କନ୍ଧମାଳସୀମାନ୍ତ ମାଧପୁର ଜଙ୍ଗଲରେ ମହାବଳ ବାଘ !

ଫୁଲବାଣୀ-(ସୁନୀଲପଟନାୟକ)କନ୍ଧମାଳ ବୌଦ୍ଧ ସୀମାନ୍ତ ବର୍ତ୍ତୀ ମାଧପୁର ଜଙ୍ଗଲ ବିଭାଗରେ 6ରଂଜ ଅନ୍ତର୍ଗତ ହାତୀ ଧରା ଜଙ୍ଗଲରେ କୁ ଆଡେଏକ ମହାବଳ ବାଘ ବୁଲୁଥିବା ଫଳରେ ମାଧପୁର, ଖଜୁରୀପଡ଼ା,ଅଞ୍ଚଳର ପ୍ରତିଦିନ ଯିବା ଆସିବା କରୁଥିବା ଲୋକେ ଭୟ ଭୀତ ହୋଇ ପଡିଛନ୍ତି ।ବାଘଟି ଏହି ଜଙ୍ଗଲରେ ଏକ ସମ୍ବର ମାରି ଖାଇଥିବା ଜଣାପଡିଛି । ଖବର ପାଇ ମାଧପୁର ଜଙ୍ଗଲ ବିଭାଗ 6ରଂଜକର୍ମଚାରୀ, ମହାନଦୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ସମ୍ବରର ମୃତଦେହ ପଡିଥିବା ସ୍ଥାନବୁଲି ଦେଖିଥିବା […]

ବାଂଲାଦେଶ ର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବଜରଙ୍ଗ ଦଳ ତରଫରୁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର

ଢେଙ୍କାନାଳ(ଉଲାପ୍ର)ବର୍ତ୍ତମାନ ହିନ୍ଦୁମାନେ ବିଭିନ୍ନ ରାଷ୍ଟ୍ରମାନଙ୍କରେ ଅବହେଳିତ ହୋଇଆସୁଥିବାର ଖବର ଦେଖିବାକୁ ମିଳୁଛି । ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଭଳି ମୁସଲମାନ ପ୍ରଧାନ ଦେଶ ମାନଙ୍କରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ନିକଟ ଅତୀତରେ ବାଂଲାଦେଶ ରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାର ସବୁ ସୀମା ପାର କରିଦେଇଛି । ବାଂଲାଦେଶ ରେ ବଳପୂର୍ବକ ଭାବେ ମା ଦୁର୍ଗାଙ୍କର ମନ୍ଦିର ଭିତରେ ପଶି ମାଙ୍କର ମୂର୍ତ୍ତିକୁ ଭାଙ୍ଗିବା, ହିନ୍ଦୁ ନାବାଳିକା ମାନଙ୍କୁ ବଳାତ୍କାର କରି […]

କନ୍ଧମାଳରେ ପହିଲି ଶୀତ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ)ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ ଦୁଇଦିନ ହେଲା ହାଲକା ଶୀତ ଅନୁଭୁତ ହେଉଛି । ଯାହାକି ପହଲି ସ୍ପର୍ଶର ଅନୁଭୁତ ବୋଲି କୁହାଯାଇପାରେ ।ବର୍ଷା ଛାଡି ଯିବା ପରେ ଫୁଲ ବାଣୀ ସମେତ ଅନେକ ସ୍ଥାନରେ କୁହୁଡି ମଧ୍ୟ ପଡିବା ଆରମ୍ଭ ହୋଇଛି । ଥଣ୍ଡାର ମଜା ନେବା ପାଇଁ ସକାଳୁ ସକାଳୁ ସହରର ରାସ୍ତାରେ ମଣିଙ୍ଗୱ। କ କରିବାପାଇଁ ସହର ବାସୀଙ୍କପ୍ରବଳଭୀଡ଼ ମଧ୍ଯ ଜମୁଥିବା ଦେଖିବାକୁ ମିଳୁଛି।ସେହିପରି ବଡି ଫିଟ ରଖିବା […]

ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କ ସ୍ୱାସ୍ଥ୍ୟ ସଚେତନ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ପଞ୍ଚାୟତ ସ୍ତରୀୟ ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବ୍ଲକ ର ଏପିଓ ତ୍ରିନାଥ ନାୟକ ଯୋଗ ଦେଇଥିବା ବେଳେ ଆଇ ସି ଡି ଏସ […]

ପଦ୍ମପୁର ଉପଖଣ୍ଡ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ ହେକ୍ଟର ପିଛା ୫୦ ହଜାର କ୍ଷତିପୂରଣ ଦାବୀ: ଆମ୍ ଆଦମୀ ପାର୍ଟି

ବରଗଡ଼: (ଉଲାପ୍ର)ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ରେ ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଥିବା ବେଳେ ଚାଷୀ ସରକାରୀ ସହାୟତା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସ୍ଥିତି ରେ ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ କ୍ଷତି ପୂରଣ ବାବଦରେ ହେକ୍ଟର ପିଛା ଦିଲ୍ଲୀ ଭଳି ୫୦ହଜାର ଟଙ୍କା ଦେବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଓ ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ […]

ବରଗଡ଼ ରେଳ ଷ୍ଟେସନ ସମାସ୍ୟାର ସମାଧାନ ପାଇଁ ରେଳ କତ୍ତୃପକ୍ଷ ଙ୍କୁ ଭେଟିଲେ ଭାଜପା ପ୍ରତିନିଧି

ବରଗଡ଼ ୨୧/୧୦ବରଗଡ଼ ରୋଡ଼ ରେଳଷ୍ଟେସନ ରେ ଲାଗି ରହିଥିବା ବହୁବିଧ ସମସ୍ୟା ର ସମାଧାନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରେଳବାଇ କତ୍ତୃପକ୍ଷ ଙ୍କୁ ଭେଟିଛନ୍ତି। ବରଗଡ଼ ଜିଲ୍ଲା ଭାଜପା ର ପ୍ରତିନିଧି ମାନେ ସମ୍ବଲପୁର ସ୍ଥିତ ସମ୍ବଲପୁର ରେଳ ଡିଭିଜନ ଅଫିସ ରେ ଇଷ୍ଟକୋଷ ରେଳ ର ମହା ପ୍ରବନ୍ଧକ ବିଦ୍ୟା ଭୂଷଣ ଏବଂ ସମ୍ବଲପୁର ଡିଭିଜନ ର ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ଭେଟି ବିଭିନ୍ନ […]

ଠିକା ଅଙ୍ଗନବାଡି ସୁପର ଭାଇଜର ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ଫୁଲବାଣୀ-(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ବା ଗ୍ରାଜୁଏଟ କଣ୍ଟ୍ରାଚ୍ୟୁଆଲ ଲେଡି ସୁପର ଭାଇଜର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ଦାବୀ କରି ସଂଘ ପକ୍ଷରୁ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଇତି ମଧ୍ଯରେ ଚାକିରି କରିବାର ୧୨/୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଚାକିରୀର ନିୟମିତ ହୋଇନଥିବା ଅଭିଯୋଗ କରିଛି ସଂଘ। ଅପରପକ୍ଷରେ ମାଟ୍ରିକ ପାସ କରିଥିବା, ଅଙ୍ଗନବାଡି କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ନିୟମିତ ପଦୋନ୍ନତୀ ଦେଇ ବାର୍ଷିକ ଇନକ୍ରିମେଣ୍ଟ […]

ଜଡିବୁଟି ଔଷଧ ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଜଣେ ଅଟକ

ଫୁଲବାଣୀ-(ସୁନୀଲପଟନାୟକ)ଆପଣ କୌଣସି ରୋଗରେ ପିଡିତ ହୋଇଛନ୍ତି କି? ଆଉ ଏଥିରୁ ଭଲ ହେବାପାଇଁ କିଛି ଜଡ଼ି ବୁଟି ଔଷଧ ସେବନ କରୁଛନ୍ତି ବା ସେବନ କରିବାଲାଗି ଚ।ହୁଁଛୁନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ, ତେବେ ସାବଧାନ!ଆପଣ Oକେଇର ଶୀକାର ହୋଇପାରନ୍ତି ।ଜଡିବୁଟି ଔଷଧ ଦେବା ଲାଗି କହି ଫୁଲ ବାଣୀ ସହରର ଜଣେ ଜଣାଶୁଣା ଶିକ୍ଷିତ ବ୍ୟକ୍ତିଙ୍କଠାରୁ ୩ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରି ନେଇଥିବା ଫୁଲ ବାଣୀ ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ […]

କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ବିଜେପି ମୋର୍ଚ୍ଚା ସଭାପତି ଓ ସଦସ୍ୟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜନଜାତି ରାଜ୍ୟ ମୋର୍ଚ୍ଚା ସଭାପତି (ବିଜେପି) ବିଭୁ ତରାଇ, ଉପସଭାପତି ରାମବିଶି ଦିଗାଲ ଏବଂ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସିଥିବା ବେଳେ ବାଲିଗୁଡାରେ ରହି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ବାସ ଭବନ ଠାରେ ପହଂଚିବା ପରେ ବାଲିଗୁଡା ବିଜେପି ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା କରା ଯାଇଥିଲା। ଜିଲ୍ଲା ସଭାପତିଙ୍କ ସମେତ ବାଲିଗୁଡ଼ା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ […]

ଅନାଥ ଦୁଇ ଭଉଣୀ ଙ୍କ ସହାୟତା ର ହାତ ବଢ଼ାଇଲା ଟିମ ହୁମାନୀଟି

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲlଫିରିଙ୍ଗିଆ ବ୍ଲକ୍ ପାଙ୍ଗା ଉପରସାହି ପଞ୍ଚାୟତ ର ତଳମାଲା ଗ୍ରାମର ଦୁଇ ଭଉଣୀ କାଞ୍ଚନା ଓ ରଚନା ଦିଗାଲ ।ଚାରି ବର୍ଷ ହେବ ବାପାଙ୍କୁ ହରେଇ ଥିବା ବେଳେ ବର୍ଷେ ହେଲେ ମା ବି ଘର ଛାଡ଼ି କୁଆଡେ଼ ନିଖୋଜ ହେଇଯାଇଛନ୍ତି l ଚାରିଆଡେ ମା କୁ ଖୋଜିଖୋଜି ନୟାନ୍ତ ହୋଇଗଲେଣି ହେଲେ ସେ ଜୀବିତ କି ମୃତ ଏଯାଏଁ କୌଣସି ପତ୍ତା ମିଲୁନିlଏଭଳି ଦୁର୍ଦ୍ଦଶା ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ […]