ବରଗଡ଼ ରେ ମାଳ ମାଳ ନେତା

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଆସନ୍ତା କାଲି ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବରଗଡ଼ ଜିଲ୍ଲା ଗସ୍ତ କ୍ରମେ ଆଜି ସକାଳୁ ବରଗଡ଼ ସହରରେ ମାଳ ମାଳ ନେତା ଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେହିପରି ସୋହେଲା ଏବଂ ବରପାଲି ଠାରେ ମଧ୍ୟ ସ୍ଥାନୀୟ ଓ ଉପକୁଳିଆ ନେତା ମୁଖ୍ୟ ମନ୍ତ୍ରୀ ଙ୍କ ଗସ୍ତକୁ ସଫଳ କରିବାକୁ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରୁଛନ୍ତି। ଆଜି ସକାଳୁ ବରଗଡ଼ ବନ୍ଦ ପାଳନ ଯୋଗୁଁ ବିଭିନ୍ନ ହୋଟେଲ […]

ମୁଖ୍ୟମନ୍ତ୍ରୀ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଜେପୁର ନିକଟସ୍ଥ ଏମ ଗଣ୍ଡପାଲି ଠାରେ ଥିବା ମିନି ଷ୍ଟାଡିୟମ ଠାରେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ଥିବା ଜଣାପଡିଛି। ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ଜିଲ୍ଲା ଏସପି ରାହୁଲ ଜୈନ ସଭା ସ୍ଥଳରେ ପହଞ୍ଚି ସମସ୍ତ ପ୍ରକାର ଆୟୋଜନ ର ତଦାରଖ କରିଥିଲେ। […]

ଗ୍ରାମ୍ୟଦେବୀଙ୍କ ଜମି ହଡପ ମାମଲା : ସଂପୃକ୍ତ ଅଫିସରଙ୍କ ବିରୋଧରେ ୪୨୦ ମାମଲା ରୁଜୁ ପାଇଁ ଦାବି

ବରଗଡ଼ (ଉଲାପ୍ର)ଶ୍ରୀ ଶ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ମନ୍ଦିର ଜମି ହଡପ କେଲେଙ୍କାରୀରେ ସଂପୃକ୍ତଥିବା ଆମୂଳ ଚୂଳ ସମସ୍ତ ଅଫିସରଙ୍କ ବିରୋଧରେ ପ୍ରଥମେ ୪୨୦ ମାମଲା ରୁଜୁ କରାଯିବା ସହ ଜମି ହଡପ ନେଇ ବରଗଡ଼ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବରଗଡ଼ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି । ବରଗଡ଼ ସମଲେଶ୍ୱରୀ ମନ୍ଦିରର ଜମି ଜାଲିଆତି କରି ହଡପ କରାଯାଇଥିବା ବେଳେ ଏହାକୁ ନେଇ ଶୁକ୍ରବାର ମନ୍ଦିର […]

କଂଗ୍ରେସ ର ୬ଘଣ୍ଟିଆ ବନ୍ଦ ପାଳନ

ବରଗଡ଼ ( ସତ୍ୟ ନାରାୟଣ ପ୍ରଧାନ) ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, ରାଜ୍ୟ ସରକାର ଙ୍କ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି, ବରଗଡ଼ ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ତଦନ୍ତରେ ଶିତିଳତା ପ୍ରତିବାଦରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା। ରାଜ୍ୟ କଂଗ୍ରେସ ର ଆହ୍ବାନ କ୍ରମେ ଆଜି ସକାଳୁ ଜିଲ୍ଲା […]

ଢେଙ୍କାନାଳରେ କଂଗ୍ରେସର ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ଢେଙ୍କାନାଳ(ଉଲାପ୍ର)ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ଢେଙ୍କାନାଳରେ କଂଗ୍ରେସ ଦଳ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି | ସକାଳ ୧୦ଟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାଜିଚୌକ ସହୀଦ ମୀନାରରୁ ବାହାରି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ | ସେଠାରେ ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ତାଙ୍କୁ […]

ଢେଙ୍କାନାଳ ରେ ଅଁଳାନବମୀ ପାଳିତ

ଢେଙ୍କାନାଳ,ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉଙ୍କ ମନ୍ଦିର ପାର୍ଶ୍ଵରେ ଥିବା ରାଧାକୃଷ୍ଣ ଙ୍କ ମନ୍ଦିର ଗୃହରେ ଅନଳା ନବମୀ ଓ ରାଧାପଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ରାଧା ଙ୍କୁ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ, ଶଙ୍ଖା ଲାଗି କରାଯାଇଥିଲା , ଏହାପରେ ମିଠା ଓ ଫଳମୂଳ ଭୋଗ ଲାଗି କରାଯାଇଥିଲା । ମଧ୍ୟର୍ଣ ରେ ଅର୍ଣ୍ଣ ଶୁଙ୍କୁଡ଼ି ଭୋଗ ଲାଗିକରାଯାଇଥିଲା । ପୂଜକ ଭାଗିରଥି ପଣ୍ଡା, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର […]

ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ଵ ବିଜ୍ଞାନ ଦିବସ ପାଳନ

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଇବିଏମ୍ ଷ୍ଟେମ୍ ଫର୍ ଗାର୍ଲ୍ସ ତରଫରୁ ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ଵ ବିଜ୍ଞାନ ଦିବସ ପାଳନ ହୋଇଯାଇଛି। ଏବିଇଓ ଅମୂଲ୍ୟ ଜେନା ଓ ଏବିଇଓ ଅଶୋକ ମିଶ୍ର ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରୋଲ୍ ମଡେଲ ଭାବେ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଲିପିକା ମହାନ୍ତି ଯୋଗଦେଇ ପିଲାମାନେ ଷ୍ଟେମ୍ […]

ବାଲିଗୁଡା ରେ କଂଗ୍ରେସର ବନ୍ଦ ପାଳନ : ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ: ଦୋକାନ ବଜାର ଖୋଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଥମୁନି ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବୀ ରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛି l ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି […]

କେବେ ଉଦଘାଟନ ହେବ ୨୦କୋଟି ବ୍ୟୟରେ ନିର୍ମିତ ସମ୍ମନ୍ବିତ ବିକାଶ ଭିତ୍ତିଭୂମୀ ?

ଫୁଲବାଣୀ(ସୁନୀଲପଟନାୟକ)ଫୁଲ ବାଣୀ ସହର ନିକଟବର୍ତ୍ତୀସାର୍ତ୍ତା ଗୁଡ଼ା ନିକଟରେ ରାଜ୍ୟ ସରକାର ପ୍ରାୟ୨୦କୋଟି ଟଙ୍କା ବ୍ୟୟରେ ୧୭ଏକର ଜମିରେ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟକ ଚର ସେଣ୍ଟର ବା ସମନ୍ୱିତ ବିକାଶ ଭିତ୍ତିଭୂମୀନିର୍ମାଣ କରାଯାଇଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତମାନର ବ୍ୟବସ୍ଥା ରହି କୋଠରୀ ଓ ବାଥରୁମ ଓ ପାନୀୟ ଜଳ ବ୍ୟବସ୍ଥା ଥାଇ ୨୦୦ରୁ ଉର୍ଦ୍ଧ୍ କୋଠରୀ ନିର୍ମାଣ କରାଯାଇଛି । ଯେଉଁ ଥିରେ କି ବୁଦ୍ଧବୃଦ୍ଧା, ଭିକାରୀ ଓଭିନ୍ନକ୍ଷମ ପିଲାଙ୍କୁ ଥଇଥାନ କରାଯିବ। ସେମାନଙ୍କୁ […]

ଫିରିଙ୍ଗିଆ ଠାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ-(ସୁନୀଲପଟନାୟକ)ମାନ୍ୟବର ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ଵେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଫିରିଙ୍ଗିଆ ଛକଠାରେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଦୋକାନବଜାର ବନ୍ଦରଖିବାକୁ କର୍ମୀମାନେ କହୁଥିଲେ ।ରାଜ୍ୟ ସମ୍ପାଦକ କୈଳାଶ ମୁଖି ଙ୍କ ନେତୃତ୍ଵରେ ବନ୍ଦ ଡ଼ାକର । ଅବସରରେ କର୍ମୀମାନେ ଏକ ଯୁଟ ହୋଇନାରାଦେଇଥିଲେ । ମ। କୁ ସମ୍ମାନ ଦେବା ନାମରେ ମମିତା ମେହରଙ୍କ ଭଳି ଅନେକ ମା ଭଉଣୀଙ୍କ ହତ୍ୟାକାରୀ ସରକାରର ଆପାରଗ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଛ […]