ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦାବୀ : ଆମ୍ ଆଦମୀ ପାର୍ଟି

ବରଗଡ଼: ୨୫/୮(ସତ୍ୟ ନାରାୟଣ ପ୍ରଧାନ)ପୌର ପରିଷଦ ଅଂଚଳରେ ଦିନ କୁ ଦିନ ବୁଲା କୁକୁର ଓ ଗାଈ ଗୋରୁ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଯଦ୍ୱାରା ଟ୍ରାଫିକ ସମସ୍ୟା, ଦୁର୍ଘଟଣା, କୁକୁର କାମୁଡ଼ା ନିତିଦିନିଆ ଘଟଣା ପାଲଟିଛି । ସଂଖ୍ୟା ନିୟନ୍ତ୍ରଣ ପାଇଁ କୁକୁର ବନ୍ଧ୍ୟାକରଣ ଯୋଜନା କୁ ଠିକରେ କାର୍ଯ୍ୟକାରୀ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଆପ୍ ତରଫରୁ ଏକ ଦାବୀପତ୍ର […]

:ଆଜି ଠାରୁ ବୁଦ୍ଧିବାମନ ଓଷା ଆରମ୍ଭ

ଢେଙ୍କାନାଳ( ଉଲାପ୍ର)ଭାଦ୍ରବ ମାସର ଆଜିଠାରୁ ଆରମ୍ଭ ହୋଇଛି ବୁଦ୍ଧିବାମନ ଓଷା । ଏହି ମାସରେ 4 ଟି ବୁଧୁବାରରେ ଏହି ଓଷା ପାଳନ କରାଯିବ । ମହିଳା ମାନେ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଶିଳ ସିଳୁପୁଆ କୁ ସ୍ନାନ କରାଯାଇ ,ହଳଦୀ କଉଡ଼ି ଗୁଆ ରେ ଠାକୁରଙ୍କୁ ସ୍ଥାପନ କରାଯାଇଥାଏ । ବିଭିନ୍ନ ପ୍ରକାରର ଫୁଲରେ ଠାକୁରଙ୍କୁ ପୂଜାକରାଯାଇ ଥାଏ । ବିଭିନ୍ନ ଫଳ ଓ ପୀଠମିଠା ଦେଇ ଠାକୁରଙ୍କୁ ଭକ୍ତିର ସହ […]

ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୨୧ତମ ଜନ୍ମ ଜୟନ୍ତୀ”

ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୨୧ତମ ଜନ୍ମ ଜୟନ୍ତୀ ସମାରୋହ ଆଜି ଜମ୍ବେଶ୍ବର ମନ୍ଦିର ନିକଟସ୍ଥ ରାଧାଦାମୋଦରପୁର ଠାରେ ଥିବା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ସମାଧି ସ୍ଥଳରେ ପାଳିତ ହୋଇଯାଇଛି,କୋଭିଡ୍ ନିୟମ କୁ ସମ୍ମାନ ଦେଇ ସାମାଜିକ ଦୂରତା କୁ ମାନି ସ୍ମୃତି ସଂସଦ ର ଅଧ୍ୟକ୍ଷ ଶ୍ରୀ ସୁରେଶ ମିଶ୍ର ଅଧ୍ୟକ୍ଷତାରେ ଆଠଗଡ ପ୍ରଜାମଣ୍ଡଳର ଆନ୍ଦୋଳନର ସଂଗ୍ରାମୀ ମହାପୁରୁଷ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦିପ ପ୍ରଜ୍ଜଳନ କରିଥିଲେ। […]

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ବରଗଡ଼ ୨୨/୯(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଜିଲ୍ଲା ର ସଦର ମହକୁମା ଠାରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଗୋଶାଳା ଛକଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନ ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି […]

ଜାଗୃତି ମହିଳା ଶାଖା ର ସଭ୍ୟା ମାନେ ଟାଉନ ଥାନା ରେ ରକ୍ଷା ବନ୍ଧନ ଉତ୍ସବ ପାଳନ କଲେ

ବରଗଡ୨୩/୮(ସତ୍ୟ ନାରାୟଣ ପ୍ରଧାନ)ଜାଗୃତି ମହିଳା ଶାଖା ର ସଭ୍ୟା ମାନେ ବରଗଡ଼ ଟାଉନ ଥାନା ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବା ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ। କୋଭିଡ଼ କଟକଣା ସାମନ୍ୟ କୋହଳ ହେବା ପରେ ଏହି ଉତ୍ସବ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇଥିଲା । ବରଗଡ଼ ମାରୱାଡି ଯୁବାମଞ୍ଚର ଜାଗୃତି (ମହିଳା)ଶାଖା ପକ୍ଷରୁ କରୋନା ଯୋଦ୍ଧା ପୋଲିସ ଅଧିକାରୀ (ଭାଇ)ମାନଙ୍କୁ ସଦସ୍ୟା ମାନେ ରାକ୍ଷୀ ବାନ୍ଧି ଏହି ଉତ୍ସବ ପାଳନ କରିଥିଲେ। ଏହି […]

ପୂର୍ବତନ ବିଧାୟକ ସୁବଳ ସାହୁ ଙ୍କ ଶ୍ରାଦ୍ଧୋତ୍ସବ

ବରଗଡ଼(ଉଲାପ୍ର)ପୂର୍ବତନ ବିଧାୟକ ସୁବଳ ସାହୁ ଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଦିବଂଗତ ବିଧାୟକ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏଥିରେ ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ମିଷ୍ଟାନ୍ନ ଏବଂ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ। ଏଥିରେ ବିଜେପୁର ବିଧାୟିକା ରୀତା ସାହୁ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।ଏହି ଅବସରରେ କୃଷକ ପଲ୍ଲୀ ଠାରେ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୪ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଦ୍ଵିତୀୟା ଦିବା ଘ୦୪/୦୫ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର- ପୂର୍ବଭ।ଦ୍ର ରାତ୍ରି ଘ୦୮/୨୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭ।ଦ୍ରଚନ୍ଦ୍ର- କୁମ୍ଭ ଦିବା ଘ୦୨/୧୭ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ସୁକର୍ମାକରଣ – ଗରସୌରମାସ-ସିଂହ ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୨୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୩୮*✧═════•❁❀*ଯୋଗିନୀ ଉତ୍ତରେ ଦିବା ଘ୦୪/୦୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୮ ଗତେ ଘ୦୮/୪୩ ମଧ୍ୟେବାରବେଳ।- […]

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାକୁ ୧୩ ବର୍ଷ: ଫାଇଲରେ ବନ୍ଧା ହୋଇ ରହିଛି ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାର ୧୩ ବର୍ଷ ପୂରିଛି । ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ତୁମୁଡିବନ୍ଧ ବ୍ଲକ ଜଳେଶପଟା ଆଶ୍ରମରେ ସ୍ୱାମୀଜୀଙ୍କ ସମେତ ଅନ୍ୟ ୫ଜଣ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା । ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ ରାତି ପ୍ରାୟ ୮ଟାରେ ଦୁର୍ବୃତ୍ତମାନେ ଆଶ୍ରମ ମଧ୍ୟକୁ ପଶି ଆଖିବୁଜା ଗୁଳି ଚଳାଇବାରେ ସ୍ୱାମୀଜୀଙ୍କ ସମେତ ଜଣେ ମାତାଜୀ ଓ ଅନ୍ୟ ୩ ଜଣ ଭକ୍ତଙ୍କ ସମେତ ୫ଜଣଙ୍କ […]

ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନର ଆନ୍ତରୀକ ପ୍ରୟାସ ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ, ଲୋକେ ଖୁସ

ଫୁଲବାଣୀ-୨୩/୮(ସୁନୀଲପଟନାୟକ)ସ୍ଵାଧୀନତାର ୭୪ ବର୍ଷ ପରେ ମଧ୍ୟ ଗାଁ କୁ ଖଣ୍ଡିଏ ରାସ୍ତା ନଥିଲା। ଯିବାଆସିବା ଲାଗି ଲୋକେ ନାହିଁ ନ ଥିବା ହଇରାଣ ହେଉଥିଲେ । ଏଭଳି ଅସୁବିଧା ଭୋଗୁଥିଲେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡି ଗଡ଼ ପଞ୍ଚାୟତର ଦେଓ ପଟ୍ଟା ଓ ବୁଡ଼ା କୁନ୍ଦେଲ ଗ୍ରାମବାସୀ,ପାହାଡ଼ ପର୍ବତ ଡେଇଂ ମୁଣ୍ଡି ଗଡ ପଞ୍ଚାୟତ କୁ ଆସୁଥିଲେ । ଗାଁକୁ ଗାଡି ମଟର ଯା ଆ ସ କରିପାରୁ ନ ଥିବାରୁ ଲୋକେ କାନ୍ଧରେ ବୋହି […]

ବିଭିନ୍ନ ସମସ୍ୟା ନେଇ ଅବସରପ୍ରାପ୍ତ ସରକାରି କର୍ମଚାରୀ ସଂଘ ବୈଠକ

ଫୁଲବାଣୀ-୨୩/୮ (ସୁନୀଲ ପଟନାୟକ)ସୋମବାର ସ୍ଥାନୀୟ ନାରାୟଣୀ ଯାତ୍ରା ସମ୍ମିଳନୀ କକ୍ଷ ଠାରେ ଅବସର ପ୍ରାପ୍ତ ସରକାରି କର୍ମଚାରୀ ସଂଘ କନ୍ଧମାଳ ଶାଖାର କାର୍ଯ୍ୟକାରି ବୈଠକ ସଭାପତି ସର୍ବେଶ୍ଵର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. । ଏହି ବୈଠକରେ ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମାସିକ ସ୍ଵାସ୍ଥ୍ୟଭତ୍ତା, ବକେୟା ଥିବା ୧୧୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ,ଜିଲାକୁ ରେଳ ସଂଯୋଗ, ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଖାଲିପଡିଥିବା ଡାକ୍ତର ପଦବୀ ପୁରଣ ସହ ଏକ ହୃଦରୋଗ ବିଶେଷଜ୍ଞ ଓ […]