୪ଫୁଟ ର ନାଗସାପକୁ ଲୋକଙ୍କ ଠାରୁ ଉଦ୍ଧାର କଲେ ସାପ ଧରାଳି ସୁଶାନ୍ତ ପାତ୍ର

ଆଠଗଡ(ଉଲାପ୍ର) ହଜି ଯାଇନି ମାନବିକତା, ହଜି ଯାଇନି ମଣିଷ ପଣିଆ। ନିଜର ମାନବିକତା ଦେଖାଇଛନ୍ତି ଜଣେ ପେଷାରେ ସାପ ଧରାଳି ତାହା ପୁଣି କେଉଁ ମଣିଷ କୁ ନୁହେଁ ତାହା ଗୋଟିଏ ହିଂସ୍ର ପ୍ରାଣୀ ନାଗ ସାପ କୁ । ହଁ ଆଜ୍ଞା ଏ ହେଉଛନ୍ତି ଆଠଗଡ଼ ଅଞ୍ଚଳରେ ସାପ ଧରୁଥିବା ସୁଶାନ୍ତ ପାତ୍ର ଙ୍କ କଥା। ଆଜି ଅଫିସ ସମୟରେ ଆଠଗଡ଼ ମହୋତ୍ସବ ପଡ଼ିଆ ସନ୍ନିକଟ ମୁଖ୍ୟ ଡାକଘର ରାସ୍ତାରେ କିଛି ଯୁବକ ଗୋଟିଏ ନାଗ […]

ବଡମ୍ବାରେ ସହଯୋଗ”ତାଲିମ୍ ଶିବିର ଉଦଯାପିତ

:ସରକାରୀ ଗୋପମଥୁରା ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟାମାନଙ୍କ ୨ ଦିବସୀୟ ତାଲିମ ଶିବିର ଆଜି ସମାପ୍ତ ହୋଇଛି । ପରିଚାଳନା ସମିତିର ଆବାହକ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ୨୮.୦୯.୨୦୨୧ରୁ ଆରମ୍ଭ ହୋଇଥିବା “ସହଯୋଗ”ତାଲିମ ଶିବିର ୨୯.୦୯.୨୦୨୧ରେ ସମାପନ ହୋଇଥିଲା । ପରିଚାଳନା ସମିତିର ସମସ୍ତ ସଦସ୍ୟ ମାନେ ୨ ଦିନର କାର୍ଯ୍ୟସୂଚୀ ଅନୁଯାୟୀ ସଠିକ ସମୟରେ ଆସି ଅଂଶଗ୍ରହଣ କରିବା ସହିତ ପରିଚାଳନା ସମିତିର କାର୍ଯ୍ୟ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୩୦ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – କୃଷ୍ଣପକ୍ଷତିଥି- ନବମୀ ରାତ୍ରି ଘ ୦୯/୫୫ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୨/୦୬ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟାଚନ୍ଦ୍ର- ମିଥୁନ ରାତ୍ରି ଘ ୦୭/୩୬ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ପରିଘକରଣ – ଗରସ ମାସ- କନ୍ୟା ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୦୨*✧═════•❁❀*ଯୋଗିନୀ ପୂର୍ବେ ରାତ୍ରି ଘ ୦୯/୫୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*କନ୍ୟା ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତାବାରନବମୀ ର […]

ଗାଇସିଲେଟ ର ସରଗମଲ୍ଲି ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଟ୍ରଫି ହାସଲ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟ ମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ […]

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ପରେ ଆସିଲା ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଦୁର୍ନୀତି,ବଡମ୍ବା ଜୁଡୁମୁ ସୋସାଇଟି ରେ ସମବାୟ କର୍ମଚାରୀ ଖାଇଗଲେ ୬ କୋଟି ଟଙ୍କା,ଚାଷୀ ଋଣ ନକରି ମଧ୍ୟ ରୁଣୀ,ଚାଷୀ ଦେଲେ ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା

କଟକ ପରେ ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କରେ ଆସିଲା ସମବାୟ ଦୁର୍ନୀତି, ବଡମ୍ବା ଜୁଡୁମୁ ସୋସାଇଟି ରେ ଚାଷୀଙ୍କ ନାମରେ ଖାଇଗଲେ ୬ କୋଟି ଟଙ୍କା,ଚାଷୀ ଦେଲେ ଉପଜିଲ୍ଲାପାଳ ଙ୍କ ଅଫିସ ଅଫିସ ଆଗରେ ଧାରଣା

ଆଠଗଡ(ଉଲାପ୍ର)ରାଜ୍ୟରେ ଚର୍ଚ୍ଚାରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମବାୟ ଦୁର୍ନୀତି ଘଟଣା ଆଠଗଡ ରେ ଚର୍ଚ୍ଚାରେ ଥିବାବେଳେ ଏବେ ପାଖ ପଡୋଶୀ ନିର୍ବାଚନ ମଣ୍ଡଳୀ ବଡମ୍ବା ଜୁଡୁମୁ ରେ ଥିବା ବାଙ୍କି କେନ୍ଦ୍ର ସମବାୟ ସୋସାଇଟି ରେ ଆସିଛି ସମାନ ସମବାୟ ଦୁର୍ନୀତି,ଯାହାକୁ ନେଇ ବଡମ୍ବା ର ଚାଷୀମାନେ ନ୍ୟାୟ ନପାଇବା ପରେ ଶେଷରେ ଆଜି ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି, ଚାଷୀମାନେ ଅଭିଯୋଗ କରିଛନ୍ତି ଏହି ଜୁଡୁମୁ ସୋସାଇଟି ରେ […]

ଢେଙ୍କାନାଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାସ୍ତା ଦୁର୍ଘଟଣାକୁ ହ୍ରାସ କରି ଜିଲ୍ଲାବାସୀଙ୍କ ଧନ ଜୀବନ ହାନି କିଭଳି ସଂପୂର୍ଣ୍ଣ ରୋକା ଯାଇପାରିବ , ସେଥିପ୍ରତି ଜନସଚେତନା ସୃଷ୍ଟି ଉପରେ ବିଶେଷ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ନିୟମିତ ବ୍ୟବଧାନରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା , ବିଭିନ୍ନ […]

ରୋଟାରି କ୍ଲବ ଓ ପ୍ରେସ କ୍ଲବ ପକ୍ଷରୁ ମାଗଣା ଡାଏବେଟିସ ପରୀକ୍ଷା

ଫୁଲବାଣୀ -29/9(ସୁନୀଲ ପଟନାୟକ )ବୁଧବାର ସ୍ଥାନୀୟ ପ୍ରେସ କ୍ଲବ ଠାରେ ରୋ ଟା ରି କ୍ଲବ ଓ ପ୍ରେସ କ୍ଲବ ମିଳିତ ଅନୁକୁଲ୍ୟରେ ମାଗଣା ବ୍ଲଡ଼ ସୁଗାର ପରୀକ୍ଷା କରାଯାଇଥିଲା lଆଜି କାଲି ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ ରହିବା ଫଳରେ ମାନସିକ ଚାପ ବଢିବା, ତା ସାଙ୍ଗକୁ ଖାଦ୍ୟଶୈଳୀ ରେ ପରିବର୍ତନ ଯୋଙ୍ଗୁବ୍ଲଡ଼ ସୁଗାର ବା ରକ୍ତ ସର୍କ ରା ବଢ଼ୁ ଥିବା ରୁ ଲୋକୋମାନଙ୍କୁ ସଚେତନ କରିବା ସହ ମାଗଣା ପରୀକ୍ଷା କରାଯାଇଥିଲା lଏଥିରେ […]