ଜାଗା ମିଶନ ଅଧୀନରେ ଲୋକଙ୍କୁ ଘର ଓ ବାସସ୍ଥାନ ଯୋଗାଇଦେବାପାଇଁ ଶୁଭ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ(ଉଲାପ୍ର)ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଢେଙ୍କାନାଳ ସହରର କୋରିହଁ। ଜୁଆଙ୍ଗ ସାହିର ଜରିଗୋଟାଳି,ଭୂମିହୀନ 48 ଲୋକଙ୍କୁ ଜାଗାମିଶନ ଜରିଆରେ ବାସସ୍ଥାନ, ପାଇଖାନା, ବିଜୁଳି ଆଲୋକ, ପ୍ରମୋଦ ଉଦ୍ୟାନ ଆଦି ଯୋଗାଇଦେବା ପାଇଁ ଆଜି ଢେଙ୍କାନାଳର ମାନ୍ୟବର ଜିଲ୍ଲାପାଳ ସରୋଜ କୁମାର ସେଠୀ ଭୂମି ପୂଜନ କରିଛନ୍ତି । ସହରର ଭୂମିହୀନ ମାନଙ୍କୁ ସ୍ଥାୟୀତ୍ୱ ବାସସ୍ଥାନ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ଯୋଜନା ରହିଛି ,ସେଇ ଯୋଜନା ଆଧାରରେ ଢେଙ୍କାନାଳର କୋରିହଁ। କାଠଗଡ଼ା ଜୁଆଙ୍ଗ ସାହି, ବନମାଳୀ […]

ଜିଲ୍ଲାପାଳ ଏବଂ ସାଂସଦଙ୍କ ଦ୍ଵାରା ମମତା ସମର୍ଦ୍ଧିତ

ବରଗଡ଼ ୧୦/୯(ସତ୍ୟ ନାରାୟଣ ପ୍ରଧାନ) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ଦୈ।ଡକୁଦ ପ୍ରତିଯୋଗିତା ରେ ବରଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରିଥିବା ମହିଳା ଆଥଲେଟ୍ ମମତା ପ୍ରଧାନ କୃତୀତ୍ବ ହାସଲ କରିଥିବାରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏବଂ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ତାଙ୍କୁ ଉପଢ଼ୌକନ ଦେଇ ସମର୍ଦ୍ଧିତ କରିଥିଲେ। ସୁଶ୍ରୀ ପ୍ରଧାନ ୮୦୦ ମିଟର ଏବଂ ୧୫୦୦ ମିଟର ଦୈ।ଡରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ। […]

ବରଗଡ଼ ରେ କର୍ମଶାଳା ଅନୁଷ୍ଠିତ

ବରଗଡ଼, ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅତାବିରା ନଗର ଶାଖା ତରଫ ରୁ ସ୍ଥାନୀୟ ଲରାସରା ଉଚ୍ଚ ବିଦ୍ୟାଳୟ ରେ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ଲରାସରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନବୋଧ ମାଝୀ,ଖଇର ପାଳି ୟୁଜି ୟୁପି ସ୍କୁଲ ର ଶିକ୍ଷକ ସୁଦାମ ଭୁଏ , ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବରଗଡ଼ ଜିଲ୍ଲା ର କାର୍ଯ୍ୟବାହାକ ତରାଚାନ୍ଦ କଣ୍ଟା ଓ ନଗର ଉପସଭାପତି ବିଜୟ କୁମାର ପ୍ରଧାନ […]

ହଜ଼ାରେ ଶବ ଦାହ କଲେଣି ଗୟାଧର

ଫୁଲବାଣୀ (ସୁନୀଲ ପଟନାୟକ )ଆମ ସମାଜ ରେ ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ଜୀବନ ଶୈଳୀ ଓ କାମ ଅତ୍ୟନ୍ତ ନିଆରା ସେମାନ ଙ୍କ ମଧ୍ୟ ରୁ ଗଦାଧର ଅନ୍ୟତମ lଗୋଟିଏ କି ଦୁଇଟି ନୁହେଁ ପ୍ରାୟ ଏକ ହଜ଼ାରେ ରୁ ଉର୍ଦ୍ଧ ଲୋକଙ୍କ ଶବ ଦାହ କଲେଣି ଗୟାଧର lଫୁଲବାଣୀ ପୌର ପରିଷଦ ର ୧ ୨ ନମ୍ବର ୱାର୍ଡ ପିଅନ ପଡା ଅମ୍ବିକା ଭବନ ସାହି ରେ ରୁହନ୍ତି ଗଦାଧର lବଂଚିଥିବା […]

ଗୁରୁ ଭୁବନାନନ୍ଦ ପଟ୍ଟନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡ ର ପୂଜ୍ୟ ଗୁରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ,ଆଠଗଡ ସାହିତ୍ୟ ସମାଜର ପ୍ରାଣ ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ଭୁବନାନନ୍ଦ ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରୀରାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ନାରାୟଣ ପଣ୍ଡା,ପୂର୍ବତନ ଶିକ୍ଷାବିତ ଦାମୋଦର ମହାପାତ୍ର,ପୂର୍ବତନ ଶିକ୍ଷକ ପାରେଶ୍ୱର ଜେନା,ଆଇନଜୀବି ଅଦେଇତ ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-ଶୁକ୍ଳପକ୍ଷତିଥି-ଚତୁର୍ଥୀ ରାତ୍ରି ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ଚିତ୍ରା ଦିବା ଘ୦୧/୫୫ ପର୍ଯ୍ୟନ୍ତ ତଦନ୍ତେ ସ୍ୱତିଚନ୍ଦ୍ର- ତୁଳାଯୋଗ-ବ୍ରହ୍ମକରଣ – ବାଣିଜ୍ୟସୌରମାସ-ସିଂହ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୦୮*✧═════•❁❀*ଯୋଗିନୀ ନୈରୁତେ ର।ତ୍ରି ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ବୃଷ ରାଶିର ଘାତଚନ୍ଦ୍ରବିଛା ,ଧନୁ ଓ ମୀନ ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୪୦ ଗତେ ଘ୧୧/୪୫ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। […]

ପ୍ରମୋଦଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ବୈଠକ

ଅତାବିରା ୯/୯ : (ସତ୍ୟ ନାରାୟଣ ପ୍ରଧାନ)ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବାପରେ ପ୍ରଥମ କରି ନିଜର ଜନ୍ମମାଟି ଅତାବିରାକୁ ଆସୁଛନ୍ତି । ତାଙ୍କୁ ସ୍ବାଗତ ଜଣାଇବାପାଇଁ ଅତାବିରା ଅଗ୍ରସେନ ଭବନଠାରେ ପ୍ଲେୟାର୍ସ କ୍ଲବର ସଭାପତି ରବିନାରାୟଣ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ତାରିଖରେ ସେ ଅତାବିରା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ କେଉଁ ପ୍ରକାରରେ ସ୍ବାଗତ କରାଯିବ ତାହା ବୈଠକରେ ବିସ୍ତୁତ […]

ବରଗଡ ର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓ ଙ୍କୁ ସାକ୍ଷାତ କଲା ଚେତନା ପ୍ରତିନିଧି ଦଳ

ବରଗଡ : ବରଗଡ ର ତମ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓ ଙ୍କୁ ସାକ୍ଷାତ କଲା ବରଗଡ ରଅଗ୍ରଣୀ ସାମାଜିକ ସଂସ୍ଥା ଚେତନା ର ପ୍ରତିନିଧି ଦଳ । ଚେତନା ର ସଭାପତି ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅରୁଣ କୁମାର ପାତ୍ର ଙ୍କୁ ତାଙ୍କ ଅଫିସ ରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିରେ ବରଗଡ […]

ଚକାପାଦ ବ୍ଳକ କୁସୁମେଣ୍ଡି ଠାରେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ୍ କୃଷକ ତାଲିମ

ଫୁଲ ବାଣୀ-( ସୁନୀଲ ପଟନାୟକ) କୃର୍ଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଚକାପାଦ ବ୍ଳକର କୁସୁମେଣ୍ଡିଠାରେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଦ୍ୱାରା ମୂର୍ତ୍ତିକା ସ୍ୱାସ୍ଥ୍ୟ ପରିକ୍ଷା ନିରନ୍ତର କୃଷି ନିମନ୍ତେ ସମନ୍ଵିତ ପୃଷ୍ଟିସାର ଖତସାର, ପରିଚାଳନା ଏବଂ ତତ ସମ୍ବନ୍ଧିୟ ୮ ଟି ବିଷୟବସ୍ତୁ ଉପରେ ୨ ଦିନ ବ୍ୟାପୀ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଉଦୟଗିରି କୃଷି ଜିଲ୍ଲା ଅଧିକାରୀ ଅଜୟ ପରୀଡା,ସୁନୀତା ମିଶ୍ର ଯୋଜନା ଅଧିକାରୀ, ଚକାପାଦ ବ୍ଳକ କୃଷି […]

ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଚାରି ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିରେ ଏକ ଅଟୋ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ଥିବା ବେଳେ ଚାରି ଜଣ ଆହତ ହୋଇ ମେଡିକାଲ ରେ ଚିକିତ୍ସା ହେଉଛନ୍ତି l ଘଟଣା ରୁ ପ୍ରକାଶ ଯେ , କଳିଙ୍ଗା ଆଡୁ ଘୁ ଉଦୟଗିରିକୁ ଓଡି-୧୨-ବି-୦୧୨୪ ନମ୍ବର ବିଶିଷ୍ଟ ଏକ ଅଟୋ ଦ୍ରୁତଗତିରେ ଆସୁଥିବାବେଳେ ଘୁ ଉଦୟଗିରିରୁ ପଦାସାହି ଯାଉଥିବା ଏକ ବାଇକ ମଧ୍ୟରେ […]