂଶଭୁଷୁଡି ପଡିଛି ।ନିମ୍ନମାନର କାର୍ଯ୍ୟଯୋଗୁ କିଛି ମାସ ହେଲା ତିଆରି ହୋଇଥିବା ପାଚେରୀ ଭୁଷୁଡି ପଡିବା ଫଳରେ ଏହାକୁ ନେଇ ନାନାଆଲୋଚନା ହେଉଛି । ଆଜି ସକାଳୁ ବାଲିଗୁଡ଼ା ଅଞ୍ଚଳରେ ବର୍ଷ।ହୋଇଥିଲା । ବର୍ଷାରେ ପାଚେରୀର ୧୦ ଫୁଟ ଉର୍ଦ୍ଧ କାନ୍ଥ ମୁଳରୁ ଭୁଷୁଡି ପଡିବା ଦେଖିବାକୁ ମିଳିଛି। ଯନ୍ତ୍ରୀ ଓ ଠିକାଦାର ମିଶି ନିମ୍ନମାନର କାର୍ଯ୍ୟ କରି ଅର୍ଥ ହଡପ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୦ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଅମାବାସ୍ୟା ଦିବା ଘ ୦୪/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ରୋହିଣୀ ଦିବା ଘ ୧୨/୨୦ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର-ବୃଷ ରାତ୍ରି ଗ୦୧/୪୩ ପର୍ଯ୍ୟନ୍ତ ତଦନ୍ତେ ମିଥୁନଯୋଗ- ଧୃତିକରଣ- ନାଗସୌରମାସ-ବୃଷ ୨୭ ଦିନଅଦ୍ୟ ସାବିତ୍ରୀ ଅମାବାସ୍ୟା✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୨୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୦୪/୧୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେତୁଳା ଓ କୁମ୍ଭ ରାଶିର ଘାତବାରଅମାବାସ୍ୟା ର ସମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═══ବାରବେଳ। ଓ କାଳବେଳ।- […]

କନ୍ଧମାଳ : ବନ ବିଭାଗ ଦ୍ୱାରା ବାଘ ଛାଲ ଜବତ: ଜଣେ ଗିରଫ

କନ୍ଧମାଳ,୦୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ବନ ବିଭାଗ ଦ୍ଵାରା ଆଜି ଏକ କଲରାପତରିଆ ବାଘ ଛାଲ ଉଦ୍ଧାର କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିର ନାମ କବିଚନ୍ଦ୍ର କହଁର(୫୦) ଓ ତାଙ୍କ ଘର ସଦର ଥାନା ଅନ୍ତର୍ଗତ କୁଟିବାରୀ ଗ୍ରାମ । ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ଆଜି ସୁଡ୍ରୁକୁମ୍ପା ରେଞ୍ଜର ଶିଶିର କୁମାର ଝାଙ୍କର କବିଚନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲେ । ପଚରାଉଚରା […]

ସାବିତ୍ରୀ ଅମାବାସ୍ୟାକୁ ନେଇ ବାଲିଗୁଡା ବଜ଼ାର ରେ ପ୍ରବଳ ଭିଡ଼ : କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗ ରେ ୧୮ଟି ଦୋକାନକୁ ସିଲ କଲା ପ୍ରଶାସନ

ବାଲିଗୁଡା,୯/୬.(ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ ବିପଦ ଟଳିନି । ଏଭଳି ପରିସ୍ଥିତିରେ କୋଭିଡ ନିୟମ ଉଲ୍ଲଂଘନ କରି ସାବିତ୍ରୀ ଅମାବାସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଛି । […]

ଫୁଲବାଣୀରୁ ୩ ଓ ଜିଲ୍ଲାରୁ ୭୬ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ୭୬ଜଣ କରେ।ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଫୁଲବାଣୀ ସହରରୁ ୩ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୫ଜଣ ଚିନଟ ହୋଇଛନ୍ତି,ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୩ଜଣ ଙ୍କ ମଧ୍ୟରୁ କେନ୍ଦୁପଦର, କଣ୍ଟ୍ରାକ୍ଟର ପଡ଼ା ଓଡ଼ିଏଚ୍ଏଚ୍ ରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୁଧବାର ବାଲିଗୁଡ଼ା ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ାସହରର ଜଣେ ,ଦ।ରିଙ୍ଗବାଡି ୧୨,ଖଜୁରୀପଡ଼ା […]

ସାବିତ୍ରୀ ପାଇଁ ବାଲିଗୁଡ଼ା ରେ ଅସମ୍ଭବ ଭିଡ, ଅଠର ଗୋଟି ଦୋକାନ ଉପରେ ଚଢ଼ାଉ କରି ତାଲା ଠୁଙ୍କିଲେ ତହସିଲଦାର

ଫୁଲ ବ।ଣୀ-( ସୁନୀଲ ପଟନାୟକ)ରାତି ପାହିଲେ ସାବିତ୍ରୀ। ଫଳରେ ଯେ ନ ତେନ ପ୍ରକାରେ ସାବିତ୍ରୀମାନଙ୍କ ଫରମାଇସ ପୁରଣ କରିବା ପାଇଁ ସତ୍ୟବାନମାନଙ୍କବଜ।ରରେ ପ୍ରବଳ ଭିଡ । ବ୍ୟବସାୟୀମାନେ ମଧ୍ୟ ଦି ପଇସା ଭଲ ବେପାର କରିବାପାଇଁ କରେ । ନା କଟକଣା ସବୁ ଭୁଲିବେପାର ଆରମ୍ଭ କରିଦେଲେ। ଫଳରେ ତହସିଲଦାର ସ ଦଳ ବଳେ ଚଢାଉ କରି ୧୮ ଦୋକାନ ସିଲ କରି ତାଲା ଠୁକି ଦେଲେ । ଯାହାକି ଚର୍ଚାର ବିଷୟ ପାଲଟିଛି ।ଏଭଳି […]

ଗଛରେ ପିଟି ହେଲା କାର, ସ୍ୱାମୀ ସ୍ତ୍ରୀ ମୃତ

ଫୁଲ ବାଣୀ- (ସୁନୀଲ ପଟନାୟକ)ଆଜି ଏକ କାର ଭାରସାମ୍ୟ ହରାଇ ରାସ୍ତାକଡଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ କାର ଚାଳକ ଓ ଆଗରେ ବସିଥିବା ଚାଳକଙ୍କ ପତ୍ନୀ ଙ୍କ ଚାପିହୋଇ ମୃତ୍ୟୁ ଘଟିଛି।କାରଟି ଭଞନଗରରୁ ରାଉରକେଲାକୁ ଯାଉଥିଲେ। ତେ6ବକନ୍ଧମାଳ ଜିଲ୍ଲା ସୀମାନ୍ତବର୍ତ୍ତୀ ଚାରି ଛକ ନିକଟ ଝାଡରା ସିଂ ରେ ଭାରସାମ୍ୟ ହରାଇ ରାସ୍ତାକଡ଼ଗଛରେ ପିଟି ହୋଇଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ ଦୁଇ ଜଣ ହେଲେ କାର ଚାଳକ ସୁରେନ୍ଦ୍ର […]