ଫୁଲବାଣୀ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ,

ଫୁଲ ବ।ଣୀ- (ସୁନୀଲପଟ୍ଟନାୟକ)ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଆଜି ସକାଳୁ ସ୍ଥାନୀୟ ସର୍କିଟ ହାଉସରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ କ୍ଷଣାତ ଡାକ୍ତରି ଦଳ ପହଞ୍ଚି ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା କରୁଛନ୍ତି। ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବ ଲାନ୍ସ ଯୋଗେ ଭୁବନେଶ୍ଵର ନେବାଲାଗି ପରାମର୍ଶ ଦେଇଥିବା ଜଣା ପଡିଛି । କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ । ଡି.ଏ ସପି ଭିନିତ ଅଗରୱାଲ, […]

ନିଷ୍ଠା ପରିବାର ଓ ଜୀବନ ସଂଯୋଗ ର ମିଳିତ ଉଦ୍ୟମ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରୁ ୬୦ୟୁନିଟ ରକ୍ତ ସଂଗୃହିତ

ବରଗଡ଼ (ଉଲାପ୍ର)ଆଜି ନିଷ୍ଠା ପରିବାର ଓ ଜୀବନ ସଂଯୋଗ ର ମିଳିତ ଆନୁକୁଲ୍ୟରେ ତାଳଶ୍ରୀଗିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସରପଞ୍ଚ ଧରିତ୍ରୀ ସାହୁ ଓ ଗାଁ ର ଭଦ୍ର ବ୍ୟକ୍ତି ମାନେ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୬୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ୧୦ଜଣ ମହିଳା ଓ ୫୦ଜଣ ପୁରୁଷ ସ୍ଵତଃପୂର୍ତ୍ତ ଭାବରେ […]

ଗଡଜାତ ପରିକ୍ରମା ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ମାଲ୍ୟାର୍ପଣ

ଆଠଗଡ(ଉଲାପ୍ର)ଆଜି ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ,ଆଠଗଡ ପାଇଁ ଚିନ୍ତା କରୁଥିବା ଓ ଲେଖୁଥିବା ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ସ୍ମୃତିପୀଠ ଠାରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା,ଆଠଗଡ ରେ ପୁଯ୍ୟପୂଜାକୁ ଆମ ଅନୁଷ୍ଠାନ ସମ୍ମାନ ଦେଉଛି ଏହା କିଛି ନୂଆକଥା ନୁହେଁ।ନୂଆକଥା ହେଲା ଆଜିର ଦିନରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶାସନ ଭୁଲିଗଲା,ଯୋଉ ଏନଏସି ପ୍ରତିମୂର୍ତ୍ତି ବସାଇଛି ସିଏ ବି ଭୁଲିଗଲା ଫୁଲମାଳ ଟିଏ ଦେବାକୁ,ଏହା ବ୍ୟତୀତ କଂଗ୍ରେସ ଦଳ […]

ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ସମ୍ବନ୍ଧୀୟ ତ୍ରୀପାକ୍ଷିକ ବୈଠକ କ୍ଷତିପୂରଣ ମାମଲାର ଫଇସଲା ପାଇଁ କାରଖାନାକୁ ପ୍ରସ୍ତାବ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡ଼ଗପ୍ରସାଦ ଓ କୁରୁ ଠାରେ ଥିବା ଲାନ ବାବନ୍ଧ ପାୱାର ପ୍ଲାଣ୍ଟ ବିକ୍ରି ଓ କ୍ଷତିପୂରଣକୁ ନେଇ ପ୍ରଶାସନ , କାରଖାନା କତୃପକ୍ଷ ଓ ପ୍ରଜାସଂଘ ମଧ୍ୟରେ ତ୍ରିପାକ୍ଷୀକ ବୈଠକ ଶନିବାର ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଜାସଂଘ ସହିତ କ୍ଷତିପୂରଣ ସମ୍ବନ୍ଧୀୟ ସମସ୍ତ ମାମଲାର ଫଇସଲା କରିବା ପାଇଁ କାରଖାନାକୁ ୭ ଦିନ ସମୟ ଦିଆଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ […]

ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହ ଯାତ୍ରା

ଢେଙ୍କାନାଳ(ଉଲାପ୍ର)୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସୃଶ୍ଚିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଯୋଦ୍ଧା ସୈନିକଙ୍କୁ ଆଜି ( ଅକ୍ଟୋବର ୩୦ ) ଅପରାହ୍ଣ ୪ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ବରସ୍ଥ ରାଜଭବନଠାରେ ସମ୍ବର୍ଦ୍ଧିତ କରାଯିବ । ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟଠାରେ ପୂର୍ବାହ୍ଣ ୯ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ୧୨ ଜଣ […]

ୟୁନାଇଟେଡ଼ ସ୍ପୋର୍ଟସ, ବରଗଡ଼ ରାଜ୍ୟ ଫୁଟବଲ ଚାମ୍ପିଅନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତା ରେ ବରଗଡ଼ ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି। ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳ ରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। (ଫାଓ) ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ର ବିଭିନ୍ନ ପଡ଼ିଆରେ ଉକ୍ତ ପ୍ରତିଯୋଗିତା […]

ବୋଲେରୋ ସହ ଗ6ଜଂଇ ଜବତ, ଦୁଇ ଗିରଫ ଅନ୍ୟ ଦୁଇ ଚମ୍ପଟ

.ଫୁଲବାଣୀ-(ସୁନୀଲପଟନାୟକ)କୌଣସି ସୁତ୍ର ରୁ ଖବର ପାଇ ସଦର ଥାନା ପୋଲିସ ଆଇଆଇସି ପ୍ରଶାନ୍ତ ବେହେରାଙ୍କ ନେତୃତ୍ଵରେ ସୁଡ଼ରୁ କୁମ୍ପା ରାସ୍ତା ଏନଏଚ 157ଉପରେ ଚଢାଉ କରାଯାଇ ଏକ ବୋଲେରୋ ନଂ-ଓଡ଼ି୩୩ -ଏମ ୬ ୧ ୯ ୩ ସହଦୁଇଟି ବେଗ ରେ ଥିବା ୪୩.୭ କେଜି ଗ6ଜଂ ଇ ଜବତ କରିବା ସହ ଏ ସଂପର୍କରେ ଚାରି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।ତେବେ ଅନ୍ୟ ୨ ଜଣ ଅଭିଯୁକ୍ତ ପୋଲିସ କୁ ଦେଖି ଚମ୍ପଟ […]

ବିଜେପୁର ବ୍ଲକ ରେ ମେଗା ସମନ୍ବୟ ମେଳା

ବରଗଡ(ଉଲାପ୍ର)ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ପ୍ରାଙ୍ଗଣରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ଋଣ ସମନ୍ବୟ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୀବିକା ମିଶନ ସଂଯୋଜକ ଶଙ୍କର ଚଳାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜେପୁର ବ୍ଲକ ର ସମସ୍ତ ବ୍ୟାଙ୍କର, ଆଇସିଡି଼ଏସ କର୍ମୀ, ମିଶନ ଶକ୍ତି ସଂଯୋଜକ […]

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧିନସ୍ଥଦାରିଙ୍ଗବାଡି ବ୍ଲକ ର ଜୋନ ନଂ.୧୧ର ବିଭିନ୍ନ ଅଞ୍ଚଳ ବୁଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି.ଉଦୟଗିରି ବିଧାୟକ ସଲୁଗା ପ୍ରଧାନ […]

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାରିଙ୍ଗବାଡି ଗସ୍ତ : କଳାପତାକା ପ୍ରଦର୍ଶନ ଆଶଙ୍କା ଭୟରେ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଥାନାରେ ଅଟକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଗୁରବାର ଦିନ ସନ୍ଧ୍ୟା ସମୟରେ ମନ୍ତ୍ରୀ ଦାରିଙ୍ଗବାଡ଼ି ପହଂଚିଥିବା ବେଳେ ଶୁକ୍ରବାର ଦିନ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମ ରହିଥିଲା । ହେଲେ ଏହା ପୂର୍ବରୁ ଶାସକ ଦଳର ମନ୍ତ୍ରୀଙ୍କୁ ଘାରିଛି ଅଣ୍ଡାମାଡ଼ ଭୟ ସହ କଳା ପତାକା ପ୍ରଦର୍ଶନ ଭୟ । ମନ୍ତ୍ରୀ କାର୍ଯ୍ୟକ୍ରମକୁ ବାହାରିବା ପୂର୍ବରୁ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଦାରିଙ୍ଗବାଡ଼ି ପୋଲିସ […]