ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନରେ ତୃଟି ନବୋଦୟ ନାମଲେଖାରୁ ବଞ୍ଚିତ

ଫୁଲ ବାଣି-୨୮/୧୦(ସୁନୀଲପଟନାୟକ)ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ତୁଟିପୂର୍ଣ୍ଣ କାର୍ଯ୍ୟ, ଅବହେଳା ଦାୟୀତ୍ଵହୀନତା ଯୋଗୁଁ ଜଣେ ଛାତ୍ର ନବୋଦୟସୁଲରେ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି । ଛାତ୍ର ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାରିଙ୍ଗବାଡି ବ୍ଲକ୍ ଦାସିଙ୍ଗବାଡିର ବ୍ରଜକିଶୋର ପଟନାୟକଙ୍କ ପୁଅ ସମ୍ବିତ ପଟ୍ଟନାୟକ । ଏ ନେଇ ଗୁରୁବାର ଫୁଲବାଣୀସ୍ଥିତ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନାରେ ଅନୁଷ୍ଠିତ ମେଡିକାଲ ବୋର୍ଡ ନିକଟରେ ଗୁହାରୀ କରିଥିଲେ ମଧ୍ୟ ଫଳ ଶୁନ । ଆଶ୍ଚର୍ଯ୍ୟର କଥା ଏହି କି ଯେ, ସମ୍ବିତ […]

ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଗତ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ (ଉଲାପ୍ର)ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା, ଚାଷୀ ଙ୍କ ସମ୍ପୁର୍ଣ୍ଣ ଋଣ ଛାଡ,ଚାଷ ପାଇଁ ଦିଆଯାଉଥିବା ବିଜୁଳି ବିଲ୍ ଛାଡ଼, କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ୩ କୃଷି ବିଲ୍ ପ୍ରତ୍ୟାହାର ଆଦି ୮ ଦଫା ଦାବିରେ ଆଜି ଜୟ କିଷାନ ଆନ୍ଦୋଳନ, ସୋହେଲା ବ୍ଲକ ଶାଖା ପକ୍ଷରୁ ସୋହେଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ସୋହେଲା ବ୍ଲକ ରେ […]

ଜଗବନ୍ଧୁ ଦାସ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଶିବିର ଉଦଯାପିତ

ବରଗଡ଼(ଉଲାପ୍ର)ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିର ର ଉଦଯାପନୀ ଦିବସରେ ଇ° କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ ଇଲେକ୍ଟ୍ରିକାଲ ବ୍ୟବହାର ଓ ତତ୍ ସଙ୍ଗେ ସଙ୍ଗେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଟ୍ରାଫିକ ଇନ୍ସପେକ୍ଟର ଯୁଗଲକିଶୋର୍ ସିରୀୟା ଯୋଗ ଦେଇ ଯାନବାହାନ ଚଳାଚଳ ସମୟରେ ଟ୍ରାଫିକ ନିୟମ […]

ଦୁର୍ନୀତି ନିବାରଣ ସପ୍ତାହ ପାଇଁ ସଚେତନତା

ବରଗଡ଼(ଉଲାପ୍ର)ଚଳିତ ମାସ ୨୭ ତାରିଖ ରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଦ୍ୱିତୀୟ ଦିନ ବିଭାଗ ପକ୍ଷରୁ ଏକ ସଚେତନତା ରେଲି ର ଆୟୋଜନ କରାଯାଇଥିଲା। ସରକାରୀ କର୍ମଚାରୀ ଦୁର୍ନୀତି ମୁକ୍ତ ହେଲେ ସମାଜ ତଥା ଦେଶର ପ୍ରଗତି ରେ ସହାୟକ ହୋଇପାରିବ ବୋଲି ସଚେତନତା କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ।

ବିଡାନାସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶହେକୋଟି ଟୀକାକରଣ ପାଇଁ ସମ୍ବର୍ଦ୍ଧନା

କଟକ(ଉଲାପ୍ର)କଟକନଗର ଭାଜପା ସଂଖ୍ୟା ଲଘୁ ମୋର୍ଚ୍ଚା ତରଫରୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଡାନାସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଟୀକାକରଣ କେନ୍ଦ୍ରଠାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରି ଶହେ କୋଟି ଟୀକାକରଣ ପୂର୍ତ୍ତି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ, ଜିଲ୍ଲା ମିଶନଶକ୍ତି ସହ ସଂଯୋଜିକା ଶ୍ରୀମତୀ […]

ମମତା ମେହେର ହତ୍ୟାକାଣ୍ଡ ନେଇ ଉପଜିଲାପାଳଙ୍କ ଅଫିସ ଘେରିଲା ଆଠଗଡ କଂଗ୍ରେସ, ମନ୍ତ୍ରୀଙ୍କ କୋକେଇ ଶୋଭାଯାତ୍ରା

ଆଠଗଡ(ଉଲାପ୍ର)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ମୃତକ ପରିବାରକୁ ୨ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଓ ଘଟଣାର ସିବିଆଇ ତଦନ୍ତ ଦାବୀକରି ଆଜି ଆଠଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରା ଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ […]

ଅହମଦ ନଗର ରୁ ବାହାରିଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳ ଙ୍କୁ ବରଗଡ ରେ ସମ୍ବର୍ଦ୍ଧନା

ବରଗଡ (ଉଲାପ୍ର)ମହାରାଷ୍ଟ୍ର ର ଅହମଦ ନଗର ରୁ ବଙ୍ଗଳାଦେଶ ର ନୌଖାଲୀ କୁ ବାହାରି ଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳ କୁ ଆଜି ବରଗଡ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ଏହି ଶୋଭାଯାତ୍ରା ଦଳ ରାୟପୁର ରୁ ସୋହେଲା ଦେଇ ଆଜି ବରଗଡ ସହରରେ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ଟିଭିଏସ ମୋଟର୍ସ ସମ୍ମୁଖରେ ସ୍ଵାଗତ କରାଯିବା ସହ ସେମାନଙ୍କୁ ସହର ଦେଇ ସ୍ଥାନୀୟ ଟାଉନ ହଲ କୁ ପାଛୋଟି ନିଆଯାଇଥିଲା। […]

ପଶ୍ଚିମ ଓଡ଼ିଶାରେ ପୋଲିସ ତଦନ୍ତରେ ଶିତଳତା ପ୍ରତିବାଦରେ ଆମରଣ ଅନଶନ

ବରଗଡ଼ (ଉଲାପ୍ର)ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସ ର ତଦନ୍ତ କାର୍ଯ୍ୟ ରେ ଶିତଳତା ର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି। ସେନା କର୍ମୀମାନେ ଅଭିଯୋଗ ରେ କହିଛନ୍ତି ଯେ ଗତ ଦିନରେ ବରଗଡ଼ ଟାଉନ ଥାନା ହାଜତ ରେ ମୃତ୍ୟୁ ବରଣ କରି ଥିବା ଗୋବିନ୍ଦ କୁମ୍ଭାର ଙ୍କ ତଦନ୍ତ […]

ଟାଉନ ହାଇସ୍କୁଲ ରେ ଭ୍ରାମ୍ୟମାଣ ପାଠାଗାର

ବରଗଡ଼: ପୁସ୍ତକ ବ୍ୟକ୍ତିର ଚିନ୍ତା ଓ ଚେତନାକୁ ପ୍ରସାରିତ କରେ। ପୁସ୍ତକର ସ୍ଥାନ ମୋବାଇଲ ଠାରୁ ଢେର ଉର୍ଦ୍ଧ୍ବରେ। ବ୍ୟକ୍ତି ର ଚରିତ୍ର ଗଠନ ଓ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବା ଦିଗରେ ପୁସ୍ତକର ସ୍ଥାନ କେହି ବି ନେଇ ପାରିବେ ନାହିଁ। ତେଣୁ ପାଠ୍ୟ ପୁସ୍ତକ ସହ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ଓ ପତ୍ରପତ୍ରିକା ପଠନ ପ୍ରତି ଛାତ୍ର ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରିବାକୁ ବରଗଡ଼ ଠାରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର […]

ଟିକାବାଲି ବ୍ଲକ ରେ ୨୩୦ ମହିଳା ଏସ.ଏଚ ଜିଙ୍କୁ ଋଣ ପ୍ରଦାନ

ଫୁଲ ବାଣୀ-୨୭/୧୦(ସୁନୀଲପଟନାୟକ)ମହିଳାମାନଙ୍କ ସ୍ଵାବଲମ୍ବୀ କରିବାପାଇଁ ସରକାର ବଦ୍ଧପରିକର । ମହିଳାମାନେ ଏଣିକି ଆଉ ଘର କୋଣରେ ନ ରହି ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟସ୍ରୋତରେ ଯେପରିସାମିଲ ହୋଇପାରିବେ ସେଥିପାଇଁ ସରକାର ମହିଳା ଏସ ଏଚ୍ ଜିଙ୍କୁ ଋଣ ପ୍ରଦାନ କରୁଛନ୍ତି । ମଙ୍ଗଳବାର କନ୍ଧମାଳ ଜିଲା ଟିକାବାଲି ବ୍ଳକ ପକ୍ଷରୁ ବ୍ଲକ ପରିସରରେଏକମେଗା ସମନ୍ନୟମେଳାଅନୁଷ୍ଠିତ ହୋଇଥିଲା।ବିଡିଓ ଫକିରଚରଣପରୀଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁଚିତ୍ରା ପ୍ରଧାନ, ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଏଲଡ଼ି ଏମକଳ୍ପତରୁ […]