ପାଣିପାଇଁ ଉତ୍ୟକ୍ତ ଲୋକଙ୍କରାସ୍ତା ଅବରୋଧ

ଫୁଲବାଣୀ(ସୁନୀଲ ପଟନାୟକ)ବାରମ୍ଵାର ଗୁହାରୀ କରି କରି ପିଇବା ପାଣି ମୁନ୍ଦିଏ ମିଳିଲା ନିଠିକ ସମୟରେ। କେତେ ଆଉ ଗୁହାରୀ କରନ୍ତେ । ଶେଷରେ ବାଧ୍ୟ ହୋଇ ଗୁରୁବାର ସକାଳୁ ସକାଳୁ ଗରା, ମାଠିଆ .ବାଲତି ରଖିଫୁଲବାଣୀ_ଭୁବନେଶ୍ୱର ରାସ୍ତାର ସାଲକୀ ହୋଟେଲ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି।ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।ଖବର ପାଇ ଟାଉନଥାନା ପୋଲିସ, ସହରାଞ୍ଚଳ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତୀ ପ୍ରମୁଖଙ୍କ ସମେତ ତହସିଲଦାର, ଘଟଣ । ସ୍ଥଳରେ […]

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ତାଳବରକୋଟ ପଞ୍ଚାୟତରେ ଶିଶୁମାନଙ୍କୁ ଇଂରାଜୀ କିଟ୍ ବଣ୍ଟନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସଦର ବ୍ଲକ୍ ଶାଖା ତରଫରୁ ତାଳବରକୋଟ ଜି.ପି. ର ସିଆରିଆ ଗ୍ରାମରେ ଇଂରାଜୀ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । କାର୍ଯ୍ୟକ୍ରମର ସଭାପତି ବୈକୁଣ୍ଠ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ସଞ୍ଜୟ ପରିଡ଼ା, ଫୋରମର ସଦର ବ୍ଲକ୍ ସମ୍ପାଦକ ମିଟୁନା ବେହେରା, ତଳବରକୋଟ ସଭାପତି ଚିନ୍ତାମଣି ମହାନ୍ତି , ଦିଦି ଅଙ୍କିତା ବେହେରା, ଶୈଳବାଳା ରାଉତ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ […]

ସଂସ୍କୃତି ସଚିବ ହେଲେ ରଞ୍ଜନ କୁମାର ଦାସ

ଢେଙ୍କାନାଳ(ଉଲାପ୍ର)ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଢେଙ୍କାନାଳ ଜିଲ୍ଲା ତଥା କାମାକ୍ଷାନଗର ର ବାଇସିଙ୍ଗା ଗ୍ରାମର ଗର୍ବ ଗୌରବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ। ରାଜ୍ୟ ସରକାର ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ସଂସ୍କୃତି ବିଭାଗର ସଚିବ ଭାବେ ଚୟନ କରିଥିବାରୁ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଛନ୍ତି ବାଇସିଙ୍ଗା ଗ୍ରାମବାସୀ।

ଭୀମ ଆର୍ମି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ। ପୋଲିସ କେଶ ମଧ୍ୟ ରୁଜୁ କରୁନାହିଁ। ମୃତ ଗୋବିନ୍ଦ କୁମ୍ଭାର ର ପରିବାର କୁ କେବେ ନ୍ୟାୟ ମିଳିବ। ଏହାର ପ୍ରତିବାଦରେ ଆଜି ଭୀମ ଆର୍ମି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ନ୍ୟାୟ ମାଗିଲେ ଏସପି ଙ୍କୁ। ଏସପି ରାହୁଲ ଜୈନ ଏହାର ଜବାବ ନଦେଲା ପର୍ଯ୍ୟନ୍ତ ରାସ୍ତା ଉପରେ ଧାରଣା […]

ଭାଜପା ଯୁବ ନେତା ପରକ୍ଷୀତ ଛତର ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼(ଉଲାପ୍ର)ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ବର୍ଗତ ପରୀକ୍ଷିତ ଛତର ଙ୍କ ଅକାଳ ବିୟୋଗରେ ଆଜି ବିଜେପି ବରଗଡ ଜିଲ୍ଲା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଳା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସତଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସଭାପତି ଏହି ଅବସରରେ […]

ସର୍ବଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ଼ ଛାତ୍ର ଙ୍କ କୃତିତ୍ୱ

ବରଗଡ:(ସତ୍ୟ ନାରାୟଣ ପ୍ରଧାନ)ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ କୋଭିଡ ନିୟନ୍ତ୍ରଣ ରେ ପ୍ଲାଜ୍ମା ଓ ଲେଜର୍ ର ପ୍ରୟୋଗ ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସ°ସ୍ଥାନ ( ନାଇଜର)ରେ ଅଧ୍ୟୟନରତ ବରଗଡ଼ ର ଛାତ୍ର ସନ୍ତୋଷ ସୈାରଭ ସାହୁ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇ ନାଇଜର୍ ଓ ବରଗଡ଼ ପାଇଁ ଗୈାରବ ଆଣିଛନ୍ତି। ଏଥିପାଇଁ ତାଙ୍କୁ ପରମାଣୁ ଶକ୍ତି ବିଭାଗ ତରଫରୁ […]

ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏସଏଚଜି ଗ୍ରୁପ ରୁଣପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ଶାଖା ପକ୍ଷରୁ ସ୍ତାନୀୟ ଗାନ୍ଧୀ ସ୍ମୁତୀ ଭବନ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ଏକ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ମହିଳା ସଶକ୍ତି କରଣ କିଭଳି ହୋଇ ପାରିବ ସେହି ଦିଗରେ ଆନ୍ତରିକ ଉଦ୍ୟମ କରୁଛି କରୁଛି ବ୍ୟାଙ୍କlଏହି କାର୍ଯ୍ୟକ୍ରମ ରେ 1512 ଜଣ ସ୍ୱୟଂ ସହାୟିକା ଗୋଷ୍ଟି ମହିଳା ମାନଙ୍କୁ 17 କୋଟି46 ଲକ୍ଷଟଙ୍କା ର […]

ରୁଦା ମଲ୍ଲିକ କନ୍ଧମାଳଜ଼ିଲ୍ଲାମହିଳା କଂଗ୍ରେସ ସଭାପତି

ଫୁଲବାଣୀ (ସୁନୀଲ ପଟନାୟକ )ରୁଦା ମଲିକ ହେଲେ ଜିଲାକଂଗ୍ରେସ ମହିଳା ସଭାପତି।ଏ ନେଇ ଆଜି ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମିଳନୀ ରେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଙ୍କ ନାମ ଘୋଷଣା କରିଥିଲେ। ବହୁଦିନ ଧରି ଜିଲା ମହିଳା କଂଗ୍ରେସ ସଭାପତି ପଦଟି ଖାଲି ପଡିଥିଲା। କନ୍ଧମାଳ ଜିଲା ଦାରିରିଙ୍ଗିବାଡ଼ି ବ୍ଲକ ଅଧ୍ୟ କ୍ଷ l ଥିବା ସହିତ ରୁଦା ମଲିକ କୁ ଜିଲା […]

ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଗୁଞ୍ଜରଣ ଶିକ୍ଷା ରଥ ଅଭିଯାନ ଉପରେ ନବରଙ୍ଗପୁର ଠାରେ ସାମ୍ବାଦିକ ସମ୍ବିଳନୀ

ନବରଙ୍ଗପୁର(ଉଲାପ୍ର)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସ୍ଥିତ ଗ୍ରାମ ବିକାଶ ସଂଗଠନ ବୈଠକ ଗୃହରେ ଶିକ୍ଷା ସଚେତନ ଉପରେ ଗୁଞ୍ଜରଣ ରଥ ଅଭିଯାନ ପାଇଁ ମହିଳା ଜନ ସୁରକ୍ଷା ମଞ୍, ନବରଙ୍ଗପୁର ଜିଲ୍ଲା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା |ଏହି ଶିକ୍ଷା ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା , ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା […]

ଆଜି ବାବା ଧବଳେଶ୍ବର ଙ୍କ ବଡଓଷା ଓ ବଡ଼ସିଂହାର ବେଶ,ରାତ୍ରିରେ ଲାଗିହେବ ଗଜଭୋଗ

।ଆଠଗଡ(ଉଲାପ୍ର)କଟକ ଜିଲା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ଙ୍କ ପୀଠରେ ଆଜି ମଧ୍ୟରାତ୍ରରେ ଅନୁଷ୍ଠିତ ହେବ ବଡଓଷା ଓ ବଡ଼ସିଂହାର ବେଶ।,କ ରୋନା କଟକଣା ଯୋଗୁ ପୀଠରେ ୧୨ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭକ୍ତ ପୀଠକୁ ନଆସିବା ପାଇଁ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା କରାଯାଇଛି, ଶ୍ରୀଦେବଙ୍କ ସେବା ଓ ନୀତିରେ କୌଣସି ବ୍ୟତିକ୍ରମ କରାଯାଇନାହିଁ।ଆଜି ମଧ୍ୟରାତ୍ରୀ ତ୍ରୟୋଦଶୀ ଓ ଚତୁର୍ଦସି ର ସଂଧିକ୍ଷଣ ରେ ବାବା ଧବଳେଶ୍ବର ଙ୍କୁ ମହାନଦୀର […]