ପଞ୍ଚଭୂତ ରେ ଲିନ ହେଲା ଡ଼ଃ ଜିମୁତ ମଙ୍ଗରାଜଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(ଉଲାପ୍ର)ପଞ୍ଚଭୁତ ରେ ଲିନ ହୋଇଯାଇଛି ରାଜ୍ୟର ବରିଷ୍ଠ ସାମ୍ବାଦିକ,ଉତ୍କଳ ସାମ୍ବାଦିକ ସଂଘର ସଭାପତି,ତିନିଗୋଟି phd ସହିତ ଡକରେଟ ପାଇଥିବା ଡ଼ଃ ଜିମୁତ ମଙ୍ଗରାଜ ଙ୍କ ପାର୍ଥିବ ଶରୀର,ଖାଲି ଯେ ସେ ସାମ୍ବାଦିକ ଥିଲେ ତା ନୁହେଁ ବହୁ ବହିର ଲେଖକ,ସାହିତ୍ୟିକ, ସମାଲୋଚକ,ନେତା କାଗଜ,ଲାଇଫ ଲାଇନ,ଓଡିଶା ଆବାଜ ର ପ୍ରତିଷ୍ଠାତା ସମ୍ପାଦକ ଥିଲେ,ଏହା ସହିତ ସଚିବାଳୟ ସାମ୍ବାଦିକ ସଂଘର ସଭାପତି ସହିତ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ,ଗତକାଲି ନିଜ ଗ୍ରାମ ଖୋର୍ଧାରୁ ସ୍କୁଟି ଯୋଗେ ଭୁବନେଶ୍ୱର ଫେରୁଥିବା […]

ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ ଜିମୁତ ମଙ୍ଗରାଜ ଙ୍କ ପରଲୋକରେ ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ତରଫରୁ ଖଣ୍ଡପଡା ପ୍ରେସ କ୍ଲବ ଠାରେ ସଭାପତି ବିନାୟକ ମିଶ୍ରଙ୍କ ପୌରହିତ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି,ଏଥିରେ ଅନ୍ୟ ସାମ୍ବାଦିକ ମାନେ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ

କନ୍ଧମାଳ ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

କନ୍ଧମାଳ,୨୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ଟିମ୍‌ ସଦସ୍ୟ ଭି.ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ସୁନୀଲ କୁମାର ଜେନା, ସେକ ଅବଦୁଲ ସାକୀର , ହିମାଂଶୁ ନାୟକ ଏବଂ ପ୍ରଶାନ୍ତ କୁମାର […]

ନରସିଂହପୁର ସାମ୍ବାଦିକ ସଂଘ ତରଫରୁ ଶୋକସଭା

ନରସିଂହପୁର (ସୁବ୍ରତ କୁମାର ମିଶ୍ର)ନରସିଂହପୁର ସାମ୍ବାଦିକ ସଂଘ ତରଫରୁ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବୀ ପ୍ରାସାଦ ରଥଙ୍କ ସଭାପତିତ୍ବରେ ସାମ୍ବାଦିକ ଦେବଦତ୍ତ ମଳୟ କୁମାର ବରାଳ, ପ୍ରଦୀପ କୁମାର ନାୟକ, ସୁବ୍ରତ କୁମାର ମିଶ୍ର, ଜୀବନ ଜ୍ୟୋତି ମହାନ୍ତି, ଦେବାଶିଷ ଭଟ୍ଟ, ଦିବ୍ୟ ଲୋଚନ ମହାନ୍ତି, କାର୍ତିକେଶ୍ଵର୍ ନାଥ, ରିଙ୍କୁ ରଣା, ବିନୋଦ ନନ୍ଦ, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀ ମଙ୍ଗରାଜଙ୍କ […]

ବରୀଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ,ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନର ଶୋକ

ଫୁଲବାଣୀ-( ସୁନୀଲ ପଟନାୟକ) ରାଜ୍ୟର ଜଣେ ଆଗଧାଡିର ବରୀଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ 6ଶ।କର ଛାୟା ଖେଳିଯାଇଥିଲା।ସୋମବାର କନ୍ଧମାଳ ଫ୍ରଣ୍ଟ ଲାଇନ ମିଡିଆ ଏସେ।ସିଏସନ ପକ୍ଷରୁ ପ୍ରେସକ୍କବ୍ଠାରେ ଆୟୋଜିତ ଶୋକସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଗଭୀର ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକବ୍ୟକ୍ତ କରିଛନ୍ତି।ସ୍ଵର୍ଗତ ଆମର ଆତ୍ମାର ସଦଗତି ପାଇଁ ଦୁଇମିନଟ ନିରବ ପ୍ରାର୍ଥନା କରାଯାଇଥିଲା। […]

ଟିକାବାଲି ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ଗ୍ରେଡିଂ ଟେଷ୍ଟ

ଫୁଲବାଣୀ- (ସୁନୀଲ ପଟନାୟକ) ଉତ୍କଳ କରାଟେ ସ୍କୁଲ କନ୍ଧମାଳ ପକ୍ଷରୁ ଟିକାବାଲି ସ୍ଥିତ କୁଇ ସମାଜ ଗୃହରେ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟ ପାଇଁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ପ୍ରତିଯୋଗିତାରେ ମୋଟ ୬୧ ଜଣ ଭାଗ ନେଇଥିବା ବେଳେ ସଫଳତାର ସହ ସମସ୍ତ ପ୍ରତିଯୋଗୀ କିଟ, କମାତେ ଏପରି ସମସ୍ତ ଅନ୍ୟାନ୍ୟ କରାଟେ ର ବିଭିନ୍ନ କୌଶଳ ଓ ବିଦ୍ୟା ପ୍ରଦର୍ଶନ କରିଥିଲେ।କନ୍ଧମାଳ ଜିଲ୍ଲା ମୁଖ୍ୟ କରାଟେ ପ୍ରଶିକ୍ଷକ ଜୁନସ୍ ଦିଗାଲ,ସହ ସମ୍ପାଦକ ନରେନ୍ଦ୍ର ଦିଗାଲ […]

ବାହାଘରର ଛଅ ମାସ ନ ହେଉଣୁ ନବ ବଧୂ ଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ. ଆଣିଲେ ପରିବାର ଲୋକେ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)-ବାହାଘରର ଛଟା ମାସ ହୋଇଛି କି ନାହିଁ ନବ ବଧୁ କୁ ଶାଶୁଘର ଲୋକେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଖଜୁରୀପଡ଼ା ଥାନାରେ ମାମଲା ଗୁଳ୍ମ ହୋଇଛି।, ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଯୌତୁକ ଜନିତ କାରଣରୁ ହତ୍ୟା କରଯାଇଥବା ଅଭିଯୋଗ ଆଣିଛନ୍ତି ବଧୁର ପରିବାର ଲୋକେ । ମୃତ କ ଜଣକ ହେଲେ ସୌଦାମିନୀ ବେହେରା l ଘଟଣା ଘଟିଛି ଖଜୁରୀପଡ଼ା […]

ଅଶୋକ କୁମାର ଦାଶ ଙ୍କୁ ଯୁବ ସମ୍ରାଟ ଗୌରବ ସମ୍ମାନ-୨୦୨୧

ଆଠଗଡ଼ ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ଓ ବାଙ୍କିର ଆଦର୍ଶ ଯୁବ ପରିଷଦର ମିଳିତ ଆୟୋଜନରେ ଏକ ସମ୍ୱର୍ଦ୍ଧନା ଉତ୍ସବ କନ୍ଦରପୁର ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବ ରେ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ର ଯୁବ ସଂଯୋଜକ ଶ୍ରୀ ଅଶୋକ କୁମାର ଦାଶ ଙ୍କୁ ତାଙ୍କ ଉପ ନିର୍ଦ୍ଦେଶକ(Deputy Director) ପଦ୍ଦୋନ୍ନତୀ ଓ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ “ଯୁବ ସମ୍ରାଟ ଗୌରବ ସମ୍ମାନ-୨୦୨୧” […]

ପ୍ରବଳ ବର୍ଷା ଓ ବଜ୍ରପାତରେ ୭ଟି ଗୋରୁଗାଈଙ୍କ ମୃତ୍ୟୁ:କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବୀ

ବାଲିଗୁଡା,୨୭/୦୬.ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ କିଛି ଦିନ ହେଲା ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ରୁ ବଡ଼ ଧରଣର ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବା ଫଳରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କ୍ଷୟକ୍ଷତି ହେଉଥିବା ବେଳେ ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ର ଗାମାଣ୍ଡି ଗ୍ରାମରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ଘଟି ୭ଟି ଗୋରୁଗାଈର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ ବର୍ଷାହେବା ଫଳରେ ସବୁ […]

କ.ନୂଆଗାଁ ବ୍ଲକରେ ମହିଳା ସଚେତନତା

ଫୁଲବାଣୀ -(ସୁନୀଲ ପଟନାୟକ )ରବିବାର କନ୍ଧମାଳ ଜ଼ିଲା କ.ନୂଆଗାଁ ବ୍ଲକର ମହିଳା ଶକ୍ତି କର୍ମକର୍ତାମାନେ ଗହିଙ୍ଗିଆ ଗ୍ରାମରେ ମହିଳା ସ ଶକ୍ତିକରଣ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କ.ନୂଆଗାଁ ବ୍ଲକ ମହିଳା ଶକ୍ତିର ଅଧକ୍ଷା ଦୀପିକା ଦୋରା ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କଂଜlମେଣ୍ଡି ପଂଚାୟତର ସରପଞ୍ଚ ସାନିରl ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହିଳା ଶକ୍ତିର ଉଦେଶ୍ୟ ଏବଂ […]