ଉର୍ମାଗଡ଼ ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଫୁଲବାଣୀ-( ସୁନୀଲ ପଟନାୟକ)ରବିବାରଅପରାହ୍ନ ୫ଟା ସମୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ ଉର୍ମାଗଡ ଜଳପ୍ରପାତରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଫିରିଙ୍ଗିଆ ଅଞ୍ଚଳର ୩ ଜଣ ସାଙ୍ଗ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ସେଠାରେ ବୁଲା ବୁଲି ଫଟୋ ଉଠାଉଠି କରିବାବେଳେ ଅସାବଧାନତା ଯୋଗୁ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ଗୋଡଖସିଯିବା ଫଳରେ ପାଣିରେ ବୁଡିଯାଇଥିଲେ। ଅନ୍ୟ ଯୁବକ ମାନଙ୍କ ସହ ଗ୍ରାମବାସୀ ମିଶି ବହୁ ଖୋଜା ଖୋଜି କରିଥିଲେ। ହେଲେ ଉଦ୍ଧାର କରି […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୧ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ଦିବା ଘ ୦୧/୫୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ସ୍ଵ।ତି ଅପରାହ୍ନ ଘ ୦୫/୩୬ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର-ତୁଳାଯୋଗ- ଶିବକରଣ-ବିଷ୍ଟିସୌରମାସ-ମିଥୁନ ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୫୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୨/୫୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେମିଥୁନ ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ଵାଦଶୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ ୦୬/୫୦ଗତେ ଘ୦୮/୨୯ମଧ୍ୟେବାରବେଳ।- ଦିବା ଘ ୦୩/୦୪ଗତେ […]

ଜଣେ ଯନ୍ତ୍ରୀଙ୍କୁ ୪ପଞ୍ଚାୟତ, କାର୍ଯ୍ୟ ତଦାରଖ ହେଉନି

,ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ଯନ୍ତ୍ରୀ ଅଭାବ । ଫଳରେ ଜଣେ ଯନ୍ତ୍ରୀ ୪ଟି ପଞ୍ଚାୟତ ଦାୟିତ୍ଵରେ ଅଛନ୍ତି । ହେଲେ ୪ଟି ପଞ୍ଚାୟତ ଦାୟିତ୍ଵରେ ରହୁଛନ୍ତି ତେବେ କାର୍ଯ୍ୟ ସଠିକ ତଦାରଖ କରିପାରୁନାହି।ନ୍ତି । ଫଳରେ ବ୍ଲକ ପକ୍ଷରୁ ହାତକୁ ନିଆଯାଉଥିବା ଉନ୍ନ ୟନ୍ନ କାର୍ଯ୍ୟ ନିମ୍ନମାନର କରି ଠିକ ଦାର ମାଲାମାଲ ହେଉଛନ୍ତି । ଯନ୍ତ୍ରୀ କାମ ଦେଖି କୁ ଆଡେ ପିସିନେ ଇ ବିଲ କରିଦେଉଥିବା ଅଭି ଯୋଗ ହେଉଛି । ଏଭଳି ଅଭିଯୋଗ ଶୁଣିବାକୁ […]

ବିକାଶ ଅପହଞ୍ଚ ତୁମୁଡିବନ୍ଧ ବ୍ଲକର ୫୨ଗ୍ରାମକୁ ରାସ୍ତା ନାହିଁ

,ଫୁଲବାଣୀ-( ସୁନୀଲ ପଟନାୟକ)ଗୋଟିଏ କି ଦୁଇଟି ନୁହେଁ। କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଳକର ୫୨ଟି ଗ୍ରାମକୁ ରାସ୍ତା ନାହିଁ।ସ୍ଵାଧୀନ ତାର ୭୪ ବର୍ଷ ପରେ ମଧ୍ୟ ବିକାଶ ଏଠି ଅପହଞ୍ଚ ପା ଲଟିଛି ।ଗମନାଗମନ ର ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଏ ସବୁ ଯୋଜନା କାଗଜ କଲମରେ ହିଁ ଚାର୍ଲିଛି କହିଲେ ଭୂଲ ହେବନି । ଆସୁଥିବା ଅର୍ଥ ଅନୁଦାନରସିଂହ ଭାଗ ଅର୍ଥହରିଲୁଟ ହେଉଥିବା ଅଭିଯୋଗ ହେଉଛି । […]

ରାଇକିଆ : ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ

ବାଲିଗୁଡା,୨୦/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ ପରିସରରେ “ମୋ ସ୍କୁଲ୍ ଅଭିଯାନ”ର ଏକ ବୈଠକ କୋଭିଡ୍ ନିୟମକୁ ପାଳନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୈସୁମୀ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା l ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ପାଣିଗ୍ରାହୀ ସରକାରଙ୍କ ମୋ ସ୍କୁଲ ଅଭିଯାନର ଗାଇଡ୍ ଲାଇନ୍ […]

କରୋନାର ଦ୍ୱିତୀୟ ଲହର ପରେ ମଧ୍ୟ ଗୁମାଗଡ଼ ପଞ୍ଚାୟତକୁ ଛୁଇଁ ପାରିନି

କନ୍ଧମାଳ,୨୦/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣରେ କେତେ ଜୀବନ ହାନି ହେବାସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲାଇ ଦେଇଛି । ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଆଜିବି କରୋନା ସଂକ୍ରମଣ ସ୍ପର୍ଶ କରିପାରିନାହିଁ । ଏହା କେବଳ ସମ୍ଭବ ହୋଇ ପାରିଛି ନିଜ ନିଜ ଭିତରେ ସଚେତନତା […]

ବିହାର ନିତିଶ ସରକାରଙ୍କୁ ପାଟଣା ହାଇକୋର୍ଟଙ୍କ ଭତ୍ସନା,ମହାମାରୀ ସମୟରେ ମୃତ୍ୟୁର ତଥ୍ୟ ନମିଳିବାକୁ କହିଲେ ଅଦୁରଦର୍ଶିତା,୭୫ ହଜାର ମୃତ୍ୟୁର ହିସାବ ନାହିଁ

ମହାମାରୀ କରୋନାରେ ବିହାରରରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ରହସ୍ୟ ଲାଗି ରହିଛି । ଚଳିତ ବର୍ଷର ପ୍ରଥମ ପାଂଚ ମାସରେ ହୋଇଥିବା ୭୫ ହଜାର ମୃତ୍ୟୁର କୌଣସି ସଠିକ୍ ତଥ୍ୟ ମିଳୁନାହିଁ । ଏତେ ସଂଖ୍ୟାରେ ଲୋକଙ୍କର କେମିତି ମୃତ୍ୟୁ ହେଲା ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏହି ପ୍ରସଙ୍ଗରେ ପୁଣି ଥରେ ବିହାର ନୀତିଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପାଟନା ହାଇକୋର୍ଟ । ମହାମାରୀ ସମୟରେ ମୃତୁୃ୍ୟ […]

ସୁପ୍ରିିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା : କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଦେଇ ପାରିବେ ନାହିଁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ

କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଉତ୍ତର ରଖା ଯାଇଛି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ କହିଛନ୍ତି କି କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଇ ପାରିବ ନାହିଁ । କେନ୍ଦ୍ର ସରକାର କହିଛନ୍ତି କି ପ୍ରାକୃତିକ ବିପର୍ଯୟ ଆଇନ ମୁତାକବ କେବଳ ଭୂକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟରେ […]

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ଆସାମ ମୁଖ୍ୟମନ୍ତ୍ରୀ

ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି। କେନ୍ଦ୍ରର ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ଧୀରେଧୀରେ ରାଜ୍ୟ ସରକାର ଏନେଇ ୨ ସନ୍ତାନ ଆଇନ ପ୍ରଣୟନ କରିବାର ଯୋଜନା କରୁଥିବା ସେ କହିଛନ୍ତି। ଏଭଳି ହେଲେ ୨ରୁ ଅଧିକ ସନ୍ତାନଙ୍କ ମାତାପିତାଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ। କେନ୍ଦ୍ରର ସରକାରଙ୍କ ଏଭଳି କେତେକ ଯୋଜନା ରହିଛି […]

ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା ରୁଜୁ କର,ଚେତାଵନୀ ଦେଲେ କେନ୍ଦ୍ର ସରକାର

ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ କେନ୍ଦ୍ର ସରକାର ଶନିବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ବେଳେ ଦେଶର ବିଭିନ୍ନ ଭାଗରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ଖବର ପ୍ରକାଶ ପାଇବା ପରେ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟସେବା […]