ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦନେକ୍ ବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣା ପଞ୍ଚାୟତ ସମ୍ମୁଖ ପଡ଼ିଆ ଠାରେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ିର ପଂଚାୟତ ସ୍ତରୀୟ ନେତୃତ୍ୱ ସମ୍ମିଳନୀ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ବିଜେଡ଼ିକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରହିଥିବା ବେଳେ କିଭଳି ନିଜର ସମର୍ଥିତ ପାର୍ଥି ର ବିଜୟ ସୁନିଶ୍ଚିତ […]

ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍: ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ହେଲେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଏକ ଅଭିଯୋଗ ହେବା ପରେ ବିଲ୍ ଅଟକି ରହିଛି । ସେପଟେ କାମ ଠିକ୍ […]

ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ ଶୀଘ୍ର ନଖୋଲିଲେ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ: ଆମ୍ ଆଦମୀ ପାର୍ଟି

ବରଗଡ଼(ଉଲାପ୍ର)ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ କୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଂଚାୟତ ନିର୍ବାଚନ ରେ ଏହାର କୁପ୍ରଭାଵ ପଡିବ ବୋଲି ଚେତାବନୀ ଦେଇଛି ।ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଦପ୍ତରରେ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ କୋଭିଡ଼ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ସ୍ୱାଭାବିକ […]

ଖରିଫ ଧାନ କିଣା ପାଇଁ ବୈଠକ

ବରଗଡ଼(ଉଲାପ୍ର)ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାର ଆସନ୍ତା ଖରିଫ୍ ଋତୁ ଧାନ କିଣା ବିକା କାର୍ଯ୍ୟ ଆରମ୍ଭ ପୂର୍ବରୁ ବରଗଡ଼ ବ୍ଲକ ର ଫ୍ୟାକ୍ସ ସମ୍ପାଦକ ଏବଂ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବରଗଡ଼ ବ୍ଲକ ରେ ଧାନ କିଣା ବିକା କାର୍ଯ୍ୟ କିପରି ସୁବିଧାରେ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଧାନ […]

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୪୧ୟୁନିଟ୍ ରକ୍ତ_ ସଂଗୃହୀତ

ବରଗଡ଼(ଉଲାପ୍ର)ବୁର୍ଲା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିବାରୁ ବରଗଡ଼ ସୟାଁ, ଗୁଡେଶିରା ଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାର ର ମଳିତ ଉଦ୍ୟମ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡର ମାଲିକ ରବୀନ୍ଦ୍ର କୁମାର ଅଗ୍ରୱାଲ, ତାଙ୍କ ଭାଇ ରଥିନ୍ଦ୍ର କୁମାର ଅଗ୍ରୱାଲ, ଫିତା କାଟି ଉଦ୍ଘାଟନ କରିଥିଲେ। […]

ଗିରି ଗୋବର୍ଦ୍ଧନ ପୂଜାରେ ବାଡିଖେଳ

ବରଗଡ଼ (ଉଲାପ୍ର)ଶ୍ରୀ ଶ୍ରୀ ନୃସିଂହନାଥ ପବିତ୍ର ପୀଠରେ ଥିବା ସମଲେଶ୍ଵରୀ ମନ୍ଦିରରେ ପାଇକମାଳ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି l ଗତ ତିନି ଦିନ ଧରି ଅନୁଷ୍ଠିତ ପୂଜା ମହୋତ୍ସବର ପ୍ରାରମ୍ଭରେ କଳସଯାତ୍ରା, ଗିରି ପୂଜନ, ଗୋ ଭୋଜନ, ପରମ୍ପରା ଅନୁଯାୟୀ ଗଉଡ ବାଡିଖେଳ, ସଞ୍ଚାର ବାହକ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପୂଜାକର୍ତ୍ତା ଭାବେ ଭୁବନେଶ୍ୱରପୁର ଗ୍ରାମର ଭରତ ଛତର […]

ଜଳଛାୟା ବିଭାଗରେ ଅର୍ଦ୍ଧାଧିକ ପଦବୀ ଖାଲି,ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ୧୦୯ ପଦବୀ ମଧ୍ୟରୁଅଛନ୍ତି ମାତ୍ର ୩୪ଜଣ

ଫୁଲବାଣୀ-(ସୁନୀଲପଟନାୟକ) ସରକାର କୃଷି ,ମୂର୍ତ୍ତିକା ସଂରକ୍ଷଣ ଓ ଜଳସେଚନ ଉପରେ ଗୁରୁତ୍ଵ ଦେଉଥିବା କଥା କହୁଛନ୍ତି ହେଲେ ବିଭାଗରେ କର୍ମଚାରୀ ଅଭାବରୁ ଉନ୍ନ ୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରୁନି । କନ୍ଧମାଳ ଜିଲ୍ଲା ଜଳଛାୟା ଉନ୍ନୟନ୍ନପ୍ରକଳ୍ପରେ ମୋଟ ୧୦୯ଟି ପଦବୀ ମଧ୍ୟରୁ ମାତ୍ର ୩୪ଜଣ ଥିବା ବେଳେ ୭୫ ପଦବୀ ଖାଲି ପଡିଛି।ଫିଲଡ ଷ୍ଟାଫ ୭୬ ପଦବୀ ମଧ୍ୟରୁ ୨୪ ଜଣ ଥିବା ବେଳେ ୫୨ ପଦବୀ ଖାଲି ପଡିଛି […]

ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ରେ ଚାଲିଛି ମେସିନ ରେ କାମ

ଢେଙ୍କାନାଳ(ଉଲାପ୍ର(ଦୀପ ତଳେ ଅନ୍ଧାର ଦିନ ଦିହପାରେ ଚାଲିଛି ମନରେଗା କାର୍ଯ୍ୟ…. କଙ୍କଡ଼ାହାଡ଼ ବ୍ଲକ ନାକ ତଳେ ଚାଲିଛି ଦିନରେ ମେସିନ ଦ୍ୱାରା କାମ!କରଗୋଳା ପଂଚାୟତ ଅଧୀନରେ ଥିବା ରାମେଶ୍ୱର ହାଇସ୍କୁଲ ଖେଳ ପଡିଆର ମନରେଗା ଯୋଜନାରେ ପାଞ୍ଚ ଲକ୍ଷମଜୁର ହୋଇଛି !ଏଠି ଶ୍ରମିକ ବଦଳରେ ମେସିନ ଲଗାଇ କାମ କରୁଛନ୍ତି!ବ୍ଲକ ପ୍ରଶାସନ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ଜାଣତରେ ମନରେଗା ଯୋଜନାର ଆତ୍ମସାତ କରୁଛନ୍ତି!ଖୋଦ ବ୍ଲକ ପାଚେରୀକୁ ଲାଗିଛି ଏହି ଖେଳ ପଡିଆ କେମିତି ଜାଣିପାରୁନି ବ୍ଲକର ଅଧିକାରୀ!ଏ […]

ପରଜଙ୍ଗ ରେ ରକ୍ତଦାନ ଶିବିର ଅନୁଷ୍ଠିତ

ପରଜଙ୍ଗ(ଉଲାପ୍ର)ବସନ୍ତପଡ଼ା ଉପ୍ରା ବିଦ୍ୟାଳୟ ଠାରେ ଆଗାମୀ ୧୬ ତାରିଖ ମଙ୍ଗଳବାର ଦିନ ସକାଳ ୦୮ ଘଟିକା ଠାରେ “ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ହେବାକୁ ଥିବା ସ୍ବେଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ, ଗଣମାଧ୍ୟମ ପ୍ରତିନିଧି ସୁବ୍ରତ ବିଶ୍ଵାଳ, ସଞ୍ଜୀବ ଖିଲାର, ଏବଂ ଗ୍ରାମର ସମସ୍ତ ଯୁବକ ଭାଇ ମାନେ ସାମିଲି ହୋଇ […]

ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ (ଉଲାପ୍ର)ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ପକ୍ଷରୁ ଆଜି ପାରିଶ୍ରମିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଆଦି ୩ଦଫା ଦାବୀରେ ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ସୈ।ମ୍ୟ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ସଂଘ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବରଗଡ଼ ସହରର ଲୋକ ମଣ୍ଡପ […]