ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇଥିଲା। ପୂର୍ବାହ୍ନ ୮ ଟାରୁ ୯ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, […]