ନବ‌ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର କୋଠା ଉଦଘାଟିତ

ବରଗଡ଼ ୬/୧୦(ସତ୍ୟ ନାରାୟଣ ପ୍ରଧାନ) ବିଜେପୁର ବ୍ଲକ ଅନ୍ତର୍ଗତ ଯୁଖିପାଲିଠାରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର ନବ ନିର୍ମିତ କୋଠା କୁ ଆଜି ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ମିତ ଏହି ଚିକିତ୍ସାଳୟର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବିଧାୟିକା ରୀତା ସାହୁ, ନାରୀ ନେତ୍ରୀ ଶକୁନ୍ତଳା ମହାପାତ୍ର, ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ କୁମାର […]

ବାଲିଗୁଡା ଅଂଚଳ ରୁ ବାଘ ଛାଲ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର ଏସ ଟି ଏଫ ସ୍ପେ ସିଆଲ ଟାସ୍କ ଫୋର୍ସ ଟିମ କନ୍ଧମାଳ ଜ଼ିଲ୍ଲା ବାଲି ଗୁଡା ଅଂଚଳ ରୁ ଏକ ବାଘ ଛାଲ ଜବତ କରିଛି l ଏହି ବାଘ ଛାଲ ଟି କାଲରାପତ୍ରିଆ ବାଘର ବୋଲି ଜଣାପଡିଛି lଏ ସମ୍ପର୍କରେ ଏସଟି ଏଫ ଟିମ ଜଣକୁ ଗିରଫ କରିଛି l ତେବେ ଏହି ବାଘ ଛାଲ ଚୋରା କାରବାର ରେ ଆଉ କିଏ ସମ୍ପୃକ୍ତ ଓ କାହାକୁ ବିକ୍ରୀ କରିବାକୁ […]

ସରକାରୀ ବିହନ କିଣି ପସ୍ତାଉଛନ୍ତି ଚାଷୀ ଗଛ ବଢିଲା ହେଲେ ଆଳୁଫଳୁନି, କନ୍ଧମାଳ ଚାଷୀ ହତାଶ

ଫୁଲବାଣୀ-୬/୧୦ (ସୁନୀଲ ପଟନାୟକ)ଏ ବର୍ଷ ଭଲ ବର୍ଷା ହେଲା ନି । ଯାହା ବିବର୍ଷ । ହେଲା ଠିକ ସମୟରେ ମଧ୍ୟ ହେଲା ନି Iଫଳରେ ବର୍ଷାର ଅନୀୟ ମିତତା ଓ ତା ସ।ଙ୍ଗକୁ ଜଳସେଚନର ଅଭାବଯୋଗୁଁଏ ବର୍ଷ ସରକାର ଧାନଚାଷ ୨୫ ପ୍ରତିଶତ କମାଇ ଦେଇ ଉକ୍ତ ସ୍ଥାନରେ ଆଳୁ ଚାଷ କରିବାଲାଗି ଚାଷୀଙ୍କୁ ପ୍ରୋସାହୀତ କରିଥିଲେ। ଆଉ ଚାଷୀମଧ୍ୟ ଜମି କାହିକି ଅଜଥାରେ ପଡିଆ ପକାଇବେ ସେଥିପାଇଁ କୃଷି ବିଭାଗ ର ପରାମର୍ଶକ୍ରମେ ଆଳୁ […]

ବୁଗୁଡ଼ାରେ ତାଲୁକା ସ୍ତରୀୟ ଆଇନ ସଚେତନତା ଶିବିର

ବୁଗୁଡା ୦୫/୧୦/୨୧ : ଜାତୀୟ ଆଇନ ସେବା ପ୍ରାଧିକରଣ ପରାମର୍ଶ କ୍ରମେ ଅକ୍ଟୋବର ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ଆଇନ ସଚେତନତା କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ତାଲୁକା ସ୍ତରୀୟ ଆଇନ ସଚେତନତା ଶିବିର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଇଣ୍ଡିଆ ର ବୁଗୁଡା ସଭା ଗୃହରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ, ଅଧିବକ୍ତା ସୁଶାନ୍ତ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ତାଲୁକା ସ୍ତରୀୟ ଆଇନ ସଚେତନତା ଶିବିରରେ ଅଧିବକ୍ତା ସାଇ ସନ୍ତୋଷିନୀ ପ୍ରଧାନ ଅଧ୍ୟକ୍ଷତା […]

ଲଖିମ୍ ପୁର ଚାଷୀ ମାନଙ୍କ ଉପରେ ଗାଡି ଚଳେଇବା ଘଟଣା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ,ବିକ୍ଷୋଭ

ବରଗଡ : ୫/୧୦(ସତ୍ୟ ନାରାୟଣ ପ୍ରଧାନ)ଉତ୍ତର ପ୍ରଦେଶର ଲଖିମ୍ ପୁର ଠାରେ ୩ ତାରିଖ ରେ ଆନ୍ଦୋଳନରତ ଚାଷୀ ମାନଙ୍କ ଉପରେ ଗାଡି ଚଳେଇବା ଘଟଣା ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନ ରେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କ ଗସ୍ତକୁ […]

ବରଗଡ଼ ଟାଉନ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ୫/୧୦(ସତ୍ୟ ନାରାୟଣ ପ୍ରଧାନ) ବରଗଡ଼ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ଆଜି ୪ଦଫା ଦାବି ରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୪ ଦଫା ଦାବି ମଧ୍ୟରେ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଜୀରା ନଦୀ ବ୍ରିଜ ର ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବା,‌ହଲଦୀପିଲି ଛକରୁ ବିକାଶ ସ୍ଲୁଲ ଛକ ପର୍ଯ୍ୟନ୍ତ ନିର୍ମାଣଧିନ କାର୍ଯ୍ୟ ର ତଦାରଖ କରି ନିମ୍ନମାନର କାମ କୁ ଠିକ୍ କରିବା,ସହର […]

ଟ୍ର।ଇ ଫେଡ଼ର ଉପାଧ୍ୟକ୍ଷ ହେଲେ ପବୀତ୍ର କହଁର

ଫୁଲ ବାଣୀ-୫/୧୦(ସୁନୀଲପଟନାୟକ)ଟ୍ରାଇ ଫେଡ଼ର ଉପାଧ୍ୟକ୍ଷ ଭାବେ ପବୀତ୍ର କହଁରଙ୍କୁ ନିଯୁକ୍ତି ଦିଆଯାଇଛି।ପବୀତ୍ରଙ୍କ ଗ୍ରାମ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଟେଲା ପାଲି ରେ।ପବୀତ୍ର କହଁର ଏହି ପଦବୀରେ ନିଯୁକ୍ତି ପାଇଥିବାରୁ ଫିରିଙ୍ଗିଆ ବ୍ଳକ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ଆଡୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟୁଛି ।ପବୀତ୍ରଙ୍କ ଏହି ନିଯୁକ୍ତି କନ୍ଧମାଳ ଜିଲ୍ଲା ପରି ଏକ ଆଦିବାସୀ ବହୁଳ ଅନୁନ୍ନତ ଜିଲା ସମେତ ସାରାଦେଶର ଜନଜାତି ସଂପ୍ରଦାୟର ସାମାଜିକ […]

ଗୋ ହତ୍ୟାକୁ ନେଇ ମା ହା ସିଂ ରେ ଉତ୍ତେଜନା

ଫୁଲବାଣୀ -4/10/21(ସୁନୀଲ ପଟନାୟକ ) – କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ll ଆଜି ଏକ ଗୋ ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି l ଗତ ରାତିରେ କେହି ଦୁର୍ବୁତ୍ତ ମହlସିଂ ଗ୍ରାମ ପଞ୍ଚାୟତ ର ରାସ୍ତା କଡରେ ଗୋଟିଏ ଗୋରୁର ଗୋଟିଏ ଗୋଡ଼କୁ କାଟିନେଇ ଯାଇଥିବାରୁ ଗୋରୁର ମୃତ୍ୟୁ ଘଟିଛି l ସକାଳୁ ସକାଳୁ ଉକ୍ତ ଘଟଣା ପ୍ରଘଟ ହେବା ପରେ ଗାଁ ରେ […]

ଢେଙ୍କାନାଳ ଷଡଙ୍ଗୀ ରେ ବିଶ୍ୱ ଶିକ୍ଷକ ଦିବସ ପାଲିତ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ଶିକ୍ଷକ ଦିବସ ପାଳନ ଅବସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଆଜି ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ସ୍ନାତକ ଶିକ୍ଷକ ପଦୋନ୍ନତି ପାଇ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ […]

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଦେଶର ସର୍ବକନିଷ୍ଠ ଶହୀଦ୍ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲାର ‘ ଆମ ପ୍ରତିଭା ଆମ ସମ୍ମାନ ’ ତରଫରୁ ସ୍ଥାନୀୟ ବାଜି ଚୌକ ଠାରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ଶତାବ୍ଦିକ ସଦସ୍ୟମାନଙ୍କ ଉପସ୍ଥିତିରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଓ ‘ ବାଜି ରାଉତ ଅମର ରହେ ’ ଧ୍ଵନୀ ଦେଇଥିଲେ । ଏହି ସମାବେଶରେ […]