ଢେଙ୍କାନାଳ ଜିଲ୍ଲା ଇ.ପି.ଏଫ. ପେନସନ ଭୋଗୀମାନଙ୍କ ଦ୍ୱାରା ଦାବିଦିବାସ ପାଳିତ

ଢେଙ୍କାନାଳ(ଉଲାପ୍ର)ସମଗ୍ର ଓଡିଶା ଇ.ପି.ଏଫ. ପେନସନ ଭୋଗି ସଂଘ ର ଢେଙ୍କାନାଳ ଶାଖା ତରଫରୁ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଭାରତରେ 1995 ମସିହା 16 ତାରିଖରେ ଇ.ପି.ଏଫ.ଧାରୀଙ୍କ ପାଇଁ ପ୍ରଥମ କରି ପେନସନ ଯୋଜନା ଲାଗୁହୋଇଥିଲା । ଯେଉଁ ଆଧାରରେ ସେମାନେ 400 ରୁ 4000 ଟଙ୍କା ପର୍ଯ୍ୟନ୍ତ ପେନସନ ପାଇଆସୁଥିଲେ । ଯାହାକି ବର୍ତମାନ ସମୟରେ ଅତ୍ୟନ୍ତ ନଗନ୍ୟ ଅଟେ । ପେନସନ ତଥା ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ରାଷ୍ଟ୍ରୀୟ ସମନ୍ୟୁତ ସମିତି […]

ରକ୍ତଦାନ ଶିବିର ଅନୁଷ୍ଠିତ

ପରଜଙ୍ଗ(ଉଲାପ୍ର) କୁମୁସୀ ଗ୍ରାମ ପଞ୍ଚାୟତର ବସନ୍ତପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବସନ୍ତପଡ଼ା ଠାରେ “ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଏହି ରକ୍ତଦାନ ଶିବିର ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ୩୫ ଉନିଟ୍ ରକ୍ତ ସଂଗୃହୀତ ହୋଇଥିଲା, ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖର ସାଥୀ ଯୁବବର୍ଗ […]

ଗଛରେ ପିଟି ହେଲା ବାଇକ ୨ମୃତ ଅନ୍ୟ ଜଣେ ଗୁରୁତର

ଫୁଲ ବାଣୀ( ସୁନୀଲ ପଟନାୟକ)ରବିବାର ଏକ ପଲସର ବାଇକ ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲାରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ନିକଟସ୍ଥ ରାସ୍ତାକଡ଼ଗଛରେ ପିଟି ହୋଇଯିବା ଫଳରେ ବାଇକରେ ଯାଉଥିବା ୩ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଅମିତ ଡିଗାଲ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅମିତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ […]

ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ପଛୁଆ ବର୍ଗ ଙ୍କ ସମ୍ଭିଧାନିକ ଅଧିକାର ଆଲୋଚନା ଚକ୍ର

ଫୁଲବାଣୀ(ସୁନୀଲ ପଟନାୟକ ) ରବିବାର ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସାରଙ୍ଗଡ ଠାରେ ପଛୁଆ ବର୍ଗ (OBC) ମାନଙ୍କ ସାମ୍ବିଧାନିକ ଅଧିକାର କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା , ଆଇନ ଯିବି ସତ୍ୟ ନାରାୟଣ ବେହେରା , ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଅଙ୍ଗଦ କହଁର, ପୂଜାରୀ ଖଣ୍ଡାୟତ ର ସଭାପତି ଶ୍ୱେତ ବାନ ପୂଜାରୀ, ତୈଳ […]

ପ୍ରଶାସନ ଶୁଣିଲାନି, ଚାଷୀ ନିଜେ କଲେ କେନାଲ ମରାମତି

ଫୁଲବାଣୀ (ସୁନୀଲ ପଟନାୟକ )ଗୁହାରି କରି କରି ପ୍ରଶାସନ ଶୁଣିଲାନି, ଫଳରେ ଚାଷୀ ମାନେ ଏକଜୁଟ ହୋଇ ନିଜ ଖର୍ଚରେ କେନାଲ ମରାମତି କଲେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ରତିଙ୍ଗିଆ ଅଂଚଳ ରେ lଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର କଲିନାଯୁ ଡ୍ୟାମ ରହିଛିI ସାରଙ୍ଗଧରପୁର ଓ ଆର୍. ପଡିକିଆ ଗ୍ରାମରୁ ମାତ୍ର ଏକ କିମି. ଦୂରରେ କିନ୍ତୁ ଏହି ଅଞ୍ଚଳର ଚାଷ ଜମି […]

କଳିଙ୍ଗା ଜଙ୍ଗଲରେ ଦନ୍ତା ବୁଲୁଛି, ଦେଖିଲେ ଗୋଡ଼ାଉଛି

ଫୁଲବାଣୀ-(ସୁନୀଲପଟନାୟକ)ସାବଧାନ! କଳିଙ୍ଗା ଜଙ୍ଗଲରେ ଦନ୍ତ । ବୁଲୁଛି । ଯାହାକୁ ଦେଖିଲେ ଗୋଡା ଉଛି। ଫଳରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଦନ୍ତାର ବଡ଼ ବଡ଼ ଦାନ୍ତ ଅଛି। ଫଳରେ କେହି ଶିକାରୀ ଦାନ୍ତ ଲୋଭରେ ଗୁଳିକରି ଆହତ ହୋଇ ଘାଇଲାହୋଇ ବୁଲୁଥିବା ଖବର ମିଳିଛି ।ସୂଚନାଯୋଗ୍ୟ ଯେ, କଳିଙ୍ଗା ଅଞ୍ଚଳର କିଛି ପୁରୁଷ ମହିଳା ଜଙ୍ଗଲ ଯାଇଥିବାବେଳେ ହଠାତ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ।ଦନ୍ତ । ଏମାନଙ୍କୁ ଗୋଡ଼ାଇବା ଫଳରେ ସମସ୍ତେ ପ୍ରାଣ ବିକଳରେ ଘରକୁ […]

ଦାରିଙ୍ଗବାଡିଠାରେ ଟାୱାରରେ ନିଆଁ ଲାଗିଲା. ଲୋକେ ଭୟଭୀତ

ଫୁଲବାଣୀ( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଥିବା ଏକ ବେସରକାରୀ ମୋବାଇଲ ଟାୱାରରେ ସଂଧ୍ୟାରେ ହଠାତ ନିଆଁ ଲାଗି ହୁତ ହୁତ ହୋଇ ଜଳିବା ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଥିଲେ । ଲୋକେ ଏ ନେଇ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରି ପହଞ୍ଚି ନିଆଁ କୁ ଆୟତ କରିଥିଲେ ।ତେବେ ଟାୱ। ର ର ଡିଜି ସେଟକିପରି ନିଆଁ ଲାଗିଲା ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟଯୋଗୁ ଡିଜି […]

ପଵିତ୍ର ଶିଶୁ ଦିଵସ ଅବସରରେ ଅଙ୍ଗନବାଡି ଶିଶୁ ଙ୍କୁ ସ୍ଵେଟର ବଣ୍ଟନ

ଫୁଲବାଣୀ (ସୁନୀଲ ପଟନାୟକ )ପବିତ୍ର ଶିଶୁଦିବସ ଅବସରରେ ରବିବାର ଫୁଲବାଣୀ ଏଫସି ଆଇ ନିକଟ ଅରବିନ୍ଦ ନଗର ଅଙ୍ଗନବାଡି କେନ୍ଦ୍ର ପୋଷାକ ବଣ୍ଟନ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡି ଗାଲ, ଖିରୋଦ ସାହାଣୀ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଶିଶୁ ମାନେ ଦେଶର ଭ ବିଷ୍ୟତ ସେମାନେ ସୁସ୍ଥ ରହିବା ସହ ଯେପରି […]

ଚାଚା ନେହେରୁ ଙ୍କୁ ସମ୍ମାନ ଦେଲେ ଗଡଜାତ ପରିକ୍ରମାର ସଭ୍ୟମାନେ

ଆଠଗଡ(ଉଲାପ୍ର)ପୂଜ୍ୟପୂଜା ପ୍ରତି ସମ୍ମାନ ଜଣାଇଲା ଆଠଗଡ ର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜନ୍ମଜୟନ୍ତି ଅବସରରେ ଗଡଜାତ ପରିକ୍ରମା ତରଫରୁ ସ୍ମୃତିପୀଠ ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ଜବାହରଲାଲ ନେହେରୁଙ୍କ ଜନ୍ମଦିନ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ କରୋନା ମହାମାରୀ ଯୋଗୁ ଅଳ୍ପ ସଂଖ୍ୟକ ସଭ୍ୟଙ୍କ ଜରିଆରେ କେବଳ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ […]

ଆଠଗଡ କଂଗ୍ରେସ ଅଫିସରେ ନେହେରୁଙ୍କ ଜନ୍ମଦିନ ପାଳନ

ଆଠଗଡ(ଉଲାପ୍ର)ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜନ୍ମଦିନ ପାଳନ ହୋଇଯାଇଛି, ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ଯୋଗଦେଇ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ,ଏଥିରେ ସୁରେଶ ଚନ୍ଦ୍ର ପରିଡା,ଅଶୋକ କୁମାର ଦାଶ, ମହେଶ ଦାସ,ସର୍ବେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।