ମୁଖ୍ୟ ମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ -(ସୁନୀଲ ପଟନାୟକ )ଘଂଚ ଜଙ୍ଗଲ ଓପ୍ରାକୃତିକ ପରିବେଶ କନ୍ଧମାଳ ଜିଲା ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକି ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରୁଛି ଏଣୁ ଜ଼ିଲା ରେ ଅଧିକ ରୁ ଅଧିକ ଇକୋ ରିଟ୍ରିଟ ଖୋଲିଲେ ଅଧିକ ପର୍ଯ୍ୟଟକ ଆସିବେ ଓ ଜ଼ିଲା ରସାମାଜିକ ଓ ଅର୍ଥନୈତିକ ଉନତି ହୋଇପାରିବ ବୋଲି କନ୍ଧମାଳ ଗସ୍ତ ରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା […]

ଖବର ପ୍ରକାଶ ପରେ ଚେତିଲା ପୌର ସଂସ୍ଥା

ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସଫେଇ ନହେବା ନେଇ ଖବର ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ଫୁଲବାଣୀ ପୌର ସଂସ୍ଥା ଚେତିଲା l କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ସଫେଇ କାମ ତୁରନ୍ତ ଆରମ୍ଭ କରିଛି ଫୁଲବାଣୀ ମୁନିସିପାଲିଟି lଶନିବାର ପୌର କର୍ମଚାରୀ ମାନେ ସହର ର ବିଭିନ୍ନ ସ୍ଥାନ ରେ ସଫେଇ କାର୍ଯ୍ୟ କୁ ଜୋରଦାର […]

ପୁରାଣ ଜୀରା ବ୍ରିଜ ର କଲଭଟ ଭାସିଗଲା

ବରଗଡ଼:- ବରଗଡ଼ ସହର ମଧ୍ୟ ରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ (କଲଭଟ) ଗତ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ପୈ।ର ପରିଷଦ ଏକ ଓ୍ବ।ର୍ଡ ର ଲୋକ ଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା ବୁଲିକି ଆସିବାକୁ ପଡୁଛି। ଏଠାରେ ସୂଚନାଯୋଗ୍ୟ ଯେ ପୁରୁଣା ବ୍ରିଜ କୁ ଭାଙ୍ଗି ଗତ ତିନି ବର୍ଷ ହେବ ସେହି […]

ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ପାଇଁ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ

ବାଲିଗୁଡା,୨୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା , କନ୍ଧମାଳ ଶାଖା ପକ୍ଷରୁ ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ନେଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ଆଇନ -୧୯୯୨ ଅନୁସାରେ ୧୯୯୩ ମସିହାରେ ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରାଗଲା । ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ […]

ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ

ବାଲିଗୁଡ(ଉଲାପ୍ର୍): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି ।ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି କୃଷି ରଥ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ନେଇ ଚାଷୀଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଏହି ରଥ ଦାରିଙ୍ଗବାଡ଼ି ବ୍ଲକରେ ଥିବା ୨୫ […]

କୃଷକ ବଜାର ଦୋକାନ ବଣ୍ଟନ ପ୍ରସଙ୍ଗ ଚାଷୀ ଟଙ୍କାରେ ନିର୍ମିତ ଦୋକାନ ଚାଷୀଙ୍କୁ ମିଳୁ: ଆମ୍ ଆଦମୀ ପାର୍ଟି

ବରଗଡ଼: ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୃଷକ ବଜାର ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଚାଷୀଙ୍କ ଟଙ୍କାରେ ତିଆରି ହୋଇଥିବା ଏହି ନୂତନ ଦୋକାନ ଗୃହକୁ ଧନୀ ଶ୍ରେଣୀ ଲୋକଙ୍କୁ ନିର୍ଦ୍ଧାରିତ ଦର ଠାରୁ ଅଧିକରେ ଦେବାକୁ ଯୋଜନା କରାଯାଉଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରି ଜିଲ୍ଳାପାଳ ମୋନୀଷା ବାନାର୍ଜୀ ଙ୍କୁ ଏକ ସ୍ମାରକ ପତ୍ର […]

ଅତାବିରା ବ୍ଲକର ୫ ହାଇସ୍କୁଲ କୁ ୫ଟି ଯୋଜନା ରେ ସାମିଲ

ବରଗଡ଼:- ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣ୍ଡା,ରୁଷୁଡା,ପତରାପାଲି, ଲରମ୍ଭା,କାଦୋବାହାଲ ହାଇସ୍କୁଲ କୁ ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ୫ଟି ସ୍ମାର୍ଟ୍ କ୍ଲାସ ରୁମ ଯୋଜନା ରେ ଅନ୍ତର୍ଭୁକ୍ତ କରିଛନ୍ତି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ପ୍ରୟାସ ରେ ଏହି ସ୍କୁଲ ଗୁଡ଼ିକ କୁ ସାମିଲ କରାଯାଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏହି ଅବସରରେ ଆଜି ରେମୁଣ୍ଡା ଏବଂ ରୁଷୁଡା ହାଇସ୍କୁଲ ରେ ସାଧାରଣ ନାଗରିକ ଙ୍କ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ ବିଧାୟିକା […]

ବରଗଡ଼ ରେ ବରିଷ୍ଠ ନାଗରିକ ସଂଘ ର ବୈଠକ ଅନୁଷ୍ଠିତ

ବରଗଡ଼( ଉଲାପ୍ର)ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ସାଧାରଣ ପରିଷଦ ବୈଠକ ନିଜସ୍ଵ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ଅମରେନ୍ଦ୍ର ନାରାୟଣ ଯାଦବ ଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକରେ କରୋନାର ତୃତୀୟ ଲହର ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୈ।ନ୍ତିଆ କୁମାର ସାହୁ, ସୁରେନ୍ଦ୍ର ମୋହନ ଚାନ୍ଦ,ରକ୍ଷିକାରୀ ବିଶି, କେଦାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଜିଲ୍ଲା ର ପ୍ରତି ବ୍ଲକରେ ବରିଷ୍ଠ ନାଗରିକ […]

ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ ୪୯୮ ଏବଂ ଭାଗ୍ୟଲକ୍ଷ୍ମୀଙ୍କ ନାମରେ ଧାରା ୩୦୨ ଓ ୩୦୬ ପ୍ରକାରେ ଗିରଫ କରି […]

କନ୍ଧମାଳ ଜିଲ୍ଲାର ତିନି ବିଧାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଲୋଚନା

:କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କଭୁବନେଶ୍ବରସ୍ଥିତ ବାସଭବନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାର ସାଂଗଠନିକ ସ୍ଥିତିର ସମୀକ୍ଷା କରିଥିଲେ। କନ୍ଧମାଳ ଜିଲ୍ଲାର ୱାର୍ଡ଼ ଏବଂ ପଞ୍ଚାୟତରେ ବିଜୁ ଜନତା ଦଳର ସଂଗଠନକୁ ଅଧିକ […]