ରାଜ୍ୟ ମହିଳା କମିଶନ ର ଆଇନ୍ ସଚେତନତା କାର୍ଯ୍ୟକ୍ରମ

ବରଗଡ଼/(ସତ୍ୟ ନାରାୟଣ ପ୍ରଧାନ)ସମାଜରେ ମହିଳା ମାନଙ୍କ ସହିତ ଘଟୁଥିବା ବିଭିନ୍ନ ଅପରାଧିକ ଏବଂ ହି°ସାତ୍ମକ ଘଟଣା ରେ ମହିଳା ମାନେ ସଶକ୍ତ ହୋଇ ଆଇନ୍ ର ସହାୟତା ନେବା ନିତାନ୍ତ ଆବଶ୍ୟକ ବୋଲି ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ରାଜ୍ୟ ମହିଳା କମିଶନ ର ଅଧକ୍ଷା ଡଃ ମିନତୀ ବେହେରା ପ୍ରକାଶ କରିଥିଲେ। ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ […]

ସ୍କୁଲ ଛୁଟି, ମା କୁ ସହାୟତା ର ହାତ ବଢ଼ାଉଛି ଲେବିନା

ଫୁଲବାଣୀ (ସୁନୀଲ ପଟନାୟକ )ବୟସ ମାତ୍ର ଛ ବର୍ଷ l ନାଁ ତାର ଲେବିନା ପ୍ରଧାନ l ପ୍ରଥମ ଶ୍ରେଣୀ ରେ ପଢୁଛି l କୋରାନା ସଂକ୍ରମଣ ପାଇଁ ସ୍କୁଲ ଛୁଟି l ଯଦିଓ ସରକାର ଷଷ୍ଠ ରୁ ଉର୍ଦ୍ଧ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ କଲେଣି l ହେଲେ ପ୍ରଥମ ରୁ ପଞ୍ଚମ ଯାଏ ଛୁଟି ସ୍କୁଲ l ଫଳରେ ଲେବିନା ଘରେ କିଛି କିଛି ପାଠ ପଢେ l ଅନ୍ୟ ସମୟରେ ବେଳେ ବେଳେ […]

ରନ୍ଧନଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ପ୍ରତିବାଦ

ଢେଙ୍କାନାଳ(ଉଲାପ୍ର) ଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ଜ୍ବଳା ଯୋଜନାର ବିଫଳତାକୁ ନେଇ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳର ଛାମୁଆ ସଂଗଠନ ବିଜୁ ଯୁବ ଜନତା ଦଳ , ବିଜୁ ମହିଳା ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କେନ୍ଦ୍ରରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ , ଏନ . ଏ . ସି ଓ ମୁନିସିପାଲିଟି ସମ୍ମୁଖରେ କେନ୍ଦ୍ର ବିଜେପି […]

ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ କୋଭିଡ ସଚେତନତା ଶିବିର ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ କୋଭିଡ୧୯ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଶିକ୍ଷାବିଭାଗର ଅଧ୍ୟାପିକା ଟ୍ଵିଙ୍କଲ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।yrc ସ୍ବେଛାସେବୀ ମାନଙ୍କ ଦ୍ୱାରା ଏକ ନାଟକ ଅନୁଷ୍ଠିତ ହୋଇଥିଲା।ଅଧକ୍ଷା ସଂଗୀତା ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିବା ବେଳେ ପ୍ରସୂତି ବିଭାଗର ବିଶେଷଜ୍ଞ ଚିନ୍ମୟ ପଣ୍ଡା ଯୋଗଦେଇ ଡେ଼ଲ୍ଟା ଟ୍ରେଣ୍ଡ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗର ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ପୁଅର ଛୁରା ମାଡ଼ରେ ବାପା ଗୁରୁତର, ଅଭିଯୁକ୍ତ ପୁଅ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ ) ଯେଉଁ ବାପା ଦିନେ ପୁଅ କୁ ହାତ ଧରି ଚାଲିବା ଶିଖାଇଥିଲା ଆଉ ବଡ ହେଲେ ତାରବୁଢା ବୟସରେ ସାହାରା ପାଲଟିବ ବୋଲି ଭାବିଥିଲା ହେଲେ ସେ ଯେ ଦିନେ ବଡ ହୋଇ ଛୁରା ମାରିବସେ କଥା କେହି ଭାଵୀନଥିବେ l ହେଲେ ଏଭଳି ଅଭାବନୀୟ ଘଟଣାକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଲା ପଡା ପଞ୍ଚା୍ୟାତ ଗେରୁପଡା ଗାଁରେ ଦେଖିବାକୁ ମିଳିଛି l l ଜଣେ ପୁଅ ତାର ନିଜ ବାପାକୁ […]

କନ୍ଧମାଳ ରେ ମକା ଚାଷଙ୍କୁ ମିଳୁନି ପ୍ରୋତ୍ସାହନ – ବ୍ୟବସାୟୀ ମାଲାମାଲ ଚାଷୀ ହତାଶ

ଫୁଲବାଣୀ -(ଉଲାପ୍ର)ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ ଫଳରେ ଚାଷରୁ ମୁହଁ ଫେରିଇଲେଣି ଚାଷୀ l ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ର ସୀମାନ୍ତବର୍ତ୍ତୀ ବ୍ରାହ୍ମଣୀ ଗାଁ ଅଞ୍ଚଳ ରେ ଏକର ଏକର ଜମିରେ ଚାଷ ହେଉଛି ମକା l ପଡୋଶୀ ଗଜପତି ଜ଼ିଲ୍ଲାରେ ବସବାସ କରୁଥିବା ତିବତ୍ତିଆନ ଶରଣl ର୍ଥୀ ପ୍ରଥମେ ଆରମ୍ଭ କରିଥିଲେ ମକା ଚାଷ,ମକା ଚାଷ ରେ ଭଲ ଲାଭହେବା ଜାଣିବା ପରେ ଜ଼ିଲ୍ଲାର ସମସ୍ତ ଚାଷୀ […]

ପ୍ରଥମାଷ୍ଟମୀ ପାଇଁ ହଳଦୀପତ୍ରର ଚାହିଦା ବଢୁଛି

.ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ହଳଦୀର ଯେପରି ଚାହିଦା ରହିଛି ସେହିପରି ହଳଦୀପତ୍ରର ମଧ୍ୟ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ହଳଦୀପତ୍ରରେ ପ୍ରସ୍ତୁତ ପିଠା ବେଶ ସୁଆଦିଆ ହୋଇଥିବାରୁ ଏବେ ଗତ ୩/୪ ବର୍ଷ ହେଲା ହଳଦୀପତ୍ରରଡ଼ିମାଣ୍ଡ ବଢିଛି । ଚାଷୀ ଏବେ ହଳଦୀପତ୍ର ବିକ୍ରିକରି ମଧ୍ୟ ଭଲ ଦି ପଇସା ରୋଜଗାର ମଧ୍ୟ କରୁଛି ।ଜିଲାର ବିଶେଷକରି ଦାରିଙ୍ଗବାଡିସିମନବାଡି,କନୂଆଗାଁ ଆଦି ଅଞ୍ଚଳର ରାସ୍ତା କଡରେ ମହିଳାମାନେ ବିଡ଼ା ବାନ୍ଧି ହଳଦୀ ପତ୍ର ବିକ୍ରି […]

ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବ୍ୟାପି ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)କେନ୍ଦ୍ର ସରକାର ଙ୍କ ଦ୍ଵାରା ନିୟନ୍ତ୍ରିତ ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳ ର ମହିଳା,ଯୁବ, ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ କତୃପକ୍ଷଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସଦର ମହକୁମା ଗାନ୍ଧୀ ଛକ ଠାରେ ନଗର ବିଜୁ ମହିଳା ଜନତା […]

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ଡିଏସଡବ୍ଲୁଓ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲା ର ଭାରପ୍ରାପ୍ତ ଡିଏସଡବ୍ଲୁଓ ଚନ୍ଦ୍ରମା ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟ ରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ର ଆୟ ବର୍ହିଭୁତ ସଂପତ୍ତି ଠାବ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସପିଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଓ ବରଗଡ଼ ସ୍ଥିତ ବିଭାଗୀୟ କର୍ମଚାରୀ ମାନେ ଏକକାଳୀନ ଚନ୍ଦ୍ରମା ସାହୁଙ୍କ ବରପାଲି ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ […]

ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ: ଆମ୍ ଆଦମୀ ପାର୍ଟି

ବରଗଡ଼:((ସତ୍ୟ ନାରାୟଣ ପ୍ରଧାନ)ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟ ର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ ବର୍ତ୍ତମାନ ଗାନ୍ଧୀ ଛକ, ଭଟଲି ଛକ ରେ ଦୁଇଟି ଶୌଚାଳୟ ତିଆରି କରିବାକୁ ଆମ୍ ଆଦମୀ ପାର୍ଟି ଏକ ଦାବୀ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ […]