ଉଦୟ ଲାବଣ୍ୟ ର ମହାପ୍ରଭାଵ ସୋସାଇଟି ଦୁର୍ନୀତି ରେ ବଡମ୍ବାରେ ଗଡ଼ିଲା ପ୍ରଥମ ମୁଣ୍ଡ,ଜୋଡମୁ ସମ୍ପାଦକ ନିଲମ୍ବିତ,ଆଗକୁ କାହାର ପାଳି

ବଡମ୍ବା(ଉଲାପ୍ର)ବଡମ୍ବା ବ୍ଲକ ଜୋଡମୁ ସୋସାଇଟି ରେ କୋଟିକୋଟି ଟଙ୍କା ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ପରେ ସୋସାଇଟି ସମ୍ପାଦକ ଗୋପାଳ ବେହେରାଙ୍କୁ ଚାଷୀଙ୍କ ଋଣ ଟଙ୍କା ହେରଫେର ଘଟଣାରେ ପ୍ରଶାସିକା ରଶ୍ମିରେଖା ସ୍ୱାଇଁ ନିଲମ୍ବିତ କରିଛନ୍ତି।ବଡମ୍ବାରେ ସମବାୟ ଦୁର୍ନୀତି ରେ ପ୍ରଥମ ମୁଣ୍ଡ ଗଡ଼ିଛି ଜୋଡମୁ ସମବାୟ ସମ୍ପାଦକ ଗୋପାଳ ବେହେରାଙ୍କର,ଆଗକୁ କାହାର ପାଳି ପଡୁଛି ଦେଖିବାକୁ ବାକି ରହିଲା,ଖାଲି ନିଲମ୍ବିତ କରିଦେଲେ ଚଳିବ ନାହିଁ ଚାଷୀଙ୍କ ଋଣ ଟଙ୍କା ଖାଇଥିବା ସମବାୟ କର୍ମଚାରୀଙ୍କ ଠାରୁ ତୁରନ୍ତ […]

ଇମ୍ପରିୟଲ କଲେଜରେ ଅଧିଷ୍ଠାନ ସମାରୋହ

ବରଗଡ଼ (ଉଲାପ୍ର)(ସତ୍ୟ ନାରାୟଣ ପ୍ରଧାନ)ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଗଠିତ ହୋଇଥିବା ବିଭିନ୍ନ ସଂଗଠନର ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନ ଓ ଅଧ୍ୟାପକ ଦୁର୍ଗେଶ ଶତପଥୀ ଙ୍କ ସଂଯୋଜନାରେ ଖେଳପାଇଁ ‘ସୁଦିିିତି’, କଳା ପାଇଁ ‘ଅଭିବ୍ୟକ୍ତି’ , ସଂସ୍କୃତି ପାଇଁ ‘ସଂସ୍କୃତି’ , ସାମାଜିକ ଓ ପର୍ଯ୍ୟାବରଣ ପାଇଁ ‘ପ୍ରଗତି’ ନାମରେ ଚାରୋଟି ସଂଗଠନ କରାଯାଇ ଏହାର ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଛି । ଏହି ସଂଗଠନଗୁଡିକ ପ୍ରତ୍ୟେକମାସ ନିଜର […]

ଜିଲ୍ଲା କ୍ରିକେଟ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆରମ୍ଭ ଉତ୍କଳ ଶାନ୍ତି କ୍ଲବ,ଜୟନ୍ତୀ ଯୁବକ ସଂଘ, ଗୋଡଭଗା ସେଣ୍ଟ୍ରାଲ,କଟାପାଲି କ୍ରିକେଟ କ୍ଲବ ବିଜୟୀ

ବରଗଡ (ଉଲାପ୍ର)ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆଜି ବିକାଶ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡ ରେ ଆରମ୍ଭ ହୋଇଛି ।ଦୁଇଟି ପର୍ଯ୍ୟାୟ ରେ ହେବାକୁ ଥିବା ଏହି ପ୍ରତିଯୋଗିତା ର ଆଜି କ୍ୱାଲିଫାଇଙ୍ଗ ରାଉଣ୍ଡ ଆରମ୍ଭ ହୋଇଛି । କ୍ୱାଲିଫାଇଙ୍ଗ ରାଉଣ୍ଡ ରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହା କୋଡ଼ିଏ ଓଭର ବିଶିଷ୍ଟ ଅଟେ,ସେହିଭଳି ମୁଖ୍ୟ ରାଉଣ୍ଡ ରେ ୫୦ ଓଭର ବିଶିଷ୍ଟ […]

ସିନଜେନଟା ଇଣ୍ଡିଆ ତରଫରୁ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ

ବରଗଡ଼ : ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଶୁକ୍ରବାର ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ ।  ୩୦ ଟି ହାଇଡ୍ରୋଲିକ ଶଯ୍ୟା ସହ ବେଡସିଟ, ଗଦା , ତକିଆ  ଆଦି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ କଂପାନୀ ତରଫରୁ ଏପରି ଜନହିତକର କାର୍ଯ୍ୟ ଜାରି […]

ଆଠଗଡ ରେ ମୋବାଇଲ ଚୋର ସକ୍ରିୟ,ତିନି ମୋବାଇଲ ଚୋର ଗିରଫ

ଆଠଗଡ଼(ଉଲାପ୍ର)ଆଠଗଡ ରେ ମୋବାଇଲ ଚୋର ସକ୍ରିୟ ରହିଛନ୍ତି, ଗତ କିଛିଦିନ ମଧ୍ୟରେ ଆଠଗଡ ଅଞ୍ଚଳ ରେ ବ୍ୟାପକ ମୋବାଇଲ ଚୋରୀ ହେଲାଣି,ଶନିବାର ଦିନ ସକାଳେ ଆଠଗଡ ପୁରୁଣା ବସ ଷ୍ଟାଣ୍ଡ ପରିବା ମାର୍କେଟ ରେ ଆଠଗଡ ଥାନାର ପୂର୍ବତନ କର୍ମଚାରୀ ଦେବେନ୍ଦ୍ର ନାଥ ସ୍ୱାଇଁ ପରିବା କିଣୁଥିବା ବେଳେ ତାଙ୍କ ସାର୍ଟ ପକେଟ ରୁ ମୋବାଇଲ ଚୋରି ହୋଇ ଯାଇଥିଲା, ଏହି ସମୟରେ ଚୋର ଜଣକ ଅନ୍ୟ ଜଣଙ୍କର ମୋବାଇଲ ଚୋରି କରୁଥିବା ସମୟରେ ସାଧାରଣ ଲୋକେ […]

କ୍ଳେଶ ପ୍ରଧାନ ଙ୍କୁ ବିଜେଡି ର ଜିଲ୍ଲା ଉପ ସଭାପତି ଦାୟିତ୍ୱ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ବିଭିନ୍ନ ପଦ ପଦବୀ ପାଇଁ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି l ଦଳର ମିଡ଼ିଆ ସେଲ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ଜାରୀ କରାଯାଇଥିବା ଏହି ସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେଡି ନେତା କ୍ଳେଶ ପ୍ରଧାନଙ୍କୁ ଜିଲ୍ଲାର ଉପ ସଭାପତି ଦାୟିତ୍ୱ ମିଳିଛି l ଶ୍ରୀ ପ୍ରଧାନ ବର୍ତ୍ତମାନ ବିଜେଡିରେ ରହି ସମଗ୍ର କନ୍ଧମାଳ ଜିଲ୍ଲାରେ ଦଳ […]

ବାଲିଗୁଡ଼ା ଥାନାରେ ସମ୍ବିଧାନ ଦିବସ ପାଳିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ଥାନା ଅଧିକାରୀଙ୍କ ସମେତ ସବ୍‌ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ, ଶାନ୍ତନୁ ପ୍ରଧାନ, ଏଏସ୍‌ଆଇ ବିଦେଶୀ ପ୍ରଧାନ, କୁଳମଣି ରାଉତ, ଭରତ ମାଝୀ, ଉମାଶଙ୍କର ନିଆଲଙ୍କ ସମେତ ଅନ୍ୟ ପୋଲିସ୍‌ କର୍ମଚାରୀ ସାମିଲ୍‌ ହୋଇ ସମ୍ବିଧାନର ନିୟମ ଅନୁଯାୟୀ ସମସ୍ତେ […]

ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ମିଡ଼ିଆକିଆ ପଞ୍ଚାୟତର ମିଡ଼ିଆକିଆ ଓ କଡ଼ିତଗା ଅଞ୍ଚଳରେ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ବାଲିଗୁଡ଼ା ଏସଡିପିଓ ଆଇପିଏସ୍‌ ଜି.ରାଘବେନ୍ଦ୍ର ରେଡ୍ଡୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ୍ର […]

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ ନିମ୍ନ ମାନର,ରକ୍ଷଣା ବେକ୍ଷଣ ଅର୍ଥ ଥାଇ କାମ ରେ ଲାଗୁନି : ଭିଜିଲାନ୍ସ ଦାବୀ

:ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ରେ ଥିବା ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଛି। ଏ ନେଇ ଗ୍ରାମବାସୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହାକୁ ନେଇ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା […]

୮୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା କ. ନୂଆଗାଁ ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସାଇନିପଡା ପଞ୍ଚାୟତର ନନ୍ଦ ମାହା, ଗନୀପଡ଼ା ଓ କିରକେଟା ଆଦି ଗ୍ରାମର ଜଙ୍ଗଲ ନିକଟରେ ବେଆଇନ ଭାବେ ଲଗାଯାଇଥିବା୮ 0 ଏକର […]