ଭାରତୀୟ ମଜଦୂର ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

କରୋନାର ପ୍ରଥମ ଲହର ଦେଶର ଶ୍ରମିକ ସମାଜ ସମେତ ସାଧାରଣ ଜନତାଙ୍କ ମେରୁଦଣ୍ଡକୁ ହଲେଇ ଦେଇଥିବା ବେଳେ କଳାର ଦ୍ବିତୀୟ ଲହର ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ଅପ୍ରତ୍ୟାଶିତ ମୂଲ୍ୟ ବୃଦ୍ଧି ବୋଝ ଉପରେ ଲଳିତା ଭଳି ସମସ୍ତଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଆମ ସଂଗଠନ ଏପରି ଅନୁଭବ କରୁଛୁ ଯେପରି ବର୍ତ୍ତମାନ ଦେଶ ଓ ରାଜ୍ୟରେ କୌଣସି ସରକାର ନାହିଁ । ଯଦି ଅଛି ତେବେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ଓ […]

ଷଡଙ୍ଗୀ ସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପରିଚାଳନା ପରିଷଦ ବୈଠକ ଓ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ସେପ୍ଟେମ୍ବର ମାସ ନଅ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ପରିଚାଳନା ପରିଷଦ ବୈଠକ ରେ ସଭାପତି ସୁଷମା ସାମଲ ସଭାପତିତ୍ବ କରିଥିଲାବେଳେ ପୋଷାକ ବିତରଣ ଉତ୍ସବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ସମସ୍ତ […]

ପ୍ରେସ କ୍ଲବ ର ସାଧାରଣ ପରିଷଦବୈଠକ

ଫୁଲ ବାଣୀ-୯/୯(ସୁନୀଲପଟନାୟକ)ବୁଧବାର ସଂଧ୍ୟାରେ ଜିଲା ପ୍ରେସ୍ କ୍ଲବ ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ପ୍ରେସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଥିଲା।ବରୀଷ୍ଟ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂପାଦକ ପ୍ରଶାନ୍ତ ବେହେରା ନବନିର୍ବାଚିତ କର୍ମକର୍ତାମାନଙ୍କୁ ସ୍ଵାଗତ କରିବା ସହ ଗତ ବୈଠକର ବିବରଣୀ ପାଠ କରିଥିଲେ ।ନୂତନ କର୍ମକର୍ତ୍ତାମାନଙ୍କ ଦାୟୀତ୍ଵ ଗ୍ରହଣ କରିବାର ସପ୍ତାହ ଟେ ନପୁରୁଣୁ ଅସଜଡା ଅବସ୍ଥାରେ ଥିବା ପ୍ରେସ କ୍ଳବର ଉନ୍ନତିକରଣ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୯ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-ଶୁକ୍ଳପକ୍ଷତିଥି-ତୃତୀୟା ରାତ୍ରି ଘ୧୨/୪୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର- ହସ୍ତା ଦିବା ଘ୦୩/୨୮ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାଚନ୍ଦ୍ର- କନ୍ୟା ରାତ୍ରି ଘ୦୨/୪୧ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗ-ଶୁକ୍ଳକରଣ – ତୈତିଳସୌରମାସ-ସିଂହ ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୦୮*✧═════•❁❀*ଯୋଗିନୀ ଅଗ୍ନିକୋଣେ ର।ତ୍ରି ଘ୧୨/୪୧ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*ବୃଷ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୨/୪୪ ଗତେ […]

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତାରେ ବସ ଦବି ଯିବାରୁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ଠପ : ତୁରନ୍ତ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ସରାମୁଳି ଗ୍ରାମ ପଞ୍ଚାୟତ ମହକୁମାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ସରିଛି। ହେଲେ ଚଳିତ ବର୍ଷ ବର୍ଷାରେ ଏହି ମୁଖ୍ୟରାସ୍ତାରେ ଥିବା ପୁରୁଣା ଛୋଟ ପୋଲଟିଏ ଧୋଇ ହୋଇ ଯାଇଛି। ପଞ୍ଚାୟତ ବାସୀଙ୍କ ଗମନା ଗମନର ସୁବିଧା କରିବାକୁ ଯାଇ ହୋମ ପାଇପ ପକାଇ ମାଟିର ଅସ୍ଥାୟୀ ରାସ୍ତା କରାଯାଇଛି। ଲଘୁଚାପ […]

କନ୍ଧମାଳ ଜିଲ୍ଲା ସ୍ତରୀୟ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ସଂକ୍ରମଣ ଏବଂ ଏଥିପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଫୁଲବାଣୀ ସହରରେ କୌଣସି ପ୍ରକାର ସାଂସ୍କୃତିକ ପ୍ରତିଯୋଗିତା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରି ନାହିଁ । ଦୀର୍ଘଦିନ ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏ.କେ.ପ୍ରଡ଼କସନ୍ ପକ୍ଷରୁ ଜିଲା ସ୍ତରୀୟ କନ୍ଧମାଳ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିିଭିନ୍ନ ଅଞ୍ଚଳ ର କଳାକାର ମାନେ ଯୋଗଦେଇ ସେମାନଙ୍କର କଳା […]

ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରେ ଅଭିଯୋଗ କଲେ ସୁଦ୍ଧା ମିଳୁନାହିଁ ନ୍ୟାୟ । ମିଳୁଛି ଖାଲି ତାରିଖ ଉପରେ ତାରିଖ । ଏପରିକି ଶ୍ରମିକଙ୍କୁ ନ୍ୟାୟ ଦେବା ବଦଳରେ ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କୁ ଖର୍ଚ୍ଚାନ୍ତ କରାଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ […]

ରୁଙ୍ଗଟା ମାଇନିସ ର ମନମାନି କୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ , ଗାଲପଡ଼ା ଓ ତର୍କବେଡା ର ଗ୍ରାମବାସୀମାନେ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କମ୍ପାନୀ ନାମରେ ବଡ ଅଭିଯୋଗ କରିଛନ୍ତି । ସେମାନଙ୍କର ଅଭିଯୋଗ ଅନୁଯାଇ ଗତ 2006 ଠାରୁ ଏହି କମ୍ପାନୀ ସେଠାକାର ପ୍ରଜାମାନଙ୍କ ଠାରୁ ଶାଗ ମାଛ ଦରରେ ଜମି କିଣି ନେଇଯାଇଥିବା ବେଳେ କମ୍ପାନୀ କତ୍ତୃପକ୍ଷ ନିଜର ଦାଇତ୍ୱ ବିଷୟରେ ସମ୍ପୂର୍ଣ ଭୁଲିଯାଇଥିଲେ ।ଜମିହରା ପ୍ରଜାମାନଙ୍କୁ କମ୍ପାନୀରେ ଚକେରି ଦେବା, ନିଯୁକ୍ତିରୁ ବଂଚିତ ଜମିହରା ପ୍ରଜାମାନଙ୍କୁ ପରିବାର […]

ଯୋରନ୍ଦା ମହିମାଗାଦିରେ ନୂଆଖାଇ ପାଳିତ,ଜିଲ୍ଲାରୁ ବହୁ ଭକ୍ତ ଓ ସାଧୁସନ୍ଥଙ୍କ ଯୋଗଦାନ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ନୂଆ ଧାନରୁ ତିଆରି ହୋଇଥିବା ଚୁଡାରୁ ପ୍ରସ୍ତୁତ ଭୋଗ ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଥିଲା। ଏହା ପରେ ଏହି ନୂଆ ଚୁଡାରେ ପ୍ରସ୍ତୁତ ଭୋଗ ସାଧୂସନ୍ଥ ଓ ଉକ୍ତ ମାନେ ସେବନ କରିଥିଲେ। ମହିମା ଧର୍ମ ଏକ କୃଷି ପ୍ରଧାନ ଧର୍ମ। ତେଣୁ ଚଳିତ ବର୍ଷର ଫସଲର ପ୍ରଥମ ଶସ୍ୟ କୁ ମହିମା ଗୋସାଇଁଙ୍କ ନିକଟରେ ଅର୍ପଣ କରାଯାଇଥାଏ। ମହିମା ଧର୍ମର […]

ରାଜ୍ୟସ୍ତରୀୟ ମହୋତ୍ସବ

ଶ୍ରୀ ବଲ୍ଲଭ ତରାଇ ସମାଜସେବୀ ସ୍ମୃତି ସମ୍ମାନ-୨୦୨୧ ନିମନ୍ତେ ଚୟନ ପ୍ରାର୍ଥୀ , ରାଜ୍ୟ ସ୍ତରୀୟ ମହୋତ୍ସବ , ବଲ୍ଲଭ ପୁସ୍ତକ ଲୋକାର୍ପଣ ,କବିତା ପାଠ, ବଲ୍ଲଭ ତରାଇ ଭଜନ ସମାରୋହ ,ନିଶିଗନ୍ଧା ଜନ କଲ୍ୟାଣ ପାଣ୍ଠିର ଶୁଭ ଲୋକାର୍ପଣ, ଐତିହ ସ୍ଥାନ ପଞ୍ଚମହାଦେବଙ୍କ ପୀଠ ପରିଭ୍ରମଣ , କଂକଣ ଶିଖରୀ ସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ , ସାହିତ୍ୟ ସାରସ୍ୱତ ସମାରୋହ ତଥା ବନ୍ଧୁ ମିଳନ ହେବାକୁ ଯାଉଛି ଆସନ୍ତା ତା ୧୮- ୯- ୨୧ […]