୨୦୦୭ କନ୍ଧମାଳ ଦଙ୍ଗା ଘଟଣା : ୧୪ବର୍ଷ ପରେ ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବହୁ ଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା ଘଟଣାର ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ପୋଲିସ ଅଭିଯୋଗ ଅନୁଯାୟୀ ସେମାନେ ଦଙ୍ଗା ସମୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ। ହେଲେ କୋର୍ଟରେ ସମସ୍ତ ଅଭିଯୋଗ ପ୍ରମାଣ ଅଭାବରୁ ଭୁଲ ପ୍ରମାଣିତ ହୋଇଛି। ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେଶ ନମ୍ବର ୧୨୨/୦୭ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। […]