ବ୍ୟଙ୍ଗ କବି ସଚ୍ଚି ପଣ୍ଡା ଙ୍କ ତ୍ରି ଭାଷୀ ପୁସ୍ତକ ଉନ୍ମୋଚିତ

ବରଗଡ଼:- ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ବ୍ୟଙ୍ଗ କବି ସଚ୍ଚିଦାନନ୍ଦ ପଣ୍ଡା ଙ୍କ ପୁସ୍ତକ ତେଜ ପତ୍ର ଅତିଥି ଙ୍କ ଗହଣରେ ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶ୍ବ ଜିତ ମିଶ୍ର ଯୋଗ ଦେଇ କବି ଶ୍ରୀ ପଣ୍ଡାଙ୍କ ଦ୍ଵାରା ରଚିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ବୟୋଜ୍ୟେଷ୍ଠ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। କଲା ପାଣି କଲେଜ ଅଧ୍ୟକ୍ଷ ମୋହନ ସାହୁ ପୁସ୍ତକ ସମୀକ୍ଷା […]

ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ବସଷ୍ଟାଣ୍ଡ ନିକଟ ଆଦର୍ଶ ପୁଷ୍କରିଣୀ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଜାଗା ଉପରେ ଏକ ନୂତନ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପୂଜାର୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିଗୁଡ଼ା ଏନଏସି ର ପୂର୍ବତନ ଅଧ୍ୟକ୍ଷ ଲୋକ ନାଥ […]

କୋଭିଡ଼ ନିୟମ ଉଲଘଂନକାରୀଙ୍କ ଠାରୁ ଜୋରିମାନା ଆଦାୟ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ କରୋନାର ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହି ଦୁଇ ଦିନ ହେଲା ଦାରିଙ୍ଗବାଡ଼ି ବ୍ଲକରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଜିଲ୍ଲାରୁ ସର୍ବାଧିକ ପଜିଟିଭ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁହିଁ ଚିହ୍ନଟ ହୋଇଛି। ଏହାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ି ପୋଲିସ ଓ ତହସିଲ ପକ୍ଷରୁ ମିଳିତ ଯାଞ୍ଚ କରାଯାଇ କୋଭିଡ଼ ନିୟମ ଉଲଘଂନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ […]

କାର ଟ୍ରକ ମୁହାଁମୁହିଁ, ସୌଭାଗ୍ୟବଶତଃ

ବର୍ତ୍ତୀ ଲେ ଚାଳକ ଓ ଯାତ୍ରୀଫୁଲ ବାଣୀ-( ସୁନୀଲ ପଟନାୟକ)ଫୁଲ ବାଣୀ ସଦର ଥାନା ଅନ୍ତର୍ଗତ କୁମୁରି ଗୁଡ଼। ପୋଲ ନିକଟରେ ଏକ ଟ୍ରକ ଓ କାର ମଧ୍ୟରେ ମୁହାମୁହି ଧକ୍କା ହେବା ଫଳରେ କାରଟି ର ସମୁଖ ଭାଗ ଭାଙ୍ଗି ନଷ୍ଟ ହୋଇଯାଇଛି । ହେଲେ କାରରେ ବସିଥିବା ଯାତ୍ରୀ କିମ୍ଵା ଚାଳକ କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓଡ଼ିଠ୨, ବିଏଫ୨୪୭୧।ଦ୍ରୁତ ଗାଡି ଚାଳନା ଯୋଗୁ ଦୁର୍ଘଟଣା […]

ଦୁର୍ଘଟଣାରେ ଆଇସିଡିଏସ ସୁପରଭାଇଜର ଆହତ

,ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ବୁଧବାର ବାଇକରେ ବସି ଯାଉଥିବାବେଳେ ରାଇକିଆ ଆଇସିଡି ଏସ ସୁପରଭାଇଜରଉର୍ବଶୀ ପ୍ରଧାନ ରୁଦାଙ୍ଗିଆ ଘାଟି ହମ୍ପସରେ ଖସି ପଡି ଗୁରୁତର ଆହତ ହୋଇଛନ୍ତି ।ଖବର ପାଇ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଘୁଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ହାତ ଗୋଡ଼ ଓ ଛାତିରେ ଆଘାତ ଲାଗିଛି। ସେ ସକାଳେ ଇନ୍ଦ୍ରଗଡ଼ ଡ୍ୟୁଟିରେ ସ୍ୱାମୀଙ୍କ ସହିତ ବାଇକରେ ପଛରେ ବସି ଯାଉଥିବାବେଳେ ହମ୍ପସରେ ଭାରସାମ୍ୟ ହରାଇ ଖସିପଡିଥିଲେ।

ମିଶନ ଶକ୍ତି ର ନୂତନ ଗୃହ ଉଦଘାଟିତ

ବରଗଡ଼- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପରିସରରେ ମିଶନ ଶକ୍ତି ର ନୂତନ ଅଫିସ ଗୃହ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସମାଜ ଗଠନ ରେ ନାରୀ ମାନଙ୍କ ଭୂମିକା ଆଗରେ। ଏଥିପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ମହିଳା ମାନଙ୍କ ଉନ୍ନତି ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମିଶନ ଶକ୍ତି ଏହାର ଏକ ଅଂଶ ବିଶେଷ ଅଟେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ […]

କଟାପାଲି ଗାଁ ରେ ରକ୍ତଦାନ ଶିବିର

ବରଗଡ଼(ଉଲାପ୍ର୍))କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ମାନ୍ୟବର ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି କଟାପାଲି ଗାଁ ଜବାହର ଯୁବକ ସଂଘ କ୍ଲବ (ରାମଜୀ ମଣ୍ଡପ) ପ୍ରାଂଗଣ ରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଦେବେଶ […]

ମହିଳା କୃଷି ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ

ବରଗଡ:(ଉଲାପ୍ର)ନାବାର୍ଡ଼ ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ଭାରଚୁଆଲ ମୋଡ଼ ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼ ଜିଲ୍ଲାର ମହିଳା ଅଗ୍ରଣୀ ଚାଷୀ ସନ୍ଧ୍ୟା ରାଣୀ କୁମାରଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ବରଗଡ଼ ବ୍ଲକ ଅନ୍ତର୍ଗତ ପିପିଲି ପାଲି ଗ୍ରାମ ନିବାସୀ ସନ୍ଧ୍ୟା ରାଣୀ […]

ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଓ ଗୋଟିଏ ଏନଏସି ର ନୂତନ ଭାବେନିଯୁକ୍ତି ପାଇଥିବା ସଭାପତି ମାନଙ୍କୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସଲୁଗା ପ୍ରଧାନ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତ ସଭାପତି ରାଇକିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରାଜ ମୋହନ ଦିଗଲ , ଟିକାବାଲି ବ୍ଲକ ସଭାପତି ରୋଦନ ମଳିକ, ଘୁ.ଉଦୟଗିରି ବ୍ଲକ […]

ବାଲିଗୁଡା : ସିମନବାଡ଼ିରେ ଜବର ଦଖଲ ଉଛେଦ ଆରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ସାମ୍ନା ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନ ଗୁଡିକ ସରକାରୀ ଜମିରେ ଥିବାରୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଜବର ଦଖଲ ଉଛେଦ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର କରି ବ୍ୟବସାୟ କରୁଥିଲେ। ହେଲେ ଉକ୍ତ ଜମିଟି […]