୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କଲେ ତହସିଲଦାର

ବାଲିଗୁଡା,୦୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ସିମନବାଡ଼ି ରାଜସ୍ୱ କାର୍ଯ୍ୟାଳୟ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡିଛି । ସିମନବାଡ଼ି ମୌଜା ଅଞ୍ଚଳର ୨୦୩ ଜଣ ଆଦିବାସୀ ଲୋକଙ୍କ ଘରକୁ ଘର ନିଜେ ତହସିଲଦାର ଯାଇ ପଟ୍ଟା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୦୯ ମସିହାରେ ଲୋକେ ଜଙ୍ଗଲ […]

ପ୍ରବଳ ବର୍ଷା ଓ ବଜ୍ରପାତ ରେ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ :ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବୀ

ବାଲିଗୁଡା,୦୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତ ଖାରିଗୁଡା଼ ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହେବା ଫଳରେ ଏହି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମେଣ୍ଢାଙ୍କ ମଧ୍ୟରୁ ଗ୍ରାମର ବଳରାମ ଗୌଡ଼ଙ୍କର ୧୭ଟି ହୋଇଥିବା ବେଳେ କୃଷ୍ଣ ଗୌଡ଼ଙ୍କର ୧୦ଟି ରହିଛି । ତେବେ ଉଭୟ […]

ସାପୁଆ ନଦୀ ପ୍ରଦୂଷଣ ରୋକିବା ଓ ଗୋଡିଝରିଆ ଜଳ ଯୋଗାଣ ପ୍ରକଳ୍ପ ଚାଲୁ କରିବା ଦାବି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ଆଠଗଡ(ଉଲାପ୍ର)ସାପୁଆ ନଦୀରୁ ପ୍ରଦୂଷଣ ରୋକିବା ଓ ଗୋଡିଝରିଆ ଜଳ ଯୋଗାଣ ପ୍ରକଳ୍ପ ଚାଲୁ କରିବା ଦାବିନେଇ ଆଠଗଡ କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମିଳନୀ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି,ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମାବଲଭ ରଥଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀରେ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ,ସୁଦର୍ଶନ ସାହୁ,ଗୋଡିଝରିଆ ଯୋଗେଶ୍ୱରୀ କ୍ଲବର ସଭାପତି ମନୋରଞ୍ଜନ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମିଳନୀ ରେ ଯୋଗଦେଇ ଅଭିଯୋଗ କରିଥିଲେ ସାପୁଆ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୦୩ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ନବମୀ ଅପରାହ୍ନ ଘ ୦୫/୩୨ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ରେବତୀ ଦିବା ଘ ୦୬/୫୪ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର- ମୀନ ଦିବା ଘ ୦୬/୫୪ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଅତିଗଣ୍ଡକରଣ-ଗରସୌରମାସ-ମିଥୁନ ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୩୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୫୧✧═════•❁❀❁•═════✧ଯୋଗିନୀ ପୂର୍ବେ ଅପରାହ୍ନ ଘ ୦୫/୩୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେଧନୁ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୬/୫୩ ମଧ୍ୟେ […]

୩ବ୍ଲକରେ ନୂତନସହକାରୀ ଯନ୍ତ୍ରୀ ନିଯୁକ୍ତି.ଉନ୍ନୟନ କାର୍ଯ୍ୟ ତ୍ୱରାନ୍ଵିତ ସମ୍ଭାବନା

ଫୁଲ ବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ୧୨ ବ୍ଲକ ମଧ୍ୟରୁ ଅଧାରୁ ଅଧିକ ବ୍ଲକ ରେ ସହକାରୀ ଯନ୍ତ୍ରୀ ପଦବୀ ଖାଲିପଡିଥିଲା ଫଳରେ ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ।ତେବେ ବିଳମ୍ଵରେ ହେଲେ ବି ସରକାର ସହକାରୀ ଯନ୍ତ୍ରୀ ପଦବୀକୁ ପଦନ୍ନୋତୀ ପାଇଥିବା ୩ ଜଣ କନିଷ୍ଠ ଯନ୍ତ୍ରୀ ଙ୍କୁ ସହକାରୀ ଯନ୍ତ୍ରୀ ପଦବୀରେ ନିଯୁକ୍ତି ଦେଇଛନ୍ତି ।. ସେମାନେ ଡିଆର ଡିଏରେ ଜଏନ୍ ହେଲା ପରେ ଜିଲ୍ଲୀ ପାଳ ଡ଼ା .ବୃନ୍ଦା ଡ଼ି ଚିଠି ନ-୩୦୪୯ତା […]

ଉତ୍ପାଦନ କାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ବୈଠକ

ବରଗଡ଼:-ବରଗଡ଼ ଜିଲ୍ଲା ରେ ମୁଖ୍ୟତଃ କୃଷି, ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ହସ୍ତତନ୍ତ କୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଚଳୁଛନ୍ତ । ତାଙ୍କ ଏହି ଜୀବିକା କିପରି ଭାବେ ପରବର୍ତ୍ତୀ ସୋପାନ କୁ ନେଇ ଉତ୍ପାଦନ କାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଦିଆ ଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ ପ୍ରଥମ ବୈଠକ ରେ ଆହ୍ବାନ କରିଥିଲେ। ଆଜି ଜିଲ୍ଲା ଉନ୍ନୟନ ସଂସ୍ଥା ର ସମ୍ମିଳନୀ […]

ସିମନ ବାଡି ବନ ବିଭାଗ ରେ ୭୨ତମ ବନ ମହୋତ୍ସବ ରେ ବୃକ୍ଷରୋପଣ

ଫୁଲବାଣୀ- (ସୁନୀଲ ପଟନାୟକ)ବାଲିଗୁଡ଼ାବନବିଭାଗ ଡିଭିଜନ ଅନ୍ତର୍ଗତ ସିମନବାଡି ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।ଏହି ଅବସରରେ ରେ ଜଂଅଧିନ ଲାରି ବାଡି ସକ ଜଙ୍ଗଲରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ରେ ଜଂ ଅଫିସର ସତୀଶ କୁମାର ଧ।ରୁଆ ଙ୍କ ପ୍ରତକ୍ଷ ତତ୍ତ୍ଵ । ବଧାନରେ ଅନୁଷ୍ଠିତ ବୃକ୍ଷରୋପଣକାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦାରିଙ୍ଗବାଡି ତହସିଲ ଦାର କଳାକୃଷ୍ଣ ପ୍ରଧାନଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା […]

କେରଳ ରେ ଦାଦନ ଶ୍ରମିକଙ୍କର

ମୃତ୍ୟୁ …ଫୁଲବାଣୀ (-ସୁନୀଲ ପଟନାୟକ )ଗାଁ ରେ କାମଧନ୍ଦା ମିଳିଲାନି ପରିବାର ଲୋକଙ୍କ ମୁହଁରେ ଦୁଇ ଓଳା ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ କାମଧନ୍ଦା କରିବାକୁ ସୁଦୂର କେରଳ ଯାଇଥିଲା ହେଲେ ଶେଷ ରେ ଶବ ହୋଇ ଫେରିଲା lକନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ବରୀ ପଞ୍ଚାୟତ ଶିଶପାଙ୍ଗା ଗ୍ରାମର ମୁନା ପ୍ରଧାନ (23) ଗତ ଶନିବାର ଦିନ କେରଳରେ ତାଙ୍କର ମୃତ୍ୟୁ ହାଇଥିଲା,କିନ୍ତୁ କମ୍ପାନୀ ମାଲିକଙ୍କ ସହାୟତା ରେ ସୁଦୂର କେରଳ ରୁ […]

ଅଜଣା ଗାଡି ଧକା ରେ ଦୁଇ ମୃତ

ଫୁଲବାଣୀ (-ସୁନୀଲ ପଟନାୟକ )ଶୁକ୍ରବାର କନ୍ଧମାଳ ଜ଼ିଲା କ ନୂଆଗାଁ ଠାରେ ବାଇକ ଦୁର୍ଘଟଣା k ଦୁଇ ଜଣକ ର ମୃତ୍ଯୁ ହୋଇଥିବା ଜଣା ପଡିଛି lମୃତକ ମାନେ ହେଲେକନ୍ଧ ମାଳ ଜ଼ିଲା କ.ନୁଆଗାଁ ଥାନା ଗସୁକିଆ ଗ୍ରାମର ତିମନ୍ତ ଦିଗାଳ ହୋଇଥିବା ବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଳ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଏ ଦୁଇଜଣ ଆଜି ସିର୍ତ୍ତିଗୁଡ଼ା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମହାସିଙ୍ଗି […]

ଚାହାଳୀ ପଞ୍ଚାୟତରେ ଟିକା କରଣ ପାଇଁ ମୋଟର ସାଇକେଲ ରାଲି

ଫୁଲ ବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା, ଚକାପାଦ ବ୍ଲକର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଚାହାଳୀ ପଞ୍ଚାୟତର ୨୧ଟି ୱାର୍ଡରେ ଟିକା ଗ୍ରହଣ ପାଇଁ ଅନ୍ତରଙ୍ଗ, ଚକାପାଦ ବ୍ଲକ ପ୍ରଶାସନ ଓ ପ୍ରଦାତା ଅନୁଷ୍ଠାନ ପକ୍ଷରୁ ମୋଟର ସାଇକେଲ ରାଲି କରାଯାଇଛି। ମୋଟର ସାଇକେଲ ରାଲିକୁ ସରପଞ୍ଚ ମନୁ ମଲ୍ଲିକ ଓ ସମିତି ସଭ୍ୟା ଶ୍ରୀମତୀ ପୁଷ୍ପଲତା ବେହେରା ଉଦଘାଟନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀଲ କୁମାର ପଟ୍ଟନାୟକ, ତହସିଲଦାର ଶ୍ରୀମତୀ ମଧୁସ୍ମିତା ବେହେରା, […]