ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ଫଳକ ଲାଗିଛି, ହିତାଧିକାରୀଙ୍କୁ ମିଳିନି ଟଙ୍କା

କନ୍ଧମାଳ.(ସଞ୍ଜୟ କୁମାର ପାଣିଗ୍ରାହୀ): ଘର ଆଗରେ ଲାଗିଛି ଇନ୍ଦିରା ଆବାସ ଯୋଜନାର ଫଳକ । ଅଥଚ ହିତାଧିକାରୀ କହୁଛନ୍ତି ତାଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ମୁଁ ନୂଆରେ ଆସିଛି, ତେଣୁ କିଛି ଜାଣିନି । ଫୁଲବାଣୀ ବ୍ଲକ୍‌ କଟ୍ରିଙ୍ଗିଆ ପଞ୍ଚାୟତ କାତାକେରୀ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଢିପାସାହିରେ ରହୁଥିବା ପୀତବାସ କହଁର ଓ ନିତ୍ୟାନନ୍ଦ କହଁରଙ୍କ ଘର ଆଗରେ […]

ଟାଟା ମ୍ୟାଜିକ ଧକାରେ ଜଣେ ମୃତ

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ ବାଲିଗୁଡା,କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ ର ପଛପଟୁ ଧକ୍କାଦେଲା ବାଇକ ଆରୋହୀ, ଟାଉନର ସୁନାପାଙ୍ଗା ଠାରେ ଭାରସାମ୍ୟ ହରାଇ ବାଇକ ଓଡି-୧୨-ଏ -୬୫୭୩ ଟି ଟାଟା ମ୍ୟାଜିକ କୁ ପଛପଟୁ ଧକ୍କାଦେଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ […]

ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ବିୟାଦଶମୀ ପାଳିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ କରାଯାଇ ନୂତନବସ୍ତ୍ର ପରିଧାନ ,ତୁଳସୀ ଓ ଫୁଲହାର ପରିଧାନ, ବଲହବ ଭୋଗ, 10.30 ବେଳେ ଖେଚୁଡ଼ି ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଭୋଗ, ସନ୍ଧ୍ୟାବେଳେ ଆଳତି ଓ ରାତ୍ରରେ ରାତ୍ରଧୂପ ଓ ପରିଶେଷରେ ପହଡ଼ ଲାଗି ହେବ । ପୂଜାପଣ୍ଡା ଭାଗିରଥି ପଣ୍ଡା, ପାଳିଆ ସେବକ ସଂବୁନାଥ ମହାପାତ୍ର ଓ ଜିମଦର ବସନ୍ତ ରଥ […]

ବିଜୟାଦଶମୀ ରେ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ

Topic:(୧୫/୧୦/୨୦୨୧) ଆଜି ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ଦଶହରା ରେ ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । ବିଜୟାଦଶମୀ ଥିବାରୁ ମାଙ୍କର ରାଜରାଜେଶ୍ୱରୀ ବେଶ କରାଯାଇଥିଲା ।ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।ଆଜି ମା ଙ୍କର ପୂର୍ଣହୁତି ଉସ୍ଛବ ପାଳନ କରାଯାଇଛି […]

ବିଜେପିରୁ ୪୧ ଜଣ କର୍ମୀ ଆସି ବିଜେଡି ରେ ମିଶିଲେ

କାମାକ୍ଷାନଗର-ପରଜଙ୍ଗ ୫୮ ନିର୍ବାଚନ ମଣ୍ଡଳୀ କଣ୍ଟାପାଳ ଗ୍ରାମପଞ୍ଚାୟତର ୬ନଂ ଓ୍ବାର୍ଡର ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏହି ମିଶ୍ରଣ ପର୍ବରେ ବିଜେପିରୁ ଆସି ୪୧ ଜଣ ସଦସ୍ୟ ବିଜେଡିରେ ମିଶିଲେ |ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳ ସଭାପତି କଣ୍ଟାପାଳ ଗ୍ରାମପଞ୍ଚାୟତ ଭ୍ରମରବର ଶାସମଲ ସମସ୍ତ ୪୧ଜଣ କର୍ମୀଙ୍କୁ ସ୍ବାଗତ କରିଥିଲେ |ଆଗାମି ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନରେ ବିଜେଡି କଣ୍ଟାପାଳ ପଞ୍ଚାୟତରେ କେମିତି ଭଲ ପର୍ଦଶନ କରିବ ତାଉପରେ ଆଲୋଚନା କରିଥିଲେ ,ଏବଂ […]

ଆଠଗଡ଼ ଖଣ୍ଡ ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ

ଆଠଗଡ, ନବମୀ ତିଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଆଠଗଡ଼ ଖଣ୍ଡ ତରଫରୁ ଗୋପୀନାଥପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ପ୍ରାଙ୍ଗଣରେ “ବିଜୟା ଦଶମୀ ଉତ୍ସବ”ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱୟଂସେବକମାନଙ୍କ ଦ୍ଵାରା ଶାରୀରିକ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ବ୍ୟାୟାମ ୟୋଗ, ସୂର୍ଯ୍ୟ ନମସ୍କାର ଇତ୍ୟାଦି । ପରେପରେ ଶସ୍ତ୍ର ପୂଜନ‌ କାର୍ଯ୍ୟକ୍ରମ ହୋଇଥିଲା ।ତତପଶ୍ଚାତ୍ ଆଠଗଡ଼ ଖଣ୍ଡ କାର୍ଯ୍ୟବାହ ତ୍ରୀଲୋଚନ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଂଘର ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ […]

ନବରାତ୍ରର ମହାନବମୀ ପୂଜା

ଢେଙ୍କାନାଳ,ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ନବରାତ୍ରର ମହାନବମୀ ପୂଜା ଥିବାରୁ ମାଙ୍କୁ ମହିଷାସୁର ମର୍ଦ୍ଇନି ବେଶରେ ପୁଜାର୍ଚନା କରାଯାଇଥିଲା । ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।ଆଜି ମା ଙ୍କର ପୂର୍ଣହୁତି ଉସ୍ଛବ ପାଳନ କରାଯାଇଛି ।

ହାତୀ କାଳିକା ଗ୍ୟାଙ୍ଗର ୨ଲୁଟେରାଙ୍କୁ ଗିରଫ କରିବା ପରେ SPଙ୍କ ପ୍ରେସ ମିଟ

ଢେଙ୍କାନାଳ, ଗତ ଅଗଷ୍ଟ ୧୯ ତାରିଖରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତପାଳ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ୫ ଟି ମାଗଜିନ, ୨୦ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ ଓ ଦୁଇଟି ଭୁଜାଲି ଜବତ କରାଯାଇଛି। କୁଖ୍ୟାତ ହାତୀ କାଳିଆ ଗ୍ୟାଙ୍ଗର ଏହି ସଦସ୍ୟମାନେ ଘଟଣା ଦିନ ଢେଙ୍କାନାଳ ଓ କଟକ ଜିଲ୍ଲାର ୪ ଗୋଟି ପେଟ୍ରୋଲ ପମ୍ପ ଡକାୟତି କରିଥିଲେ।ଏହି […]

ଜଗତସିଂହପୁର ପ୍ରଧାନ ଡାକ ଘରେ ଜାତୀୟ ଡାକ ସପ୍ତାହ ପାଳନ ଏବଂ ଲୋକଙ୍କୁ ବିଭିନ୍ନ ଡାକ ସେବା ଓ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର(ଅମୃତ ନନ୍ଦ)୧୪/୦୭:କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ଜାତୀୟ ଡାକ ଦିବସ ସହ “ଆଜ଼ାଦି କା ଅମ୍ରିତ ମହୋତ୍ସବ” ପାଳନ ହୋଇଯାଇଛି| ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଚଳିତ ଅକ୍ଟୋବର ମାସର ୯ ତାରିଖ ଦିନକୁ ଜାତୀୟ ଡାକ ସେବା ଦିବସ ଭାବେ ପାଳନ କରା ଯାଉଥିବା ବେଳେ ଏହି ଦିନ ଠାରୁ ଜାତୀୟ ଡାକ ସପ୍ତାହ ମଧ୍ୟ […]

ବଡମ୍ବା ରେ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ବଡମ୍ବା,ବଡ଼ମ୍ବା ବ୍ଳକ ଅନ୍ତର୍ଗତ ସାନବାରଶିଙ୍ଘ ଗ୍ରାମପଞ୍ଚାୟତ ସଭାଗୃହରେ ଶିଳ୍ପ ବିତିକ ଉଦ୍ୟୋଗ ନିମନ୍ତେ ତିରିଶି ଜଣ ଉଦ୍ୟୋଗ ମାନଙ୍କର ଏକ ବାରଦିନିଆ ତାଲିମ୍ ର ଶୁଭାରମ୍ଭ ହୋଇଛି। କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ଵାରା ଆୟୋଜିତ ଏହି ତାଲିମ୍ କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜିକା ଅର୍ଚ୍ଚନା ମହାପାତ୍ର ପରିଚାଳନା କରିଥିଲା ବେଳେ ପ୍ରଶିକ୍ଷକ ଭାବେ ରିସୋର୍ସ ପର୍ସନ ଦେବଦତ୍ତ ମଳୟ କୁମାର ବରାଳ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ମାଇକ୍ରୋ ଉଦ୍ୟୋଗ ର ଲକ୍ଷ୍ୟ ଉଦ୍ଦେଶ୍ଯ ପରିଚାଳନା ପଦ୍ଧତି […]