ଗୋବିନ୍ଦପୁର ଷ୍ଟେଟବ୍ୟାଙ୍କ ରେ ଟଙ୍କା ଗାଏବ, ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗରେ ଗ୍ରାହକଙ୍କ ଧାରଣା
ଢେଙ୍କାନାଳ (ଉଲାପ୍ର) ବ୍ୟାଙ୍କରୁ ଗ୍ରାହକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଗାଏବ । ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗୋବିନ୍ଦପୁର ଶାଖାରେ । କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କର ବ୍ୟାଙ୍କରେ ରଖିଥିବା ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।ଏପରିକି ଗ୍ରାହକମାନଙ୍କ ସରଳତାର ସୁଯୋଗ ନେଇ ଖୋଦ ଏହି ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ଦସ୍ତଖତ ଜାଲ […]